/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634359685.jpg)
Petrol price hiked
ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର । ଇଣ୍ଡିଆନ୍ ଅଏଲ୍ ପକ୍ଷରୁ କ୍ରମାଗତ ଭାବରେ ଆଜି ତୃତୀୟ ଦିନ ପାଇଁ ତେଲ ଦରକୁ ବୃଦ୍ଧି କରାଯାଇଛି । ଉଭୟ ପେଟ୍ରୋଲ୍ ଓ ଡିଜେଲ ଦରର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୫.୪୯ ଟଙ୍କା ରହିଥିବାବେଳେ ମୁମ୍ୱାଇରେ ୧୧.୪୩ ଟଙ୍କାକୁ ପହଞ୍ଚିଛି ।
ଦେଶର ଅଧିକାଂଶ ସହରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ ଏବଂ ବିହାର ସମେତ ୧୨ ଟି ରାଜ୍ୟରେ ଡିଜେଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି । ସ୍ଥାନୀୟ ଟିକସ ଏବଂ ମାଲ ପରିବହନ ଉପରେ ନିର୍ଭର କରି ରାଜ୍ୟମାନଙ୍କରେ ଭିନ୍ନ ଭିନ୍ନ ମୂଲ୍ୟ ନିର୍ଦ୍ଧାରିତ କରାଯାଇଥାଏ ।
Also Read
ଆପଣଙ୍କ ସହରରେ କେତେ ରହିଛି ତୈଳ ଦର
ଦିଲ୍ଲୀ-
- ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କା ୪୯ ପଇସା
- ଡିଜେଲ ଦର ଲିଟର ପିଛା ୯୪ ଟଙ୍କା ୨୨ ପଇସା
କୋଲକାତା-
- ପେଟ୍ରୋଲ ଦର ଲିଟର ପିଛା ୧୦୬ ଟଙ୍କା ୧୨ ପଇସା
- ଡିଜେଲ ଦର ଲିଟର ପିଛା ୯୭ ଟଙ୍କା ୩୩ ପଇସା
ମୁମ୍ବାଇ-
- ପେଟ୍ରୋଲ ଦର ଲିଟର ପିଛା ୧୧୧ ଟଙ୍କା ୪୩ ପଇସା
- ଡିଜେଲ ଦର ଲିଟର ପିଛା ୧୦୨ ଟଙ୍କା ୧୫ ପଇସା
ଚେନ୍ନାଇ-
- ପେଟ୍ରୋଲ ଦର ଲିଟର ପିଛା ୧୦୨ ଟଙ୍କା ୭୫ ପଇସା
- ଡିଜେଲ ଦର ଲିଟର ପିଛା ୯୮ ଟଙ୍କା ୬୧ ପଇସା
ଗତ ବର୍ଷ ଅଶୋଧିତ ତୈଳ ମୂଲ୍ୟରେ ବିଶ୍ୱସ୍ତରୀୟ ହ୍ରାସ ଘଟିଥିଲା । ଯାହା ପରେ ସରକାର ପେଟ୍ରୋଲ ଏବଂ ଡିଜେଲର ଶୁଳ୍କ ବୃଦ୍ଧି କରିଥିଲେ । ଯାହା ଦ୍ୱାରା ସରକାରଙ୍କ ରାଜସ୍ୱ ଯଥେଷ୍ଟ ବୃଦ୍ଧି ପାଇଥିଲା । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ମଧ୍ୟ ଅନେକ ରାଜ୍ୟରେ ୧୦୦ ଟଙ୍କା ଅତିକ୍ରମ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)