Advertisment

କନ୍ଦାଉଛି ତେଲ ଦର : ୧୧୮ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ ଲିଟର !

ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ ଟପିଲାଣି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବାଲାଘାଟରେ ପେଟ୍ରୋଲ ଲିଟର ରେକର୍ଡ ଛୁଇଁଛି । ମଧ୍ୟପ୍ରଦେଶର ବାଲାଘାଟରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ପାଖାପାଖି ପହଞ୍ଚିଛି । ଏଠାରେ ପେଟ୍ରୋଲର ଲିଟର ୧୧୮.୯୮ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୧୦୮.୨୦ ଟଙ୍କାରେ ବିକ୍ରି ହେଉଛି

author-image
Prangyan Parimita
ଅଦ୍ୟତନ ହୋଇଛି
fuel price hike

fuel price hike

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ୍ । ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇଛି । ଲଗାତାର ୨ ଦିନ ସ୍ଥିର ରହିବା ପରେ ଆଜି ପେଟ୍ରୋଲ ଲିଟର ପିଛା ୫୮ ପଇସା ଏବଂ ଡିଜେଲ ୩୫ ପଇସା ମହଙ୍ଗା ହୋଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଆଜି ଲିଟର ପିଛା ୧୦୭.୯୪ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୬୭ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୩ .୮୦  ଟଙ୍କା ଓ ଡିଜେଲ ୧୦୪. ୭୫ ଟଙ୍କା ଓ ଚେନ୍ନାଇରେ ପେଟ୍ରୋଲ ୧୦୪. ୮୩ ଟଙ୍କା, ଡିଜେଲ ୧୦୦. ୯୨ ଟଙ୍କା ରହିଛି ।

Advertisment

ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ ଟପିଲାଣି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବାଲାଘାଟରେ ପେଟ୍ରୋଲ ଲିଟର ରେକର୍ଡ ଛୁଇଁଛି । ମଧ୍ୟପ୍ରଦେଶର ବାଲାଘାଟରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ପାଖାପାଖି ପହଞ୍ଚିଛି । ଏଠାରେ ପେଟ୍ରୋଲର ଲିଟର ୧୧୮.୯୮ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୧୦୮.୨୦ ଟଙ୍କାରେ ବିକ୍ରି ହେଉଛି। । ତୈଳ ଦରରେ ଅହେତୁକ ବୃଦ୍ଧି ହେତୁ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି । ଦେଶରେ ତୈଳକୁ ଜିଏସଟି ଅଧୀନକୁ ଅଣାଯାଇନାହିଁ। ଯଦି ଏହାକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଆନ୍ତା ତେବେ ଦର କମନ୍ତା । କିନ୍ତୁ ବାରମ୍ବାର ଦାବି ପରେ ବି ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସଟି ଅଧୀନକୁ ଅଣାଯାଇନାହିଁ। 

ସେପଟେ କ୍ରମାଗତ ଦର ବୃଦ୍ଧି ବିରୋଧରେ ନଭେମ୍ବର ପହିଲାରୁ କଂଗ୍ରେସ ସଦସ୍ୟତା ଅଭିଯାନ ଆରମ୍ଭ କରିବ । ସର୍ବପ୍ରଥମେ ୧୪-୨୯ ନଭେମ୍ବର ମଧ୍ୟରେ ହ୍ରାସ ପାଉଥିବା ଅର୍ଥନୀତି ଏବଂ ବେକାରୀ ସମସ୍ୟା ବିରୋଧରେ ଏକ ଅଭିଯାନ ଆରମ୍ଭ ହେବ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ରଣଦୀପ ସୁରଜେୱାଲା ଏବଂ ଦୀନେଶ ଗୁଣ୍ଡୁ ରାଓ ଏହି ସୂଚନା ଦେଇଛନ୍ତି।

Advertisment

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପ ଆଧାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ କମ୍ ବେଶୀ ହୋଇଥାଏ । ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତିଦିନ ସମୀକ୍ଷା କରିବା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରନ୍ତି । ଇଣ୍ଡିଆନ୍ ଅଏଲ୍, ଭରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଅନ୍ୟାନ୍ୟ ତୈଳ କମ୍ପାନୀ ପ୍ରତିଦିନ ସକାଳେ ଅନେକ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅପଡେଟ୍ କରନ୍ତି। 

ନିଜ ସହରର ତେଳ ଦର କିପରି ଜାଣିବେ ?

ଇଣ୍ଡିଆନ୍ ଅଏଲ କପୋର୍ଟରେସନର www.iocl.com ୱେବସାଇଟ୍ ଯାଆନ୍ତୁ

ସେଠାରେ ‘Check Prices of Petrol & Diesel’ ଉପରେ କ୍ଲିକ୍ କରନ୍ତୁ

ଏହାପରେ ନିଜ ସହରର ଡିଲର କୋଡ ଚେକ୍ କରନ୍ତୁ

ଏବଂ ତା’ପରେ ‘RSP Dealer Code’ ଲେଖି 9224992249କୁ ମେସେଜ କରନ୍ତୁ

India Petrol Price Hike
Advertisment
Advertisment