Advertisment

ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରେମ, ପାକ୍‌କୁ ସମର୍ଥନ କରି କଲେଜ୍‌ରୁ ତଡା ଖାଇଲେ ଛାତ୍ର

ମ୍ୟାଚ ସରିଲା କିନ୍ତୁ ସରୁନି ବିବାଦ। ଭାରତ-ପାକିସ୍ତାନ ମଧ୍ୟରେ ଗତ ରବିବାର ଦିନ ହୋଇଥିବା ଟି-୨୦ ମ୍ୟାଚ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ। ଯାହାକୁ ନେଇ କ୍ରିକେଟ୍‌ ପ୍ରେମୀ ମାନେ ବେଶ୍‌ ନିରାଶ ହୋଇଥିଲେ। ହେଲେ ପାକିସ୍ତାନ ବିଜୟୀ ହେବାରୁ ଜାମ୍ମୁର ଜଣେ ଛାତ୍ର ଖୁସି ମନାଇଥିଲେ। ଯେଉଁଥି ପାଇଁ ତାଙ୍କୁ କଲେଜ୍‌ରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି

author-image
Sarbeswar
ଅଦ୍ୟତନ ହୋଇଛି
India-Pakistan Match

India-Pakistan Match

ମ୍ୟାଚ ସରିଲା କିନ୍ତୁ ସରୁନି ବିବାଦ। ଭାରତ-ପାକିସ୍ତାନ ମଧ୍ୟରେ ଗତ ରବିବାର ଦିନ ହୋଇଥିବା ଟି-୨୦ ମ୍ୟାଚ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ। ଯାହାକୁ ନେଇ କ୍ରିକେଟ୍‌ ପ୍ରେମୀ ମାନେ ବେଶ୍‌ ନିରାଶ ହୋଇଥିଲେ। ହେଲେ ପାକିସ୍ତାନ ବିଜୟୀ ହେବାରୁ ଜାମ୍ମୁର ଜଣେ ଛାତ୍ର ଖୁସି ମନାଇଥିଲେ। ଯେଉଁଥି ପାଇଁ ତାଙ୍କୁ କଲେଜ୍‌ରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ କଲେଜରୁ ବିଦା ହୋଇଥିବା ଛାତ୍ର ଜଣକ ଇଂଜିନିୟରିଂ ବିଭାଗରେ ପାଠ ପଢୁଥିଲେ। ତେବେ ପାକ୍‌କୁ ସମର୍ଥନ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳର ବିଜେପିକର୍ମୀମାନେ ଜଗଦୀଶପୁର ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଛାତ୍ର ଜଣକ ରାଜା ବଲୱନ୍ତ ସିଂ ଇଂଜିନିୟରିଂ କଲେଜ୍‌ରେ ପାଠ ପଢୁଥିବା ନେଇ ଜଣାପଡ଼ିଛି। କିନ୍ତୁ ଏନେଇ କଲେଜ କର୍ତ୍ତୃପକ୍ଷ କିନ୍ତୁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିନାହାନ୍ତି।

Advertisment

ସେପଟେ ଗତକାଲି ରାଜସ୍ଥାନ ଜୟପୁରରୁ ମଧ୍ୟ ସାମ୍ନାକୁ ଆସିଛି। ପଞ୍ଜାବରେ ମଧ୍ୟ ପାକିସ୍ତାନ ସପକ୍ଷରେ ସ୍ଲୋଗାନ୍‌ ଦିଆଯାଇଥିଲା। ଏହାସହ ରାଜସ୍ଥାନର ଉଦୟପୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ନୀରଜା ମୋଦୀ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ନାଫିସା ଅଟ୍ଟାରୀ ପାକିସ୍ତାନକୁ ସମର୍ଥନ କରିଥିବାରୁ ତାଙ୍କର ଚାକିରି ଯାଇଛି।

Advertisment

ସୋସିଆଲ ମିଡିଆରେ ଏକ ମେସେଞ୍ଜର ଷ୍ଟାଟସ୍‌ ଭାଇରାଲ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଉଦୟ ନୀରଜା ମୋଦୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ନଫିସା ଅଟ୍ଟାରୀ ପାକିସ୍ତାନ ମ୍ୟାଚ ଜିତନ୍ତି ତେବେ ପାକିସ୍ତାନକୁ ସମର୍ଥନ କରୁଥିବା ଲୋକେ ବେଶ୍‌ ଖୁସିହେବେ ବୋଲି କହିଥିଲେ। ଏହାସହ ପାକିସ୍ତାନ ଜିତିବା ପରେ ଖେଳାଳୀଙ୍କ ଏକ ଫଟୋ ସେୟାର କରି ଆମେ ଜିତିଗଲୁ ବୋଲି ଲେଖିଥିଲେ। ଯାହା କି କ୍ଷଣକ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଆଉ ମାମଲାର ଗମ୍ଭୀରତାକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବିଦା କରିଛନ୍ତି। ଆଉ ଏପଟେ ଜାମ୍ମୁରୁ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

India Jammu Kashmir India-Pakistan
Advertisment
Advertisment