/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634364924.jpg)
Vastu and God Sanidev
ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଶନି ଦେବଙ୍କୁ ସମର୍ପିତ । ଶନିବାରରେ ଭଗବାନ ଶନି ଦେବଙ୍କୁ ପୂଜା କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ବାସ୍ତୁଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନିଙ୍କ କୋପ ବା ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ବାସ୍ତୁ ଅନୁଯାୟୀ ଶନିବାର ଦିନ ବିଧି ଅନୁସାରେ ଶନି ଦେବଙ୍କୁ ପୂଜା କରିବା ଉଚିତ୍ । କୁଣ୍ଡଳୀରେ ଶନି ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ । ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ଦିନ ଶନିଦେବଙ୍କୁ ଶ୍ରଦ୍ଧାର ସହ ପୂଜା କରିବା ସହ ମନ୍ତ୍ର ଜପ କରାଯିବା ଉଚିତ୍ । ହିନ୍ଦୁ ଧର୍ମରେ ମନ୍ତ୍ର ଜପର ଅନେକ ମହତ୍ତ୍ୱ ରହିଛି । ଯେପରି ଶନି ଅଶୁଭ ଥିଲେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ, ସେହିଭଳି ଶନି ଶୁଭ ଥିଲେ ବ୍ୟକ୍ତିଙ୍କ ଜୀବନ ବହୁତ ଭଲ ମଧ୍ୟ ହୋଇଥାଏ । ତେବେ ରାଶି ଅନୁସାରେ ଶନିଦେବଙ୍କ ମନ୍ତ୍ର ଜପ କରିବା ଉଚିତ୍ । ତେବେ ଚାଲନ୍ତୁ ଜଣିବା କେଉଁ ମନ୍ତ୍ର ଜପ କରିବା ଉଚିତ ।
ମେଷ – ଓଁ ଶାନ୍ତାୟ ନମଃ
ବୃଷ – ଓଁ ବରେଣ୍ୟାୟ ନମଃ
ମିଥୁନ – ଓଁ ମାନ୍ଦ୍ୟାୟ ନମଃ
କର୍କଟ – ଓଁ ସୁନ୍ଦରାୟ ନମଃ
ସିଂହ – ଓଁ ସୂର୍ଯ୍ୟପୁତ୍ରାୟ ନମଃ
କନ୍ୟା – ଓଁ ମହନୀୟଗୁଣାତ୍ମନେ ନମଃ
ତୁଳା – ଓଁ ଛାୟାପୁତ୍ରାୟ ନମଃ
ବିଛା – ଓଁ ନୀଳବର୍ଣ୍ଣାୟ ନମଃ
ଧନୁ – ଓଁ ଧନସରବିଲେପାୟ ନମଃ
ମକର – ଓଁ ଶର୍ବାୟ ନମଃ
କୁମ୍ଭ – ଓଁ ମହେଶାୟ ନମଃ
ମୀନ – ଓଁ ସୁନ୍ଦରାୟ ନମଃ
ନିୟମିତ ଏହି ମନ୍ତ୍ର ଜପ କଲେ ଶନିଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇପାରିବେ । ଯେଉଁମାନଙ୍କ କୁଣ୍ଡଳୀ ବା ଜାତକରେ ଶନିଙ୍କ ସାଢେ ସାତୀ ଏବଂ ଶନି ସପ୍ତାହ ଚାଲିଛି ସେମାନଙ୍କ ପାଇଁ ଏହି ମନ୍ତ୍ର ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)