• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପୁଣି ପରଦାରେ ଦେଖିବାକୁ ମିଳିବ ସକିନା ଓ ତାରା ସିଂଙ୍କ ରୋମାନ୍ସ

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡ ଅଭିନେତା ସନି ଦେୱଲ ଓ ଅଭିନେତ୍ରୀ ଅମିଷା ପଟେଲ । ପରଦାରେ ପୁଣି ଦେଖିବାକୁ ମିଳିବ ସକିନା ଓ ତାରା ସିଂଙ୍କ ରୋମାନ୍ସ । ପରଦାକୁ ଆସିବ ଫିଲ୍ମ ‘ଗଦର..ଏକ୍ ପ୍ରେମ୍ କଥା’ର ସିକ୍ୱେଲ ଗଦର-୨ । ତେବେ ଏନେଇ ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କର ଆଗାମୀ ଫିଲ୍ମ ‘ଗଦର ୨’ ଘୋଷଣା କରିଛନ୍ତି । ‌ଏହା ସହିତ ସନି ଦେଓଲ ସୋସିଆଲ ମିଡିଆରେ ‘ଗଦର ୨’ର ମୋସନ ପୋଷ୍ଟର ସେୟାର କରିଛନ୍ତି । ଫିଲ୍ମର ମୋଶନ ପୋଷ୍ଟର ରିଲିଜ୍ ହେବା ପରେ ତାଙ୍କର ଫ୍ୟାନ୍ ମାନେ ବହୁତ ଖୁସି ହୋଇ ଯାଇଛନ୍ତି ।

'Gadar 2''Gadar 2'

ସୂଚନା ଅନୁଯାୟୀ, ସିକ୍ୱେଲର କାହାଣୀ ଆରମ୍ଭ ହେବ ଯେଉଁଠାରୁ ଫିଲ୍ମର ପ୍ରଥମ ଭାଗର କାହାଣୀ ଶେଷ ହୋଇଛି । ତେବେ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ମୋସନ ପୋଷ୍ଟର ସେୟାର କରି ସନ୍ନି ଦେଓଲ ଲେଖିଛନ୍ତି ଯେ, ଶେଷରେ ଅପେକ୍ଷା ଶେଷ ହୋଇଛି, ଦଶହରରାର ଶୁଭ ଅବସରରେ, # ଗଦର 2 ର ମୋସନ ପୋଷ୍ଟର । ଏହା ସହିତ ଏହି ପୋଷ୍ଟରରେ ଲେଖା ହୋଉଛି ଯେ... ‘କଥା ଜାରି ରହିଛି’ । ତେବେ ଅତିଶୀଘ୍ର ହିଁ ଫିଲ୍ମର ଶୁଟିଙ୍ଗ୍‌ ଆରମ୍ଭ ହେବ। ଏଥିରେ ଲିଡ୍‌ ରୋଲରେ ପୂର୍ବ ଭଳି ସନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ନଜର ଆସିବେ।

ସୂଚନା ଅନୁସାରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ଗଦର’ ୨୦୦୧ ମସିହାରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ସନି ଦେଓଲ ଏବଂ ଆମିଷା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଉଭୟ ଦର୍ଶକଙ୍କୁ ତାରା ସିଂ ଏବଂ ସାକିନା ଭୂମିକାରେ ପାଗଳ କରିଦେଇଥିଲେ । ଏଥି ସହିତ, ଫିଲ୍ମରେ ସନ୍ନିଙ୍କ ସଂଳାପ ଏବଂ ଗୀତଗୁଡ଼ିକ ଦର୍ଶକଙ୍କୁ ବହୁତ ପସନ୍ଦ କରିଛନ୍ତି । ଫିଲ୍ମଟି ସେତେବେଳେ ବକ୍ସ ଅଫିସରେ ବହୁତ ସୁପର ହିଟ୍ ହୋଇଥିଲା ।

ଫିଲ୍ମର ପ୍ରଥମ ଭାଗ ପରି ଏଠିରେ ମଧ୍ୟ ଅନିଲ ଶର୍ମା ଫିଲ୍ମର ସିକ୍ୱେଲ ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମର କାହାଣୀ ଶକ୍ତିମାନ ଲେଖିଛନ୍ତି । ଫିଲ୍ମର ସୁଟିଂ ଚଳିତ ବର୍ଷ ନଭେମ୍ବରରୁ ଆରମ୍ଭ ହେବ ଏବଂ ଏହା ୨୦୨୨ ମସିହାରେ ରିଲିଜ ହେବା ନେଇ ଅନୁମାନ କରାଯାଉଛି । ତେବେ ଫିଲ୍ମର ମୋଶନ ପୋଷ୍ଟର ରିଲିଜ୍ ହେବା ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।