• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗ୍ଲାସ୍ଗୋରେ ବଢ଼ିଲା ଭାରତର ଗାରିମା । ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ଭାରତର ଯୋଗଦାନ ସଂପର୍କରେ ଅବଗତ କରାଇବା ସହ ପଞ୍ଚାମୃତ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଜାତୀୟ ଜଳବାୟୁ ଶିଖର ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ୍ ନିଗର୍ମନ ଲକ୍ଷ୍ୟ ପୂରଣ କରିବ ଭାରତ ।

ସ୍କଟଲ୍ୟାଣ୍ତର ଗ୍ଲାସ୍ଗୋରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଜଳବାୟୁ ଶିଖର ସମ୍ମିଳନୀ (କୋପ୍ -26) ମଞ୍ଚରୁ ସାରା ବିଶ୍ୱକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିକାଶଶୀଳ ଦେଶମାନଙ୍କ ପ୍ରତିନିଧି ଭାବେ ବିଶ୍ୱ ସାମ୍ନାରେ ରଖିଛନ୍ତି ପରିବେଶ ସୁରକ୍ଷା ଦିଗରେ ଭାରତର ପ୍ରତିବଦ୍ଧତାର ଛବି । ପ୍ୟାରିସ୍ ରାଜିନାମା ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, ମୋ ପାଇଁ ପ୍ୟାରିସରେ ଆୟୋଜନ ଏହି କାର୍ଯ୍ୟକ୍ରମ ଏକ ସମ୍ମିଟ୍ ନଥିଲା, ବରଂ ଏକ କମିଟ୍ମେଣ୍ଟ୍ ଥିଲା । ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଭାରତରେ ରହୁଥିଲେ ବି, ଗ୍ରୀନ୍ ହାଉସ୍ ଗ୍ୟାସ୍ ବା ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧି କରୁଥିବା ବାଷ୍ପ ଉତ୍ପନ୍ନ କରିବାରେ ଦେଶର ଭାଗିଦାରୀ ମାତ୍ର ୫ ପ୍ରତିଶତ । ଏହାସତ୍ତ୍ୱେ ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ଭାରତ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ବୋଲି କହିଛନ୍ତି ମୋଦି । ୨୦୭୦ ସୁଦ୍ଧା ଜିରୋ କାର୍ବନ୍ ଏମିସନ୍ ଲକ୍ଷ୍ୟ ଭଳି ବଡ଼ ଘୋଷଣା ସହ ଆଉ ୫ଟି ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ନେଟ୍ ଜିରୋ କାର୍ବନ୍ ଏମିସନ୍ ଅର୍ଥ ଦେଶରେ ଯେତିକି କ୍ଷତିକାରକ ଗ୍ରୀନ୍ ହାଉସ୍ ଗ୍ୟାସ୍ ଉତ୍ପନ୍ନ ହେବ, ବୃକ୍ଷରୋପଣ ଓ ଆଧୁନିକ ଟେକ୍ନୋଲୋଜି ଦ୍ୱାରା ବାୟୁମଣ୍ଡଳରୁ ସେତେକି ଗ୍ୟାସ୍ ହଟାଇବାର ବ୍ୟବସ୍ଥା କରାଯିବ । ଭାରତ ୨୦୭୦ ଭିତରେ ଏହି ଲକ୍ଷ୍ୟ ପୂରଣ କରିବାକୁ ଘୋଷଣା କରିଥିବା ବେଳେ ଚୀନ୍ ୨୦୬୦ ସୁଦ୍ଧା ଏବଂ ଆମେରିକା ଓ ୟୁରୋପୀୟ ସଂଘ ୨୦୫୦ ସୁଦ୍ଧା ଏହା ହାସଲ କରିବାକୁ ଶପଥ ନେଇଛନ୍ତି ।

୨୦୭୦ ସୁଦ୍ଧା କାର୍ବନ୍ ନୁ୍ୟଟ୍ରାଲ୍ ଦେଶ ପାଲଟିବ ଭାରତ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଗ୍ଲାସ୍ଗୋରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ(କୋପ୍-26) ସମ୍ମିଳନୀରେ ଘୋଷଣା କରିଛନ୍ତି । ବିଶ୍ୱ ପ୍ରତିନିଧିଙ୍କ ଆଗରେ ପଞ୍ଚାମୃତର ଶପଥ ନେଇଛନ୍ତି ମୋଦି । ସାରା ବିଶ୍ୱକୁ ପରିବେଶ ପାଇଁ ଜୀବନଶୈଳୀର ବାର୍ତ୍ତା ଦେଇଛନ୍ତି ମୋଦୀ ।