• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆୟକର ହାତରେ ୧୦୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି । ଏହି ସମ୍ପତ୍ତି ପଛରେ ରହିଛି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନାଁ ! ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ ହେବା ପରେ ଆୟକର ବିଭାଗ ୧୦୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ କରିଛି । ଏହି ସମ୍ପତି ସହ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଆଜିତ ପାୱାରଙ୍କ ଲିଙ୍କ ରହିଥିବା କୁହାଯାଉଛି । ଆୟକର ବିଭାଗ ୫ଟି ସମ୍ପତିକୁ ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ଏକ ହଜାର କୋଟି ଟଙ୍କାରୁ ଅଧିକ ହେବ । ଏହା ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ, ଟଙ୍କା ହେରଫେର ମାମଲାରେ ମୁମ୍ବାଇ ଅଫିସ୍‌ରେ ୮ ଘଣ୍ଟା ଧରି ଜେରା କରିଥିଲା ଓ ତାପରେ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରୁ ଅନିଲ ଦେଶମୁଖଙ୍କ ବିରୋଧରେ ଲାଞ୍ଚ କାରବାର ନେଇ ଅଭିଯୋଗ ଆସିଥିଲା । ଆଉ ଏଥିପାଇଁ ଏକ ବଡ଼ ବିବାଦ ମଧ୍ୟ ଉପୁଜିଥିଲା । ଏହି ବିବାଦରେ ବ୍ରେକ୍‌ ଲଗାଇବାକୁ ଯାଇ ଅନିଲ୍‌ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଶୁକ୍ରବାର ବମ୍ବେ ହାଇକୋର୍ଟ ତାଙ୍କୁ ଏହି ମାମଲାରେ କୌଣସି ପ୍ରକାର ଆସ୍ୱସ୍ତି ଦେବା ପାଇଁ ମନା କରିଦେଇଥିଲେ । ସେ ତଦନ୍ତକାରୀ ସଂସ୍ଥାର ସମନ ରଦ୍ଦ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପଟେ ସୋମବାର ଏକ ଭିଡିଓ ବାର୍ତ୍ତାମାଧ୍ୟମରେ ୭୧ ବର୍ଷୀୟ ଏନସିପି ନେତା ଅନିଲ ଦେଶମୁଖ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ।

ଅର୍ଥ ହେରଫେର ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପଚରାଉଚରା କରାଯାଇଥିଲା । ଦେଶମୁଖ ତାଙ୍କ ଓକିଲଙ୍କ ସହ ସକାଳ ପ୍ରାୟ ୧୧ଟା ୪୦ ମିନିଟ୍‌ରେ ସାଉଥ୍‌ ମୁମ୍ବାଇର ବଲାର୍ଡ ଇଷ୍ଟେଟ୍ ଅଞ୍ଚଳରେ ଥିବା ଇଡି କାର୍ଯ୍ୟାଳୟକୁ ଆସିଥିଲେ । ଆଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଇଡି କାର୍ଯ୍ୟାଳୟରେ ହିଁ ରହିଥିଲେ ।

ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରୀ ତଦନ୍ତକାରୀ ଟିମ୍‌ ମହାରାଷ୍ଟ୍ର ପୋଲିସ ପ୍ରତିଷ୍ଠାନରେ ୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ନେଇ ଶ୍ରୀ ଦେଶମୁଖଙ୍କୁ ପଚରାଉଚରା କରିଥିଲା । ଆଇନ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଛି । ଇଡିର ଯୁଗ୍ମ ନିର୍ଦେଶକ ସତ୍ୟବ୍ରତ କୁମାର କିଛି ଅନ୍ୟ ଅଧିକାରୀଙ୍କ ସହ ରାତି ପ୍ରାୟ ୯ଟାରେ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପୂର୍ବରୁ ୫ ଥର ଇଡି ପକ୍ଷରୁ ସମନ କରାଯାଇଥିଲେ ମଧ୍ୟ ଦେଶମୁଖ ଏଜେନ୍ସି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ଗତ ସପ୍ତାହରେ ବମ୍ବେ ହାଇକୋର୍ଟ ଏହି ସମନ ରଦ୍ଦ କରିବାକୁ ମନା କରିବା ପରେ ସେ ଏଜେନ୍ସିରେ ହାଜର ହୋଇଥିଲେ ।