ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗୋଲ୍ଡି ବ୍ରାର୍କୁ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଲ୍ଡିର ମୃତ୍ୟୁନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏବେ US ପୋଲିସ ଏହାକୁ ଖଣ୍ଡନ କରିଛି । ସିଦ୍ଧୁ ମୁସେୱାଲା ହତ୍ୟା ଓ ସଲମାନ ଖାନଙ୍କୁ ଧମକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରହିଛି ଗୋଲ୍ଡି ।
କିଛିଦିନ ହେବ ପାକିସ୍ତାନରେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଅଜଣା ବ୍ୟକ୍ତିମାନେ ହତ୍ୟା କରୁଛନ୍ତି । ହତ୍ୟା ପରେ ଏହି ବ୍ୟକ୍ତିମାନେ କୌଣସି ସୁରାକ ଛାଡ଼ୁନାହାନ୍ତି ।
ନିପାତ ହେଲେ ୨ ଆତଙ୍କବାଦୀ। ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ଭୋରୁ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।
ଜମ୍ମୁ କଶ୍ମୀରରେ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ବ୍ୟାଙ୍କ ମ୍ୟାନେଜରକୁ ହତ୍ୟା କରିଥିବା ଆତଙ୍କବାଦୀକୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ ।
ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛନ୍ତି।
ପାକିସ୍ତାର ସକ୍ରିୟ ସ୍ଲିପର ସେଲ୍ ଲସ୍କ୍ର୍-ଇ ତାଏବା ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବାର ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ।
ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତଙ୍କ ମଧ୍ୟରେ ଅଛି ଜୈସ୍-ଏ-ମହମ୍ମଦ କମାଣ୍ଡର ଜାହିଦ୍ ଓ୍ୱାନି ।
କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ତେବେ ଗତକାଲି ମଧ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ବଡ ଆକ୍ସନ ନେଇଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତିନି ଆତଙ୍କୀଙ୍କୁ ନିହତ କରିଛନ୍ତି ।
ଜାମ୍ମୁ-କାଶ୍ମୀରରେ ଦୁଇ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁସ୍ତାକ୍ ଖାଣ୍ଡେ ଆଜି ଯବାନ ଗୁଳିରେ ନିହତ ହୋଇଛି ।