Advertisment

ଫେବୃଆରୀରେ ପୁଣି ପିଚ୍‌କୁ ଓହ୍ଲାଇବେ ଯୁବରାଜ

ପୁଣି ପଡିଆକୁ ଫେରିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ । ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ପୁଣି ଥରେ କ୍ରିକେଟ ଖେଳିବା ନେଇ ଆଗ୍ରହ ଦେଖାଇଛନ୍ତି ଯୁବରାଜ୍ । ଅବସର ପରଠାରୁ ଯୁବରାଜ ସଡକ ସୁରକ୍ଷା ୱାର୍ଲ୍ଡ ସିରିଜ୍, ଗ୍ଲୋବାଲ୍ ଟି -୨୦ ଲିଗ୍, ଆବୁଧାବି ଟି ୧୦ ଲିଗ୍ ସମେତ ପୃଥିବୀର ବିଭିନ୍ନ ଲିଗରେ ଅଂଶଗ୍ରହଣ କରିଆସୁଥିଲେ।

author-image
Otv Khabar Bureau
ଅଦ୍ୟତନ ହୋଇଛି
yuvraj singh

yuvraj singh

ପୁଣି ପଡିଆକୁ ଫେରିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ । ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ପୁଣି ଥରେ କ୍ରିକେଟ ଖେଳିବା ନେଇ ଆଗ୍ରହ ଦେଖାଇଛନ୍ତି ଯୁବରାଜ୍ । ଅବସର ପରଠାରୁ ଯୁବରାଜ ସଡକ ସୁରକ୍ଷା ୱାର୍ଲ୍ଡ ସିରିଜ୍, ଗ୍ଲୋବାଲ୍ ଟି -୨୦ ଲିଗ୍, ଆବୁଧାବି ଟି ୧୦ ଲିଗ୍ ସମେତ ପୃଥିବୀର ବିଭିନ୍ନ ଲିଗରେ ଅଂଶଗ୍ରହଣ କରିଆସୁଥିଲେ। ମଙ୍ଗଳବାର ଯୁବରାଜ ସିଂହ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଯେ ସେ ପୁଣି ଥରେ କ୍ରିକେଟ୍ ପଡ଼ିଆକୁ ଫେରିବାକୁ ଅପେକ୍ଷା କରିଛନ୍ତି। ସେ କହିଛନ୍ତି ଯେ ଫେବୃଆରୀ ମାସରେ ସେ ପିଚକୁ ଫେରିପାରନ୍ତି ।

Advertisment

ଯୁବରାଜଙ୍କ ପଡିଆକୁ ଓହ୍ଲାଇବା ଖବର ଏବେ ବେଶ ଭାଇରାଲ ହେବାରେ ଲାଗିଛି । ସେ ଆଗକୁ କେଉଁ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ, ସେନେଇ ଏବେ ଯାଏଁ ସ୍ପଷ୍ଟ କରିନାହାନ୍ତି । ଦୁବାଇରେ ଚାଲିଥିବା ଟି-୨୦ ୱାର୍ଲ୍ଡ କପରେ ଭାରତର କ୍ରମାଗତ ଦୁଇଟି ପରାଜୟ ପରେ ଦଳକୁ ସମର୍ଥନ କରିବା ନେଇ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ଯୁବରାଜଙ୍କ ପଡିଆକୁ ଓହ୍ଲାଇବା ନେଇ ପ୍ରଶଂସକ ବେଶ ଉତ୍ସାହିତ ରହିଛନ୍ତି । ଯୁବରାଜ ପ୍ରଶଂସକଙ୍କ ସମର୍ଥନକୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟର୍‌ରେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ଭାରତ ଦଳର ଏହି କଠିନ ସମୟରେ ଦଳକୁ ସମର୍ଥନ କରନ୍ତୁ ।

Advertisment

ଜୁନ୍ ୨୦୧୯ ରେ ଯୁବରାଜ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଭାବପ୍ରବଣ ହୋଇ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଥିଲେ। ଯୁବରାଜ ନିକଟରେ କହିଛନ୍ତି ଯେ, "୨୫ ବର୍ଷ ପରେ ମୁଁ ପୁଣିଥରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛି। କ୍ରିକେଟ୍ ମୋତେ ସବୁକିଛି ଦେଇଛି ଏବଂ ଆଜି ମୁଁ ଏଠାରେ ଠିଆ ହୋଇଛି ତ କେବଳ କ୍ରିକେଟ ପାଇଁ । ଭାରତ ପାଇଁ ୪୦୦ ଟି ମ୍ୟାଚ୍ ଖେଳି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ମୁଁ ଯେତେବେଳେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲି ସେତେବେଳେ ମୁଁ କଳ୍ପନା କରି ନ ଥିଲି ଯେ ମୁଁ ଦିନେ ଭାରତ ପାଇଁ ଖେଳିବି ।

ଯୁବରାଜ ୨୦୦୭ ଟି -୨୦ ବିଶ୍ୱକପ ଏବଂ ୨୦୧୧, ୫୦ ଓଭର ବିଶ୍ୱକପର ବିଜେତା ଦଳର ଏକ ମୁଖ୍ୟ ଅଂଶ ରହିଥିଲେ। ମୁମ୍ବାଇରେ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ତାଙ୍କୁ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଭାବରେ ମଧ୍ୟ ସମ୍ମାନିତ କରାଯାଇଥିଲା। ମୋଟ ଉପରେ, ଯୁବରାଜ ସିଂହ ୪୦ ଟି ଟେଷ୍ଟ, ୩୦୪ ଟି ODI ଏବଂ ୫୮ ଟି -୨୦ ମ୍ୟାଚ୍ ଖେଳିଛନ୍ତି ।

Yuvraj Singh
Advertisment
Advertisment