Advertisment

ପାକିସ୍ତାନକୁ ସମର୍ଥନ କଲେ, ଏବେ ଚାକିରିରୁ ବରଖାସ୍ତ ହେଲେ

ଭାରତ ହାରିଲା, ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଆଉ ପାକିସ୍ତାନ ଜିତିବାରୁ ଖୁସି ମନାଇଥିଲେ ସ୍କୁଲ। ଆଉ ଏବେ ଚାକିରିରୁ ବରଖାସ୍ତ ହେଲା। ରାଜସ୍ଥାନର ଜୟପୁରରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

author-image
Sarbeswar
India-Pakistan

India-Pakistan

ନୂଆଦିଲ୍ଲୀ: ଭାରତ ହାରିଲା, ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଆଉ ପାକିସ୍ତାନ ଜିତିବାରୁ ଖୁସି ମନାଇଥିଲେ ସ୍କୁଲ। ଆଉ ଏବେ ଚାକିରିରୁ ବରଖାସ୍ତ ହେଲା। ରାଜସ୍ଥାନର ଜୟପୁରରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Advertisment

ଟ୍ୱି-ଟ୍ୱେଣ୍ଟି ବିଶ୍ୱ କପ୍‌ରେ ପାକିସ୍ତାନଠାରୁ ଭାରତ ପରାଜିତ ହୋଇଥିଲା। ଯାହାକୁ ନେଇ ପୂରା ଦେଶରେ କ୍ରିକେଟ୍‌ ପ୍ରେମୀମାନେ ଦୁଃଖ ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ ବରଂ ଜାମ୍ମୁ-କାଶ୍ମୀରରେ ବାଣ ମଧ୍ୟ କିଛି ଲୋକ ଫୁଟାଇଥିଲେ। ଯାହାକୁ ନେଇ ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାସହ ପଞ୍ଜାବରେ ମଧ୍ୟ ପାକିସ୍ତାନ ସପକ୍ଷରେ ସ୍ଲୋଗାନ୍‌ ଦିଆଯାଇଥିଲା। ଆଉ ବର୍ତ୍ତମାନ ସମୟରେ ରାଜସ୍ଥାନର ଉଦୟପୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ନୀରଜା ମୋଦୀ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ନାଫିସା ଅଟ୍ଟାରୀ ପାକିସ୍ତାନକୁ ସମର୍ଥନ କରିଥିବାରୁ ତାଙ୍କର ଚାକିରି ଯାଇଛି।

ସୋସିଆଲ ମିଡିଆରେ ଏକ ଟୁଇଟ୍ ଭାଇରାଲ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଉଦୟ ନୀରଜା ମୋଦୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ନଫିସା ଅଟ୍ଟାରୀ କହିଥିଲେ, ଯଦି ପାକିସ୍ତାନ ଏହି ମ୍ୟାଚ ଜିତନ୍ତି ତେବେ ପାକିସ୍ତାନକୁ ସମର୍ଥନ କରୁଥିବା ଲୋକେ ବେଶ୍‌ ଖୁସିହେବେ। ଏହାସହ ପାକିସ୍ତାନ ଖେଳାଳୀଙ୍କ ଏକ ଫଟୋ ସେୟାର କରି ଆମେ ଜିତିଗଲୁ ବୋଲି ଲେଖିଥିଲେ। ଯାହା କି କ୍ଷଣକ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଆଉ ମାମଲାର ଗମ୍ଭୀରତାକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବିଦା କରିଛନ୍ତି।

Advertisment

ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏକ ପ୍ରେସ ରିଲିଜ୍‌ କରିଛନ୍ତି। ଏବଂ ଜାତୀୟ ଗଣମାଧ୍ୟକୁ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ସେ ପାକିସ୍ତାନକୁ ସମର୍ଥନ କରିଥିଲେ। କେବଳ ସମର୍ଥନ କରିଥିଲେ ତାହା ନୁହେଁ ବରଂ ଜିତିବା ପରେ ଆମେ ଜିତିଗଲୁ ବୋଲି ସୋସିଆଲ ମିଡ଼ିଆରେ ଲେଖିଥିଲେ। ତେଣୁ ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ତାଙ୍କୁ ସ୍କୁଲରୁ ବରଖାସ୍ତ କରିଛୁ। ତେବେ ଏନେଇ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ନାଫିସା।

Nafisa Atari India-Pakistan Match T20 World Cup
Advertisment
Advertisment