Advertisment

ଟିମ୍ ଇଣ୍ତିଆର ମଙ୍ଗ ଧରିବେ କି ରାହୁଲ ଦ୍ରାବିଡ!

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ଏନେଇ ଗତକାଲି ଔପଚାରିକ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବାର ସମ୍ଭାବନା ରହିଛି ।

author-image
Otv Khabar Bureau
Rahul Dravid

Rahul Dravid

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ଏନେଇ ଗତକାଲି ଔପଚାରିକ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବାର ସମ୍ଭାବନା ରହିଛି । ରାହୁଲ ଦ୍ରାବିଡ୍ ଏବେ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭାବେ କାର୍ଯ୍ୟରତ ରହିଛନ୍ତି ।

Advertisment

ସେହିପରି ପୂର୍ବତନ ପେସ୍ ବୋଲର ପାରସ ମାମ୍ବ୍ରେ ଭାରତୀୟ କ୍ରିକେଟ୍ ଟିମ୍‌ର ବୋଲିଂ କୋଚ୍ ଏବଂ ପୂର୍ବତନ ଓ୍ବିକେଟ୍ କିପର ଅଜୟ ରାତ୍ରା ଫିଲଡିଂ କୋଚ୍ ପାଇଁ ଆବେଦନ କରିଛନ୍ତି । ଦ୍ରାବିଡ ଓ ତାଙ୍କ ସହଯୋଗୀ ଷ୍ଟାଫ ମାନଙ୍କ ସହ ଦୁଇ ବର୍ଷ ପାଇଁ ଚୁକ୍ତି କରାଯିବାର ସୂଚନା ମିଳିଛି । ସେମାନେ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଟିମ୍‌ ଇଣ୍ତିଆ ଦାୟିତ୍ୱରେ ରହିବେ ବୋଲି ସୂଚନା ଦିଆଯାଇଛି । ବର୍ତ୍ତମାନ ରବିଶାସ୍ତ୍ରୀ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିଛନ୍ତି ।

Advertisment

ନିକଟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ସମେତ ଭାରତରେ କ୍ରିକେଟ୍ ବୋର୍ଡର ସର୍ବୋଚ୍ଚ ସଦସ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏହି ବୈଠକରେ ରାହୁଲ ଦ୍ରାବିଡ ମଧ୍ୟ ଉପସ୍ଥିତ ରହିଥିଲେ । ସୂଚନା ଅନୁଯାୟୀ ବୈଠକରେ ଦ୍ରାବିଡଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ଚାଲିଥିଲା ।

ବିସିସିଆଇ ପକ୍ଷରୁ ଚଳିତ ମାସ ଆରମ୍ଭରେ ଭାରତ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍, ବୋଲିଂ କୋଚ୍, ବ୍ୟାଟିଂ କୋଚ୍ ଏବଂ ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିବା ପାଇଁ ଘୋଷଣା କରାଯାଇଥିଲା । ଅକ୍ଟୋବର ୨୬ ଆବେଦନର ଶେଷ ଦିନ ବୋଲି ସ୍ଥିର କରାଯାଇଥିଲା । ମୁଖ୍ୟ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଏହି ଟି -୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ରବି ଶାସ୍ତ୍ରୀଙ୍କ ସମେତ ବୋଲିଂ କୋଚ୍ ଭରତ ଅରୁଣ ଏବଂ ଆର ଶ୍ରୀଧରଙ୍କ ମଧ୍ୟ ଚୁକ୍ତିନାମା ଏହି ଟି -୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ଉଲ୍ଲେଖଯୋଗ୍ୟ ଯେ, ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଚଳିତ ମାସ ଆରମ୍ଭରେ ଗଣମାଧ୍ୟମକୁ କହିଥିଲେ ଯେ ମୁଖ୍ୟ କୋଚ୍‌ ଭୂମିକା ପାଇଁ ଆବେଦନ କରିବା ପାଇଁ ଦ୍ରାବିଡ ସମୟ ମାଗିଥିଲେ ଏବଂ ଦୁବାଇରେ ସେମାନଙ୍କର ସାକ୍ଷାତ କେବଳ ଏନସିଏ ସମ୍ବନ୍ଧୀୟ ବିଷୟ ଉପରେ ହୋଇଥିଲା ।

Head Coach Team India Rahul Dravid
Advertisment
Advertisment