/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635320683.jpg)
Supreme Court
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସ୍ପାଏେୱର ମାମଲାର ତଦନ୍ତ । ଏଥିପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର.ଭି. ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ। ଏହି କମିଟି ସୁପ୍ରିମରକୋର୍ଟଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବ । କମିଟିରେ ଥିବା ଅନ୍ୟ ଦୁଇ ସଦସ୍ୟ ହେଲେ ଆଲୋକ ଜୋଶୀ ଓ ସନଦୀପ। ଓବେରଇ ଅଭିଯୋଗର ତଦନ୍ତ କରି ୮ ସପ୍ତାହ ମଧ୍ୟରେ ଅଦାଲତରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ମାମଲାର ଶୁଣାଣି ହେବ । କେନ୍ଦ୍ର ସରକାର ପେଗାସସ୍ ସ୍ପାଏେଓ୍ୱର ଜରିଆରେ ବିରୋଧୀଙ୍କ ସହ ସାମ୍ବାଦିକ, ଶିଳ୍ପପତିଙ୍କ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଥିଲା । ଏସଂପର୍କୀତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି. ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
Also Read
ତେବେ ପେଗାସସ୍ ଗୁଇନ୍ଦାଗିରି ନେଇ ସୁପ୍ରିମକୋର୍ଟ ପୂର୍ବରୁ ଉଦବେଗ ପ୍ରକାଶ କରିଥିଲେ । ରାଜନେତା, ସାମ୍ବାଦିକ ଓ ଅନ୍ୟମାନଙ୍କ ସଂପର୍କରେ ଗୁଇନ୍ଦାଗିରି କରାଯାଉଥିବା ନେଇ ଖବରକାଗଜରେ ପ୍ରକାଶିତ ତଥ୍ୟ ଯଦି ସତ ହୋଇଥାଏ, ତା ହେଲେ ଘଟଣାଟି ସାଂଘାତିକ ବୋଲି ସୁପ୍ରିମକୋର୍ଟ ପୂର୍ବରୁ କହିଥିଲେ । ସ୍ୱତନ୍ତ୍ର ତଦନ୍ତ ଦାବି ନେଇ ହୋଇଥିବା ଅନେକ ଗୁଡ଼ିଏ ଆବେଦନର ଶୁଣାଣି କରି କୋର୍ଟ ଏହା କହିଥିଲେ। କୋର୍ଟରେ ଦାଖଲ ହୋଇଥିବା ଆବେଦନ କପି କେନ୍ଦ୍ର ସରକାରଙ୍କୁ ଦେବା ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ । ତେବେ ଆଜି ପୁଣି ଥରେ ପେଗାସସ୍ ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)