• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଏବେ ରୁଷିଆ କବ୍‌ଜାରେ । ସକାଳେ ଋଷ ପକ୍ଷରୁ ଏଠାରେ ବିସ୍ଫୋରଣ କରାଯାଇଥିଲା । ଆଉ ଏବେ ଏହାକୁ ଅକ୍ତିଆର କରି ନେଇଛି ଋଷ ସେନା । ୟୁକ୍ରେନ୍‌ର ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଏବେ ଋଷ ନିୟନ୍ତ୍ରଣରେ । ରୁଷ ସେନା ବାହିନୀ ଏହାକୁ ନିଜ ଅକ୍ତିଆର୍‌କୁ ନେଇସାରିଥିବା ସ୍ୱୀକାର କରିଛି ୟୁକ୍ରେନ୍ ।

ସୂଚନାଯୋଗ୍ୟ, ୟୁକ୍ରେନ୍‌ରେ ଥିବା ୟୁରୋପର ସର୍ବବୃହତ ନ୍ୟୁକ୍ଳିଅର ପାଓ୍ୱର ପ୍ଲାଣ୍ଟ ଉପରେ ରୁଷ ସେନା ପକ୍ଷରୁ ଶୁକ୍ରବାର ସକାଳେ ଭିଷଣ ଆକ୍ରମଣ କରାଯାଇଥିଲା । ଆଉ ଏବେ ଏହାକୁ ଆକ୍ତିଆର କରିନେଇଛି ଋଷ ସେନା ।

ତେବେ ସକାଳୁ ଋଷ ସେନା ପକ୍ଷରୁ ନ୍ୟୁକ୍ଲିଅର ପ୍ଲାଣ୍ଟରେ ଆକ୍ରମଣ ହେବା ପରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଥିଲେ ଏହାକୁ ତୁରନ୍ତ ରୋକାଯାଉ । ନଚେତ୍‌ ସ୍ଥିତି ଭୟଙ୍କର ହେବ । ବିସ୍ଫୋରଣର ମାତ୍ରା ଏତେ ବଡ଼ ହେବ ଯେ, ଯାହାର ପ୍ରଭାବ ପୁରା ଦେଶରେ ପଡ଼ିବାର ସମ୍ଭାବନା ରହିଛି । ଏହା ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ।

ସେ ଆହୁରି କହିଥିଲେ, “ନିଆଁ ପ୍ଲାଣ୍ଟର ଗୋଟିଏ ୟୁନିଟରୁ ଆଉ ଗୋଟିଏ ୟୁନିଟକୁ ବ୍ୟାପୁଛି । ତେଣୁ ରୁଷ ତୁରନ୍ତ ଯୁଦ୍ଧ ବିରତି ଲାଗୁ କରୁ । ଅଗ୍ନିଶମ କର୍ମଚାରୀଙ୍କୁ ସେଠାକୁ ଯିବାର ଅନୁମତି ଦେଉ ଓ ଉକ୍ତ ଅଞ୍ଚଳରେ ସିକ୍ୟୁରିଟି ଜୋନ ତିଆରି କରାଯାଉ ।”

ଗୁରୁବାର ରାତିରୁ ଜାପୋରିଝଝିଆରେ ରୁଷ ବୋମା ମାଡ଼ କରିଚାଲିଛି । ଆକ୍ରମଣ ଚାଲିଥିବା ବେଳେ ହଠାତ୍‌ ପ୍ଲାଣ୍ଟର ଗୋଟିଏ ଜେନେରେଟିଂ ୟୁନିଟରେ ବୋମା ମାଡ଼ ହୋଇଥିଲା । ଫଳରେ ପ୍ଲାଣ୍ଟର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । ପ୍ଲାଣ୍ଟ ନିକଟରେ ରୁଷ ସୈନ୍ୟମାନେ ରହି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା କର୍ମଚାରୀଙ୍କୁ ଗୁଳି କରୁଥିଲେ ।