• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ପାଣିପାଗ ଓ ଧୂଳି ପାଇଁ ହୋଇଥାଏ ଆସ୍ଥମା

ଆଜିକାଲି ଆସ୍ଥମା ବା ଶ୍ଵାସ ରୋଗ ଅତି ସାଧାରଣ ରୋଗ ଭାବେ ପରିଲକ୍ଷିତ ହେଲାଣି । ଭାରତରେ ପ୍ରାୟ ୩କୋଟି ୭୦ଲକ୍ଷରୁ ଅଧିକ ଶ୍ଵାସ ରୋଗୀ ଅଛନ୍ତି। ଭାରତ ବିଶ୍ୱ ସ୍ତରରେ ଶ୍ଵାସ ରୋଗୀଙ୍କ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନରେ ରହିଛି । ତେବେ ଚାଲନ୍ତୁ ଜାଣିବା ଆସ୍ଥମା ବା ଶ୍ୱାସ ରୋଗକୁ ନେଇ କିଛି ଜଣା ଅଜଣା କଥା...

Nebulizer TreatmentsNebulizer Treatments
  • ଭାରତର ସମୁଦାୟ ଜନସଂଖ୍ୟାରୁ ୬ ପ୍ରତିଶତ ଶିଶୁ ଓ ୨ପ୍ରତିଶତ ବୟସ୍କ ଲୋକ ଶ୍ଵାସ ରୋଗରେ ପୀଡିତ। ପ୍ରାୟତଃ ଶ୍ୱାସ ରୋଗୀଙ୍କ ଦେହ ଅଧିକାଂଶ ସମୟରେ ରାତିରେ ହିଁ ଖରାପ ହୋଉଥିବାର ଦେଖାଯାଇଥାଏ।
  • ଶୋଇବା ଏବଂ ଅନ୍ୟାନ୍ୟ ଶାରୀରିକ କାର୍ଯ୍ୟକଳାପରେ ଅବହେଳା ହେତୁ ଏହି ସବୁ ସମସ୍ୟା ଉପୁଜିଥାଏ ବୋଲି କୁହାଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଆମେରିକାର ବ୍ରିଘମ ଆଣ୍ଡ ଓମେନ୍ସ ହସ୍ପିଟାଲ ଓ ଓରେଗନ ହେଲ୍‌ଥ୍‌ ଆଣ୍ଡ ସାଇନ୍ସ ୟୁନିଭରସିଟିର ବୈଜ୍ଞାନିକମାନେ ଶ୍ୱାସ ରୋଗ ହେବାରେ ସର୍କିଡିୟନ ସିଷ୍ଟମର ଭୂମିକା ରହିଥିବା ଦାବି କରିଛନ୍ତି ।
  • ମସ୍ତିଷ୍କର ଏକ ନିର୍ଦ୍ଦିଷ୍ଟ ଅଂଶ ଏହି ସର୍କିଡିୟନ ସିଷ୍ଟମକୁ ନିୟନ୍ତ୍ରଣ କରେ । ଦିନ ସମୟ ଅନୁସାରେ ଶରୀରର ଗତିବିଧି ନିର୍ଦ୍ଧାରଣ କରିବାରେ ଏହା ମୁଖ୍ୟ ଭୁମିକା ଗ୍ରହଣ କରେ। ଏଥିଲାଗି ଏହାକୁ ଶରୀରର ଘଣ୍ଟା ମଧ୍ୟ କୁହାଯାଏ।
  • ପ୍ରତ୍ୟେକ ବ୍ୟକ୍ତିର ଦିନଚର୍ଯ୍ୟା କାର୍ଯ୍ୟ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟରେ ଭୋକ କିମ୍ୱା ନିଦ ଏହି କାରଣରୁ ହୋଇଥାଏ । ସର୍କିଡିୟନ ସିଷ୍ଟମ ଶରୀରର ବିଭିନ୍ନ ଅଙ୍ଗକୁ ସମୟ ରୁଟିନ ଅନୁସାରେ ଆରାମ ଦେଇଥାଏ।
Asthama patientAsthama patient
  • ୧୭ଜଣ ଶ୍ୱାସ ରୋଗୀଙ୍କ ଉପରେ ହୋଇଥିବା ପରିକ୍ଷଣରୁ ବୈଜ୍ଞାନିକ ମାନେ ଜାଣିବାକୁ ପାଇଲେ ଯେ ଯେଉଁମାନଙ୍କ ସର୍କିଡିୟନ ସିଷ୍ଟମ ରାତିରେ ଫୁସଫୁସକୁ ଅଧିକ ଶିଥୀଳ କରିଦେଇଥାଏ । ସେମାନଙ୍କ କ୍ଷେତ୍ରରେ ଶ୍ୱାସ ରୋଗ ହେବାର ଅଧିକ ଆଶଙ୍କା ଥାଏ।
  • ସର୍କିଡିୟନ ସିଷ୍ଟମରେ କୌଣସି ତ୍ରୁଟି କାରଣରୁ ଦିନର ଯେ କୌଣସି ସମୟରେ ଆସ୍ଥମା ହେବାର ସମ୍ଭାବନା ଥାଏ।
  • ବୈଜ୍ଞାନିକ ମାନେ ଆଶାରଖିଛନ୍ତି ଯେ ଏହି ଗବେଷଣାର ଫଳାଫଳ ଆସ୍ଥମା ଚିକିତ୍ସାର ପ୍ରଣାଳୀକୁ ନୂଆରାସ୍ତା ଦେଖାଇବ । ରାତିରେ ୭୫ପ୍ରତିଶତ ରୋଗୀଙ୍କ ଅବସ୍ଥା ବିଗିଡିଯାଏ। ବ୍ୟାୟାମ ଅଭ୍ୟାସ, ଘରର ତାପମାତ୍ରା, ଶୋଇବା ଶୈଳୀ ମଧ୍ୟ ଶରୀରର ଉପରେ ପ୍ରଭାବ ପକାଇଥାଏ ।
  • ଶ୍ୱାସରୋଗର ସବୁଠାରୁ ବଡ କାରଣ ହେଉଛି ପାଣିପାଗ, ଧୂଳି, ମାଟି, ପ୍ରଦୁଷଣ ଏବଂ ଧୂଆଁ । ଏହି ରୋଗ ହେଲେ କାଶ, ମୁଣ୍ଡ ବିନ୍ଧିବା, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଓ ଛାତି ଟାଣି ହେବା ଭଳି ଲକ୍ଷଣ ସୃଷ୍ଟି ହୋଇଥାଏ ।