• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁକ୍ରେନ୍‌କୁ ସହାୟତା ପଠାଇଲା ଭାରତ । ହିଣ୍ଡନ ଏୟାରବେସରୁ ରୋମାନିଆ ଅଭିମୁଖେ ଗଲା ବିମାନ । ୟୁକ୍ରେନ୍ ପାଇଁ ୬ ଟନ ରିଲିଫ ସାମଗ୍ରୀ ପଠାଇଛି ଭାରତ । ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ପ୍ରକ୍ରିୟା ଜାରି ରଖିଛି ଭାରତ । ଏହାରି ଭିତରେ ଯୁଦ୍ଧରେ ଜର୍ଜରିତ ୟୁକ୍ରେନ ଲୋକଙ୍କ ପାଇଁ ସହାୟତାର ହାତ ବି ବଢାଇଛି ଭାରତ । ୬ ଟନ ରିଲିଫ ସାମଗ୍ରୀ ନେଇ ହିଣ୍ଡନ ଏୟାରବେସରୁ ରୋମାନିଆ ଅଭିମୁଖେ ବାହାରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ ।

ସେହିପରି ୬୩୦ ଯାତ୍ରୀଙ୍କୁ ନେଇ ଭାରତ ପହଞ୍ଚିଛି ବାୟୁସେନାର ବିମାନ । ସେପଟେ ୟୁକ୍ରେନରେ ଫସିଥିବା ଭାରତୀୟ ଓ ଅନ୍ୟଦେଶର ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ରୁଷ୍ ପକ୍ଷରୁ ବସ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ରୁଷ ପକ୍ଷରୁ ୩୦ଟି ବସ ପ୍ରସ୍ତୁତ ରଖାଯାଇଛି । ଖାରକିଭ ଓ ସୁମିରୁ ବେଲଗୋରୋଡ୍ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ଘୋଷଣା କରିଛନ୍ତି ରୁଷର ନ୍ୟାସନାଲ ଡିଫେନ୍ସ କଣ୍ଟ୍ରୋଲ ସେଣ୍ଟର ମୁଖ୍ୟ । ସେପଟେ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ଲୋଭାକିଆରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ତେବେ ନିଜ ନାଗରିକଙ୍କୁ ଫେରାଇ ଆଣିବାକୁ ଭାରତୀୟ ଦୂତାବାସ ନେଇଛି ବଡ଼ ପଦକ୍ଷେପ ।

ସେପଟେ ଗତ ୨୪ ଘଣ୍ଟାରେ ୟୁକ୍ରେନ୍ ଯୁଦ୍ଧଭୂମିରୁ ଭାରତ ଫେରିଛନ୍ତି ୩ ହଜାରରୁ ଅଧିକ ଭାରତୀୟ । ଯୁକ୍ରେନ୍ ସୀମାକୁ ଲାଗିଥିବା ପଡ଼ୋଶୀ ରାଷ୍ଟ୍ରରୁ ଅପରେସନ୍ ଗଙ୍ଗା ଜରିଆରେ ସ୍ୱଦେଶ ଫେରିଛନ୍ତି ଏତେ ସଂଖ୍ୟକ ଭାରତୀୟ । ସେପଟେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬ ହଜାର ୪ଶହ ଭାରତୀୟ  ଫେରିଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।

ଅପରେସନ୍ ଗଙ୍ଗାରେ ଭାରତୀୟ ବାସୁସେନାର ସ୍ୱତନ୍ତ୍ର ବିମାନ  ସମେତ ୧୫ଟି ବିମାନ ଭାରତୀୟଙ୍କୁ ନୂଆଦିଲ୍ଲୀ ଫେରାଇ ଆଣିବା କାମରେ ଲାଗିଛନ୍ତି । ୟୁକ୍ରେନ୍ ଯୁଦ୍ଧିସ୍ଥିତି ନେଇ ଭାରତ ସରକାରଙ୍କ ପକ୍ଷରୁ ଆଡଭାଇଜାରୀ ଜାରି ହେବା ପରେ ପ୍ରାୟ ୧୮ ହଜାର ଭାରତୀୟ ୟୁକ୍ରେନ୍ ଛାଡ଼ିଛନ୍ତି ।

ୟୁକ୍ରେନ୍ ବିରୋଧରେ ଋଷ ଯୁଦ୍ଧଂ ଦେହୀ ଡାକରା ସହ ଘନ ଘନ ଆକ୍ରମଣ ପରଠାରୁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଭାରତ ସରକାରଙ୍କ ବୈଦେଶୀକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଭାବେ ୨୪ ଘଣ୍ଟିଆ ଜରୁରୀକାଳିନ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଗତକାଲି ସୁଦ୍ଧା ଏମଇଏର କଣ୍ଟ୍ରୋଲ ରୁମ୍‌କୁ ୧୦ ହଜାରରୁ ଉର୍ଦ୍ଧ୍ୱ କଲ୍ ଏବଂ ପାଖାପାଖି ୮ ହଜାରରୁ ଅଧିକ ଇମେଲ୍ ଆସିଛି ।