Advertisment

ହାଇପର୍‌ସୋନିକ୍‌ ରେସ୍‌ରେ ଭାରତ

ଯୁଦ୍ଧର ପରିଭାଷା ବଦଳୁଥିବା ବେଳେ ଡ୍ରୋନ୍ ଓ ୟୁଏଭି ଭଳି ଇଲେକ୍ଟ୍ରୋନିକ୍ ଓ୍ୱାର୍ଫେୟାର କଥା ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ହାଇପର୍ସୋନିକ୍ କ୍ଷେପଣାସ୍ତ୍ରର ଦୌଡ଼। ଏହି ଜ୍ଞାନକୌଶଳ ହାସଲ କ୍ଷେତ୍ରରେ ଅଳ୍ପ କେତୋଟି ଦେଶ ଆଗଧାଡ଼ିରେ ଥିବା ବେଳେ, ଭାରତ ବି ପଛରେ ପଡିନାହିଁ

author-image
Sarbeswar
ଅଦ୍ୟତନ ହୋଇଛି
'Hypersonic' Boost

'Hypersonic' Boost

ନୂଆଦିଲ୍ଲୀ: ଯୁଦ୍ଧର ପରିଭାଷା ବଦଳୁଥିବା ବେଳେ ଡ୍ରୋନ୍ ଓ ୟୁଏଭି ଭଳି ଇଲେକ୍ଟ୍ରୋନିକ୍ ଓ୍ୱାର୍ଫେୟାର କଥା ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ହାଇପର୍ସୋନିକ୍ କ୍ଷେପଣାସ୍ତ୍ରର ଦୌଡ଼। ଏହି ଜ୍ଞାନକୌଶଳ ହାସଲ କ୍ଷେତ୍ରରେ ଅଳ୍ପ କେତୋଟି ଦେଶ ଆଗଧାଡ଼ିରେ ଥିବା ବେଳେ, ଭାରତ ବି ପଛରେ ପଡିନାହିଁ । ଶବ୍ଦ ଠାରୁ ୬ରୁ ୭ ଗୁଣ ଅଧିକ ବେଗ ବା ହାଇପର୍ସୋନିକ୍ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶଙ୍କ ତାଲିକାରେ ଭାରତ ବି ରହିଛି ବୋଲି ଆମେରିକା କଂଗ୍ରେସ ରିସର୍ଚ୍ଚ ସର୍ଭିସ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି।

Advertisment

ହାଇପର୍ସୋନିକ୍ ମିଜାଇଲ୍ ରେସରେ ସାମିଲ ହେଲା ଭାରତ । ଶବ୍ଦ ଠାରୁ ୬-୭ ଗୁଣ ଅଧିକ ବେଦରେ ଗତି କରିପାରିବ ଏହି କ୍ଷେପଣାସ୍ତ୍ର । ଆମେରିକା, ଚୀନ୍ ଓ ଋଷିଆ ନିକଟରେ ରହିଛି ଟେକ୍ନୋଲୋଜି । ତେବେ ଭାରତ, ଅଷ୍ଟ୍ରେଲିଆ, ଫ୍ରାନ୍ସ , ଜର୍ମାନୀ ଓ ଜାପାନ ବି ଏହି ରେସ୍‌ରେ ଅଛନ୍ତି । ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଥିବା ହାତଗଣତି ଦେଶଙ୍କ ମଧ୍ୟରେ ଭାରତ ରହିଥିବା ଆମେରିକା କଂଗ୍ରେସର ରିସର୍ଚ୍ଚ ସର୍ଭିସ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି। ଏହି ଟେକ୍ନୋଲୋଜି ପାଇଁ ଅଷ୍ଟ୍ରେଲିଆ ଆମେରିକାର ସହଯୋଗ ନେଉଥିବା ବେଳେ, ଭାରତ ନେଉଛି ଋଷିଆର ସହଯୋଗ । ଭାରତର ବ୍ରୋହ୍ମୋସ-ଟୁ କ୍ଷେପଣାସ୍ତ୍ର ଏହି ଶ୍ରେଣୀର ବୋଲି କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ ରିପୋର୍ଟରେ ଦର୍ଶାଯାଇଛି ।

