• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • WhatsApp ରେ ସମୟ ବିକଳ୍ପ ଶେଷ

  • ମନ ଇଚ୍ଛା ଡିଲିଟ୍ କରିପାରିବେ ମେସେଜ୍

ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଭୁଲରେ ମେସେଜ୍ ପଠାଇଲେ କିମ୍ବା ପୁରୁଣା ମେସେଜ୍ ଡିଲିଟ୍ କରିବା ପାଇଁ ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବନି । ୟୁଜରଙ୍କୁ ଯୋଡ଼ି ରଖିବା ପାଇଁ ପୁରୁଣା ଫିଚରକୁ ଅପଗ୍ରେଡ୍ କରିବା ସହ ଗୁରୁତ୍ୱପୂର୍ଣ୍ଣ ଫିଚର୍ ଆଣୁଛି ଲୋକପ୍ରିୟ ମେସେଜିଙ୍ଗ୍ କମ୍ପାନୀ । ହ୍ୱାଟସଆପ୍ ବର୍ତ୍ତମାନ ଚାରି ବର୍ଷ ପୁରୁଣା ' ଡିଲିଟ୍ ଫର୍ ଏଭ୍ରିୱାନ୍' ଫିଚରକୁ ଅପଡେଟ୍ କରିବାକୁ ଯାଉଛି । ପୂର୍ବରୁ ' ଡିଲିଟ୍ ଫର୍ ଏଭ୍ରିୱାନ୍' ଫିଚର ବ୍ୟବହାର କରି ୟୁଜର୍ ୬୮ ମିନିଟ୍ ମଧ୍ୟରେ ପଠାଇଥିବା ମେସେଜକୁ ଡିଲିଟ୍ କରି ପାରୁଥିଲେ । ବର୍ତ୍ତମାନ ହ୍ୱାଟସଆପ୍ ଏହି ସମୟ ବିକଳ୍ପକୁ ସମାପ୍ତ କରିବାକୁ ଯାଉଛି । ଫଳର ଆପଣ ଯେତେବେଳେ ଚାହିଁବେ, ପଠାଇଥିବା ମେସେଜକୁ ଡିଲିଟ୍ କରିପାରିବେ ।

WhatsApp ଅପଡେଟ୍ ସହିତ ଜଡିତ ଫିଚରରେ ଖୁବ ଶୀଘ୍ର ପରିବର୍ତ୍ତନ କରାଯିବ ବୋଲି WABetainfo ରିପୋର୍ଟରେ ଜଣାପଡ଼ିଛି । WhatsApp ର ସମସ୍ତ ପୁରୁଣା ଚାର୍ଟ ଡିଲଟ୍ କରିବାକୁ ସକ୍ଷମ ହୋଇପାରିବେ ୟୁଜର । ପ୍ରଥମେ ମାତ୍ର ୮ ମିନିଟ୍ ପାଇଁ ଥିଲା ' ଡିଲିଟ୍ ଫର୍ ଏଭ୍ରିୱାନ୍' ଫିଚର୍ । ଆଠ ମିନିଟ୍ ମଧ୍ୟରେ ଡିଲିଟ୍ ନକଲେ ମେସେଜ୍ ଡିଲିଟ୍ ହେଉନଥିଲା । ଆଉ ତା’ପରେ ' ଡିଲିଟ୍ ଫର୍ ଏଭ୍ରିୱାନ୍' ସମୟସୀମାକୁ ବଢ଼ାଇ ୬୮ ମିନିଟ୍ କରାଯାଇଥିଲା ।

ନୂଆ ଫିଚର୍ ଆସିବା ପରେ ଘଣ୍ଟାଏରୁ ଅଧିକ ସମୟ ପରେ ମଧ୍ୟ ୟୁଜର୍ ମେସେଜ୍ ଡିଲିଟ୍ କରିପାରୁଥିଲେ ୟୁଜର୍ । WABetainfo ର ରିପୋର୍ଟ ଅନୁସାରେ WhatsApp ର ବିଟା ସଂସ୍କରଣ 2.21.21.1 ରେ ତିନିମାସ ପୂର୍ବରୁ ପଠାଯାଇଥିବା ମେସେଜରେ ମଧ୍ୟ ' ଡିଲିଟ୍ ଫର୍ ଏଭ୍ରିୱାନ୍' ବିକଳ୍ପ ଦୃଶ୍ୟମାନ ହେଉଥିଲା ।

ସେହିପରି ବର୍ତ୍ତମାନ ସମୟରେ WhatsApp ରେ Disapperring ଫିଚର ଆରମ୍ଭ କରିଛି । କାହା ସହିତ କଥାବାର୍ତ୍ତା କରିବା ସମୟରେ ଆପଣ ଏକ ଟାଇମର୍ ସେଟ୍ କରିପାରିବେ। ଆଉ ତା’ପରେ ନିର୍ଦ୍ଧାରିତ ସମୟରେ ଉଭୟଙ୍କର ଚାଟ୍ ଅଦୃଶ୍ୟ ହୋଇଯିବ । ଟେଲିଗ୍ରାମ ପରି ଅନ୍ୟ ଆପରେ ସମସ୍ତଙ୍କ ପାଇଁ ' ଡିଲିଟ୍ ଫର୍ ଏଭ୍ରିୱାନ୍' ଫିଚର୍ ଥିଲା । ଟେଲିଗ୍ରାମରେ ଆପଣ ମାସ ମାସ ପୁରୁଣା ସେମେଜ୍ ଡିଲିଟ୍ କରିବାର ସୁବିଧା ରହିଛି ।