Advertisment

୧୩୦ ଋଷିଆ ବସ୍ ଭାରତୀୟଙ୍କୁ ଖାର୍‌କିଭ୍ ଏବଂ ସୁମିରୁ ନେବାକୁ ପ୍ରସ୍ତୁତ

ଋଷ୍‌-ୟୁକ୍ରେନ ଯୁଦ୍ଧ ବିଭିଷିକା ବଢିବାରେ ଲାଗିଛି। ଋଷ୍ ଏଠାରେ ଯେକୌଣସି ସମୟରେ ମାଇକୋଲିଭ୍‌ କୋଷ୍ଟ୍‌ଗାର୍ଡ ଉପରେ ଆକ୍ରମଣ କରିପାରେ। ପ୍ରାୟ ୧.୫ ଲକ୍ଷ ଋଷ୍‌ ସୈନିକ ମଧ୍ୟ କିଭ୍ ଓ ଖାର୍‌କିଭକୁ ଘେରି ରହିଛନ୍ତି। ତେବେ ସ୍ଥାନାନ୍ତର ପାଇଁ ୧୩୦ ଋଷୀୟ ବସ୍‌ ଭାରତୀୟଙ୍କ ସେବାରେ ଥିବା କୁହାଯାଇଛି।

author-image
Pramod Behera
130 Russian buses ready to evacuate Indians

130 Russian buses ready to evacuate Indians

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଋଷ୍‌ ଆକ୍ରମଣ କରିବାର ୯ ଦିନ ହୋଇଯାଇଛି। ଋଷ୍‌ର ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୦ରୁ ଅଧିକ ସହର ଧ୍ୱଂସ ହୋଇଯାଇଛି। ଯୁଦ୍ଧର ନବମ ଦିନରେ ଋଷ୍‌ ସେନା ବ୍ଲାକ୍ ସିର ୟୁକ୍ରେନ୍‌ କୋଷ୍ଟ୍‌ଗାର୍ଡ ନିକଟରେ ପହଞ୍ଚିଛି। ଋଷ୍‌ ଏଠାରେ ଯେକୌଣସି ସମୟରେ ମାଇକୋଲିଭ୍‌ କୋଷ୍ଟ୍‌ଗାର୍ଡ ଉପରେ ଆକ୍ରମଣ କରିପାରେ। ଏଥି ସହିତ ପେଣ୍ଟାଗନ୍ ଦାବି କରିଛି ଯେ ପ୍ରାୟ ୧.୫ ଲକ୍ଷ ଋଷ୍‌ ସୈନିକ ମଧ୍ୟ କିଭ୍ ଓ ଖାର୍‌କିଭକୁ ଘେରି ରହିଛନ୍ତି। ତେବେ ସ୍ଥାନାନ୍ତର ପାଇଁ ୧୩୦ ଋଷୀୟ ବସ୍‌ ଭାରତୀୟଙ୍କ ସେବାରେ ଥିବା କୁହାଯାଇଛି।

Advertisment

ଏହି ସମୟରେ ଦୁଇ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ଚାଲିଛି। ଋଷ୍‌ ଓ ୟୁକ୍ରେନ୍‌ ଏକ ହ୍ୟୁମାନ୍ କରିଡର୍‌ ନିର୍ମାଣ କରିବାକୁ ସହମତ ହୋଇଛନ୍ତି, ଯେଉଁଥିରୁ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯିବ। ଯୁଦ୍ଧ ମଧ୍ୟରେ ଜାତିସଂଘ ଆକଳନ କରିଛି ଯେ ଋଷ୍‌ର ଆକ୍ରମଣ ହେତୁ ପ୍ରାୟ ୧କୋଟି ୟୁକ୍ରେନୀୟଙ୍କୁ ନିଜ ଦେଶ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେବାକୁ ପଡିଛି।

ୟୁକ୍ରେନ୍‌ ଉପକୂଳରେ ବିସ୍ଫୋରଣ ପରେ ଏକ ମାଲବାହୀ ଜାହାଜ ବୁଡ଼ିଯାଇଛି। ଏହି ଜାହାଜର ମାଲିକ ଏଷ୍ଟୋନିଆର ହୋଇଥିବା ବେଳେ ସେ ହିଁ ଏହି ସୂଚନା ଦେଇଛନ୍ତି। ତେବ ବିସ୍ଫୋରଣ କିପରି ଘଟିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Advertisment

ଋଷ୍‌ର ନ୍ୟୁଜ୍ ଏଜେନ୍ସି ‘ତାସ୍’ ଅନୁଯାୟୀ, ୧୩୦ ଋଷିଆ ବସ୍ ଭାରତୀୟ ତଥା ଅନ୍ୟ ବିଦେଶୀ ନାଗରିକଙ୍କୁ ୟୁକ୍ରେନର ଖାର୍‌କିଭ୍ ଏବଂ ସୁମିରୁ ନେବାକୁ ପ୍ରସ୍ତୁତ ଅଛି। ଏଠାରୁ ଲୋକଙ୍କୁ ଋଷ୍‌ର ବେଲଗ୍ରେଡ୍ ଅଞ୍ଚଳକୁ ନିଆଯିବ। ଋଷ୍‌ର ଜାତୀୟ ପ୍ରତିରକ୍ଷା ନିୟନ୍ତ୍ରଣ କେନ୍ଦ୍ରର ମୁଖ୍ୟ କର୍ଣ୍ଣେଲ ଜେନେରାଲ୍ ମିଖାଇଲ୍ ମିଜିଂତ୍ସେଭ୍ ଏହି ସୂଚନା ଦେଇଛନ୍ତି।

ତେବେ ଅପରେସନ୍ ଗଙ୍ଗା ଅଧୀନରେ ୬୩୦ ଲୋକ ଶୁକ୍ରବାର ୟୁକ୍ରେନରୁ ଫେରିଛନ୍ତି। ଏୟାରଫୋର୍ସର ସି -୧୭ ବିମାନ ସେମାନଙ୍କୁ ନେଇ ସହ ହିଣ୍ଡନ୍‌ ଏୟାରବେସରେ ଅବତରଣ କରିଛି।

ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଋଷ୍‌ ଉପରେ ଆକ୍ରମଣ ପରଠାରୁ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେଂସ୍କିଙ୍କୁ ହତ୍ୟା କରିବାକୁ ୩ ଥର ଚେଷ୍ଟା କରାଯାଇଥିଲେ ବି ସେ ଏହାକୁ ସଫଳ କରିବାକୁ ଦେଇ ନାହାନ୍ତି। ଗତ ସପ୍ତାହରେ ରାଷ୍ଟ୍ରପତି ଜେଲେଂସ୍କି ଅତି କମରେ ୩ଟି ହତ୍ୟା ଉଦ୍ୟମରୁ ବଞ୍ଚିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍‌ର ପରିସ୍ଥିତିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିବାରେ ଲାଗିଛନ୍ତି। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ର ଉପସ୍ଥିତ ଅଛନ୍ତି।

Ukraine Russia War
Advertisment
Advertisment