• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ମାର୍ଚ୍ଚ ୪ ତାରିଖ, ଶୁକ୍ରବାର, କୁମ୍ଭ, ୨୦ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ଦ୍ୱିତୀୟା ତିଥି,ଉତ୍ତରଭାଦ୍ର ନକ୍ଷତ୍ର, ମୀନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।

ମେଷ: ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ । ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ । କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ ।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ
 

ବୃଷ: ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇବେ । ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ ।

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ।


ମିଥୁନ:ଆଜି ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ବକେୟା ଅର୍ଥ ଲାଭ କରିବେ । ଶିଳ୍ପ, ଶିକ୍ଷା ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ ।

ପ୍ରତିକାର-: ବୁଧ ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ


କର୍କଟ:ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ । ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ ।

ପ୍ରତିକାର-: ଚନ୍ଦ୍ର ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

ତୁଳା: ଆଜି ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହେବ ଶିଳ୍ପ, ବ୍ୟବସାୟରେ ଲାଭବାନ୍ ହେବେ । ଅସମ୍ପୂର୍ଣ୍ଣ କାମକୁ ଆଜି ବୁଦ୍ଧି ବଳରେ ସମ୍ପୁର୍ଣ୍ଣ କରିବେ । ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ ।

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ


ବିଛା: ଆଜି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ, ବାଣିଜ୍ୟ, ର୍ନିମାଣ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖା ଦେବ । ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି ।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ


ଧନୁ: ଆଜି ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଶା କରୁଥିବା ଦିଗରୁ ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି । କୋଟ କଚେରୀ ମାମଲାରେ ବିଜୟ ଲାଭ କରିବେ । ବିଦ୍ୟାର୍ଥୀ ମାନେ ବିଦ୍ୟାରେ କୃତିତ୍ୱ ଅର୍ଜନ କରିବେ ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ
 

ମକର: ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ । ଜମିଜମା, ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ
ର୍ନିମାଣାଧୀନ କାମକୁ ଆଗେଇ ନେବେ ।

ପ୍ରତିକାର-: ରାହୁ ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

କୁମ୍ଭ: ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିବ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭ ପ୍ରଦ ହେବ।
ଆନୁଷ୍ଠାନିକ କାମ,ସଭାସମିତି, ସାହିତ୍ୟ ଚର୍ଚ୍ଚା, କ୍ଷେତ୍ରରେ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃ ରହିବ ।

ପ୍ରତିକାର-: ଶନି ମହାଗ୍ରହଙ୍କ ଏହି ମନ୍ତ୍ରକୁ ଜପ କରନ୍ତୁ

ମୀନ:ଆଜି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିବେ । ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇ ପାରେ
ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ । ପିଲା ମାନଙ୍କୁ କେନ୍ଦ୍ରକରି ହଠାତ୍ କୋଣସି ଘଟଣା ମନକୁ ବିବ୍ରତ କରିପାରେ ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