Advertisment

ଋଷରେ ଭାରତର ଦବଦବା, ଆମେରିକା-ଫ୍ରାନ୍ସକୁ ହଟାଇ ଚମକିଲା ତ୍ରିରଙ୍ଗା

ବାଇକୋନୁର୍‌ରେ ଥିବା ସୋୟୁଜ୍ ରକେଟ୍‌ର ପୂର୍ବରୁ ଲଗାଇଥିବା ବିଭିନ୍ନ ଦେଶର ଜାତୀୟ ପତାକାକୁ ଲୁଚାଇ ଦେଇଛି ଋଷୀୟ ମହାକାଶ ଗବେଷଣା ସଂସ୍ଥା ରସ୍‌କସ୍‌ମସ୍‌ । ତେବେ ତ୍ରିରଙ୍ଗାରେ ହାତ ମାରିନି ଋଷ ।

author-image
Otv Khabar Bureau
Indian Flag

Indian Flag

ବିଭିନ୍ନ ପାଶ୍ଚାତ୍ୟ ଓ ୟୁରୋପୀୟ ଦେଶରୁ କଟକଣାର ଶିକାର ହେବା ପରେ, ଋଷର ପଦକ୍ଷେପ । ବାଇକୋନୁର୍‌ରେ ଥିବା ସୋୟୁଜ୍ ରକେଟ୍‌ର ପୂର୍ବରୁ ଲଗାଇଥିବା ବିଭିନ୍ନ ଦେଶର ଜାତୀୟ ପତାକାକୁ ଲୁଚାଇ ଦେଇଛି ଋଷୀୟ ମହାକାଶ ଗବେଷଣା ସଂସ୍ଥା ରସ୍‌କସ୍‌ମସ୍‌ । ତେବେ ତ୍ରିରଙ୍ଗାରେ ହାତ ମାରିନି ଋଷ । ସେଥିରେ କେବଳ ଭାରତର ଜାତୀୟ ପତାକା ଶୋଭାପାଉଛି । ରସ୍‌କସ୍‌ମସ୍‌ ମୁଖ୍ୟ ଡିମିତ୍ରି ରୋଗୋଜିନ୍ ଟୁଇଟ୍ କରିଛନ୍ତି ଯେ, କିଛି ଦେଶର ପତାକାକୁ ବାଦ୍ ଦେଲେ ଏହି ରକେଟ୍ ଅଧିକ ସୁନ୍ଦର ଦିଶିବ ବୋଲି ଲଞ୍ଚର୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Advertisment

ଅନ୍ୟ ଦେଶମାନେ କଟକଣା ଲଗାଇଥିଲେ ବି, ଭାରତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଋଷ ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବ ସମର୍ଥନରେ ଭୋଟ୍ ନଦେଇ ନିରପେକ୍ଷତା ଅବଲମ୍ବନ କରିଥିବାରୁ ତ୍ରିରଙ୍ଗାକୁ ଲୁଚାଯାଇନାହିଁ ବୋଲି ଅନୁମାନ କରାଯାଉଛି । ଆସନ୍ତାମାସ ୪ ତାରିଖରେ ସୋୟୁଜ ରକେଟ୍‌ରେ ୩୬ଟି ୱାନ୍‌ୱେବ୍‌ ସାଟେଲାଇଟ୍ ମହାକାଶକୁ ଉତ୍‌କ୍ଷେପଣ କରାଯିବାର କାର୍ଯ୍ୟକ୍ରମ ଥିଲା, ଯାହା ବିଶ୍ୱବ୍ୟାପୀ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ୍ ସେବା ଯୋଗାଣରେ ସହାୟକ ହୋଇଥାନ୍ତା । ତେବେ ୟୁକ୍ରେନ୍ ସହ ଯୁଦ୍ଧ ଦୃଷ୍ଟିରୁ ଏହି ଉତକ୍ଷେପଣକୁ ବାତିଲ କରିଛି ଋଷିଆ ।

ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଋଷିଆ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଗତକାଲି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଫୋନରେ କଥା ହୋଇଛନ୍ତି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି। ବିଶେଷ କରି ଖାରକିଭ୍‌ରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି। ଭାରତୀୟଙ୍କୁ ଉଦ୍ଧାର ନେଇ ପ୍ରଧାନମନ୍ତ୍ରୀ ଋଷିଆର ସହଯୋଗ ଲୋଡ଼ିଛନ୍ତି।

Advertisment

ମୋଦି-ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଅଳ୍ପ ସମୟ ମଧ୍ୟରେ ଋଷିଆ ପକ୍ଷରୁ ବଡ଼ ବୟାନ ଆସିଛି। ୟୁକ୍ରେନରେ ରହୁଥିବା ପ୍ରବାସୀ ଭାରତୀୟ ଏବଂ ଛାତ୍ରଙ୍କୁ ବନ୍ଧକ ରଖାଯାଇଛି। ଏଭଳି ସଙ୍ଗୀନ ଆରୋପ ଆଣି ୟୁକ୍ରେନ ଉପରେ ବିଷୋଦଗାର କରିଛି ଋଷିଆ। ଋଷିଆ ପକ୍ଷରୁ ବିଳମ୍ବିତ ରାତିରେ ଜାରି କରାଯାଇଥିବା ବୟାନରେ ଏହି ଦାବି କରାଯାଇଛି।

Indian Flag Russian Space Agency
Advertisment
Advertisment