ବହୁଚର୍ଚ୍ଚିତ ଫିଲ୍ମ ଟାଇଗର୍-୩ ଆଗାମୀ ବର୍ଷ ଏପ୍ରିଲ ୨୧ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ଫିଲ୍ମ ଟିଜର୍ରେ କ୍ୟାଟ୍ରିନା ଦମଦାର ଆକ୍ସନ କରୁଥିବାର ଦେଖିବାକୁ ମିଳିଛି ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ (ଆଇଆଇଟି), ଖଡଗପୁର ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପାଇଁ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ମାସକୁ ୭୫,୦୦୦ ଟଙ୍କା।
ୟୁକ୍ରେନ ରାଜଧାନୀ କିଭ୍ରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।
୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ଟିମ ଇଣ୍ତିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଏହି ଅବସରରେ କୋହଲିଙ୍କୁ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି।
୬ ଟନ ରିଲିଫ ସାମଗ୍ରୀ ନେଇ ହିଣ୍ଡନ ଏୟାରବେସରୁ ରୋମାନିଆ ଅଭିମୁଖେ ବାହାରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ ।
ଋଷ୍ ଶୁକ୍ରବାର ୟୁକ୍ରେନ୍ର ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର (ଜାପୋରିଜିଆ) ଉପରେ ଆକ୍ରମଣ କରିଛି। ଜାପୋରିଜିଆ ପରମାଣୁ କାରଖାନା ବର୍ତ୍ତମାନ ଋଷ୍ର ସେନା ଦ୍ୱାରା ଦଖଲ କରାଯାଇଛି। ଏହାପୂର୍ବରୁ ଋଷ୍ ସେନା ଏହା ଉପରେ ବୋମାମାଡ଼ କରିଥିଲା।
ଋଷ୍-ୟୁକ୍ରେନ ଯୁଦ୍ଧ ବିଭିଷିକା ବଢିବାରେ ଲାଗିଛି। ଋଷ୍ ଏଠାରେ ଯେକୌଣସି ସମୟରେ ମାଇକୋଲିଭ୍ କୋଷ୍ଟ୍ଗାର୍ଡ ଉପରେ ଆକ୍ରମଣ କରିପାରେ। ପ୍ରାୟ ୧.୫ ଲକ୍ଷ ଋଷ୍ ସୈନିକ ମଧ୍ୟ କିଭ୍ ଓ ଖାର୍କିଭକୁ ଘେରି ରହିଛନ୍ତି। ତେବେ ସ୍ଥାନାନ୍ତର ପାଇଁ ୧୩୦ ଋଷୀୟ ବସ୍ ଭାରତୀୟଙ୍କ ସେବାରେ ଥିବା କୁହାଯାଇଛି।
ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳି ରେକର୍ଡ କରିଥିବା ବେଳେ ଟେଷ୍ଟ୍ କ୍ରିକେଟ୍ରେ ୮୦୦୦ ରନ୍ କ୍ଲବ୍ରେ ମଧ୍ୟ କୋହଲି ସାମିଲ ହେବାର ରେକର୍ଡ ଅର୍ଜନ କରିଛନ୍ତି । ଟେଷ୍ଟ କ୍ୟାରିୟରର ଶହେତମ ଟେଷ୍ଟ ମ୍ୟାଚ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଛନ୍ତି ।
ୟୁକ୍ରେନ୍ର ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଏବେ ଋଷ ନିୟନ୍ତ୍ରଣରେ । ରୁଷ ସେନା ବାହିନୀ ଏହାକୁ ନିଜ ଅକ୍ତିଆର୍କୁ ନେଇସାରିଥିବା ସ୍ୱୀକାର କରିଛି ୟୁକ୍ରେନ୍ ।
ଆମେରିକାର ସିନେଟର୍ ଲିଣ୍ଡ୍ସେ ଗ୍ରାହାମ କହିଛନ୍ତି ଯେ ଋଷ୍ରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କେହି ହତ୍ୟା କରିବା ଉଚିତ। ତାଙ୍କ କହିବାନୁସାରେ, ଏହା ପରେ ହିଁ ଏହି ଯୁଦ୍ଧ ଶେଷ ହୋଇପାରିବ।
ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତ ହୋଇଥିବା ଭାରତୀୟ ଛାତ୍ରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନି ।
ଭାରତ ସମେତ ଚୀନ୍ ଏବଂ ଅନ୍ୟ କିଛି ବିଦେଶୀ ରାଷ୍ଟ୍ରର ନାଗରିକକୁ ୟୁକ୍ରେନ୍ ସେନା ବନ୍ଧକ ରଖିଥିବା ପୁଟିନ କହିଛନ୍ତି । ସୁରକ୍ଷା ପରିଷଦ ବୈଠକ ପରେ ପୁଟିନ ଏନେଇ ସୂଚନା ଦେଇଛନ୍ତି । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
