• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ବିରାଟଙ୍କ ୯ ମାସର କୁନି ଝିଅକୁ ଦୁଷ୍କର୍ମ ଧମକ । ଚିହିଁକି ଉଠିଲେ ଦିଲ୍ଲୀ ମହିଳା କମିଶନ ମାଲିୱାଲ । ନିଜ ଆଡ଼ୁ ମାମଲା ହାତକୁ ନେଲେ । ଆଉ ଦିଲ୍ଲୀ ପୋଲିସକୁ କଲେ ତାଗିଦ । ଟ୍ୱିଟ୍‌ କରି ଦିଲ୍ଲୀ ପୋଲିସକୁ ମାଗିଲେ କୈଫିୟତ । କହିଲେ ଘଟଣାରେ କ’ଣ ତଦନ୍ତ କରିଛ ରିପୋର୍ଟ ଦିଅ । ଜଣେ କୁନି ଝିଅ ପାଇଁ ଏଭଳି ଚିନ୍ତାଧାରା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଲେ ଦିଲ୍ଲୀ ମହିଳା କମିଶନ ।

ସେ ଆହୁରି କହିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ ଆମକୁ ଅନେକ ଥର ବିଶ୍ୱ ଦରବାରରେ ଗର୍ବିତ କରିଛି । ଏଥର ପରାଜୟକୁ ନେଇ ଏତେ ବ୍ୟତିବ୍ୟସ୍ତ କାହିଁକି ?

ଏହି ଘଟଣାରେ ଦିଲ୍ଲୀ ପୋଲିସକୁ କୈଫିୟତ ମାଗିବା ସହ କାହାକୁ ଏଥିପାଇଁ ଗିରଫ କରିଛ ବୋଲି ରିପୋର୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନ । ସେ ଆହୁରି କହିଛନ୍ତି ଯଦି ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ ତେବେ ପୋଲିସ ପକ୍ଷରୁ କ’ଣ ଆକ୍ସନ ନିଆଯାଇଛି ସେନେଇ ରିପୋର୍ଟ ଦିଅ । ଆସନ୍ତା ନଭେମ୍ବର ୮ ତାରିଖ ସୁଦ୍ଧା ଆକ୍ସନ ଟେକେନ୍‌ ରିପୋର୍ଟ ଦାଖଲ କରିବା ପାଇଁ ଦିଲ୍ଲୀ ପୋଲିସକୁ ଡେଡ୍‌ଲାଇନ୍‌ ଦେଇଛନ୍ତି ମହିଳା କମିଶନ ।

ସୂଚନାଯୋଗ୍ୟ, ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଲଗାତର ଭାବେ ଦୁଇଟି ମ୍ୟାଚ୍‌ରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର୍‌ ଚର୍ଚ୍ଚା ଚାଲିଛି । କାରଣ ବିଶ୍ୱକପ୍‌ରେ କେବେ ବି ପାକିସ୍ତାନ ଠାରୁ ହାରିନଥିଲା ଭାରତ । କିନ୍ତୁ ଏଥର ବିରାଟ ବାହିନୀ ପାକିସ୍ତାନଠାରୁ ଶୋଚନୀୟ ଭାବେ ପରାଜୟ ବରଣ କରିଛି । ଆଉ ଏଥିପାଇଁ କ୍ୟାପ୍ଟେନ୍‌ ବିରାଟ୍ କୋହଲିଙ୍କୁ ହିଁ ଦାୟୀ କରାଯାଉଛି । ଖାଲି ପାକିସ୍ତାନଠାରୁ ନୁହେଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ପରାସ୍ତ ହୋଇଛି । ତେବେ ଭାରତର ସବୁ ଖେଳାଳି ଭଲ ଫର୍ମରେ ଥିବା ବେଳେ କାହିଁକି ଏଭଳି ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । ଆଉ ଏଥିପାଇଁ ଅନେକ ବିରାଟ୍ କୋହଲିଙ୍କୁ ହିଁ ଦାୟୀ କରୁଛନ୍ତି ।

ପାକିସ୍ତାନଠାରୁ ପରାଜିତ ହେବା ପରେ ବିରାଟ କୋହଲିଙ୍କୁ ସୋସିଆଲ ମିଡିଆ ୟୁଜର୍ସ ନାନା ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଏମିତିକି ଜଣେ ୟୁଜର ବିରୁଷ୍କାଙ୍କ ୯ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରିବ ବୋଲି ଧମକ ଦେଇଛି । ଯାହାକୁ ନେଇ ଏବେ ବଡ଼ ବିବାଦ ଦେଖାଦେଇଛି । ଅନ୍ୟପଟେ ଏହି ପରାଜୟ ପରେ ମହମ୍ମଦ ସାମୀଙ୍କୁ ମଧ୍ୟ ଧର୍ମକୁ ଆଧାର କରି ନାନା ସମାଲୋଚନା କରାଯାଇଛି ।