୨୦୧୭ରେ ବ୍ରହ୍ମୋସ-ଟୁର ପରୀକ୍ଷଣ ହେବାର ଥିଲା। ମାତ୍ର କୋଭିଡ୍ ଯୋଗୁ ଏଥିରେ ବିଳମ୍ବ ହୋଇଛି। ତେବେ ୨୦୨୫ରୁ ୨୦୨୮ ମଧ୍ୟରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର ଲାଗି ଭାରତ ଦକ୍ଷତା ହାସଲ କରିବ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ଭାରତ ଆଉ ଏକ ନିଜସ୍ୱ ହାଇପରସୋନିକ କ୍ଷେପଣାସ୍ତ୍ର ମଧ୍ୟ ପ୍ରସ୍ତୁତ କରୁଛି। ୨୦୧୯ ଜୁନ୍ ଓ ୨୦୨୦ ସେପ୍ଟେମ୍ବରରେ ଭାରତ ସ୍କ୍ରାମ-ଜେଟ୍ ଟେକ୍ନୋଲୋଜିର ସଫଳ ପରୀକ୍ଷଣ କରିଥିଲା । ଏହା ମାକ୍-ସିକ୍ସ୍ ବା ଶଦ୍ଦଠାରୁ ୬ ଗୁଣ ଅଧିକ ବେଗରେ ଗତି କରିବାକୁ ସମର୍ଥ। ତେବେ ଭାରତ ମାକ୍-୧୩ ସ୍ପିଡ୍ ଯାଏଁ ପରୀକ୍ଷଣ ଲାଗି ସଫଳ ବୋଲି ରିପୋର୍ଟରେ କୁହାଯାଇଛି ।

Advertisment

ଏପଟେ ଆମେରିକା କଂଗ୍ରେସ ରିସର୍ଚ୍ଚ ସର୍ଭିସ ସମସ୍ତଙ୍କୁ ଚମକାଇଦେବା ଭଳି ଖୁଲାସା କରିଛି। ଚୀନ୍ ଗତ ଅଗଷ୍ଟ ମାସରେ ପରମାଣୁ ଅସ୍ତ୍ର ବହନ କରିପାରୁଥିବା ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବା ରିପୋର୍ଟରେ କୁହାଯାଇଛି। ଏହି କ୍ଷେପଣାସ୍ତ୍ର ପୃଥିବୀକୁ ଥରେ ପରିକ୍ରମା କରିବା ପରେ ନିଜ ଲକ୍ଷ୍ୟ ପଥରେ ଯାଇଥିଲା । ତେବେ ଏହା ଟାର୍ଗେଟ ଭେଦ କରିପାରିନଥିବା ଫାଇନାନସିଆଲ ଟାଇମ୍ସ ନିଜ ରିପୋର୍ଟରେ କହିଛି । ଚୀନ୍ ଏହାଦ୍ୱାରା ମହାକାଶ ଜ୍ଞାନକୌଶଳ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ହାସଲ କରିଥିବା କୁହାଯାଇଛି । ଚୀନର ଏହି ପରୀକ୍ଷଣ ଆମେରିକାର ଗୁଇନ୍ଦା ବିଭାଗକୁ ବି ଚକିତ କରିଛି। ତେବେ ଏଧରଣର କ୍ଷେପଣାସ୍ତ୍ର ପରୀକ୍ଷଣ ଖବରକୁ ଖଣ୍ଡନ କରିଛି ଚୀନ୍ । ହାଇପରସୋନିକ୍ କ୍ଷେପଣାସ୍ତ୍ର ନୁହେଁ, ବରଂ ହାଇପରସୋନିକ୍ ରକେଟ୍ର ପରୀକ୍ଷଣ କରାଯାଇଥିବା ଚୀନ୍ ସଫେଇ ଦେଇଛି ।

ଲଦାଖ ବିବାଦ ପରଠାରୁ ଭାରତର ପ୍ରଧାନ ଶତ୍ରୁ ଭାବେ ଠିଆ ହୋଇଛି ଚୀନ୍। ସାମରିକ ଦୃଷ୍ଟିରୁ ପାକିସ୍ତାନ ଆଉ ଭାରତ ସମକକ୍ଷ ନୁହେଁ। ତେବେ ସୁପରପାଓ୍ୱାର ଚୀନ୍ ପ୍ରତି ସତର୍କ ରହିବାର ବେଳ ଆସିଛି। ଆର୍ଥିକ ବିକାଶ ସହିତ ଚୀନ ଡ୍ରୋନ, ଇଲେକଟ୍ରୋନିକ୍ ଓ୍ୱାରଫେୟାର ଓ ସୁପରସୋନିକ୍ କ୍ଷେପଣାସ୍ତ୍ର କ୍ଷେତ୍ରରେ ଆମେରିକାକୁ ବି ଚ୍ୟାଲେଞ୍ଜ ଦେବାରେ ସଫଳ ହୋଇଛି। ତାସହିତ ଏହାର ବିସ୍ତାରବାଦୀ ନୀତି ପଡୋଶୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ତେଣୁ ପ୍ରତିରକ୍ଷା କ୍ଷେତ୍ରରେ ଚୀନର ସମକକ୍ଷ ହେବା ଲାଗି ଭାରତ ଜୋରଦାର ଉଦ୍ୟମ ଜାରି ରଖିଛି।

'Hypersonic' Boost
Advertisment
Advertisment