ଆଜି ୨୦୨୨ ମସିହା ମାର୍ଚ୍ଚ ୪ ତାରିଖ, ଶୁକ୍ରବାର, କୁମ୍ଭ, ୨୦ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ଦ୍ୱିତୀୟା ତିଥି,ଉତ୍ତରଭାଦ୍ର ନକ୍ଷତ୍ର, ମୀନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ଅପିଲ୍ କରାଯାଇଛି । ଏହା ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ବୋଲି କୁହାଯାଉଛି ।
ଭାରତୀୟ ସେନାରେ ଆଜି ଅନେକ ମହିଳା ଯୋଗ ଦେଇଛନ୍ତି। ଅନେକ ମହିଳା ଭାରତୀୟ ବାୟୁସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ଉଡ଼ାଇବାର ଦାୟିତ୍ୱ ତୁଲାଉଛନ୍ତି। ତେବେ ଏମିତି କିଛି ଆସନ୍ତୁ ସାହସୀ ମହିଳା ଅଛନ୍ତି ଯେଉଁମାନେ ଦେଶର ସୈନ୍ୟବାହିନୀରେ ଯୋଗ ଦେଇ ଦେଶକୁ ଗୌରବାନ୍ୱିତ କରିବା ସହ ପ୍ରତ୍ୟେକ ନାରୀ ପାଇଁ ଏକ ଆଦର୍ଶ ହୋଇଯାଇଛନ୍ତି।
ଯୁଦ୍ଧ ଟାଳିବାକୁ ପୁଣି ପ୍ରୟାସ । ବେଲାରୁଷ୍-ପୋଲାଣ୍ଡ ସୀମାରେ ଋଷ-ୟୁକ୍ରେନ୍ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରାଯାଇଛି । ତେବେ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦୁଇ ଦେଶ ସହମତି ପ୍ରଦାନ କରିଛନ୍ତି । ଲୋକଙ୍କୁ ଖାଦ୍ୟ ଓ ମେଡିସିନ୍ ପହଞ୍ଚାଇବାକୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଛି ।
ସମାଜରେ ମହିଳାମାନଙ୍କୁ ସମ୍ମାନ ଏବଂ ସୁରକ୍ଷିତ ବାତାବରଣ ଦେବା ପାଇଁ ଭାରତୀୟ ସମ୍ବିଧାନରେ କିଛି ଅଧିକାର ଦିଆଯାଇଛି। ଅନେକ ମହିଳା ସେମାନଙ୍କର ଅଧିକାର ବିଷୟରେ ଅବଗତ ନୁହଁନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ପରିସ୍ଥିତିର ସାମ୍ନା କରିବାକୁ ପଡେ ଯାହା ସେମାନଙ୍କ ସହ ନହେବା ଉଚିତ।
ପ୍ରତିବର୍ଷ ମାର୍ଚ୍ଚ ୮ରେ ମହିଳା ଦିବସ ଅବସରରେ ବିଶ୍ୱର ସମସ୍ତ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେବେ ଆପଣ ଜାଣନ୍ତି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କେବେ ଏବଂ କେଉଁଠାରୁ ଆରମ୍ଭ ହୋଇଥିଲା? ଆନ୍ତର୍ଜାତୀୟ ମହିଳା ଦିବସ କେବଳ ମାର୍ଚ୍ଚ ୮ରେ କାହିଁକି ପାଳନ କରାଯାଏ?
ପୁଟିନ୍ଙ୍କୁ ନେଇ ଏବେ ଜୋର୍ଦାର ଚର୍ଚ୍ଚା। କେତେବେଳେ ଝିଅକୁ ନେଇ ତ ପୁଣି କେତେବେଳେ ପ୍ରେମିକାକୁ ନେଇ। ଏବେ ସାମ୍ନାକୁ ଆସିଛନ୍ତି ତାଙ୍କ ପ୍ରେମିକା। ତେବେ କିଏ ଏହି ଝିଅ ଆସନ୍ତୁ ଜାଣିବା।
ପ୍ରତି ମୁହୂର୍ତ୍ତରେ ଆଶଙ୍କା ଅଜଣା ଭୟରେ ଭୟଭୀତ ପୁରୀର ଆଉ ଏକ ପରିବାର । ଯୁଦ୍ଧଭୂଇଁ ୟୁକ୍ରେନର ଖାରକିଭରୁ ଫେରି ଆସିଥିଲେ ବି ଝିଅ ପ୍ରେରଣା ଏଯାଏଁ ଘରକୁ ଫେରିନି । ତାକଥା ମନେ ପଡିଲେ ଆଖିରୁ ଲୁହ ଗଡ଼ିଯାଉଛି, କୋହ ସମ୍ଭାଳି ହେଉନି ।
ଚାରିଆଡ଼େ ଶ୍ମଶାନର ହାହାକାର ଦେଖାଯାଉଥିବା ବେଳେ ଖାଲି ବିନାଶ ଆଉ ବିନାଶର ଚିତ୍ର ମନକୁ ଆନ୍ଦୋଳିତ କରୁଛି। ଚାରିଆଡେ ଧୂଆଁ, ଧ୍ୱସ୍ତବିଧ୍ୱସ୍ତ କୋଠା। କୋଉଠି ଜିମ୍ ଜଳୁଛି ତ ପୁଣି କୋଉଠି ଛିନ୍ଛତ୍ର ହୋଇ ପଡିଛି ରାସ୍ତାଘାଟ ଓ ଦୋକାନ ବଜାର।
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଦେଶରେ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର ।
ବାଇକୋନୁର୍ରେ ଥିବା ସୋୟୁଜ୍ ରକେଟ୍ର ପୂର୍ବରୁ ଲଗାଇଥିବା ବିଭିନ୍ନ ଦେଶର ଜାତୀୟ ପତାକାକୁ ଲୁଚାଇ ଦେଇଛି ଋଷୀୟ ମହାକାଶ ଗବେଷଣା ସଂସ୍ଥା ରସ୍କସ୍ମସ୍ । ତେବେ ତ୍ରିରଙ୍ଗାରେ ହାତ ମାରିନି ଋଷ ।
ୟୁକ୍ରେନରେ ଫସିଥିବା ଓଡିଆ ଡାକ୍ତରୀ ଛାତ୍ର ଆଦିତ୍ୟ ପାତ୍ର କହିଛନ୍ତି ସେଠାକାର କଳା କାହାଣୀ । ସେ କହିଛନ୍ତି ଯୁଆଡ଼େ ଦେଖିବ ଖାଲି ବୋମା ବର୍ଷା ।