Advertisment

ଟାଇଗର-୩ ଚଳଚିତ୍ରର ଟିଜର୍‌ ରିଲିଜ୍‌

ବହୁଚର୍ଚ୍ଚିତ ଫିଲ୍ମ ଟାଇଗର୍‌-୩ ଆଗାମୀ ବର୍ଷ ଏପ୍ରିଲ ୨୧ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ଫିଲ୍ମ ଟିଜର୍‌ରେ କ୍ୟାଟ୍ରିନା ଦମଦାର ଆକ୍ସନ କରୁଥିବାର ଦେଖିବାକୁ ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Tiger-3

Tiger-3

ଘୋଷଣା ହେଲା ଟାଇଗର-୩ ର ରିଲିଜ ଡେଟ୍‌ । ଫିଲ୍ମ ରିଲିଜ ତାରିଖ ଘୋଷଣା ହେବା ପରେ ସୋସିଆଲ ମିଡିଆରେ ବହୁ ସମୟ ଧରି ଟ୍ରେଣ୍ଡ ହେଉଛି । ଆଜି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । କ୍ୟାଟ୍ରିନାଙ୍କ ଫ୍ୟାନ୍ସମାନେ ନିଜ ଟ୍ୱିଟର୍‌ ପେଜ୍‌ରେ ଫିଲ୍ମର ଟିଜର ସେୟାର କରୁଥିବାର ଦେଖିବାକୁ ମିଳିଛି । ଯାହା କି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଭିଡିଓ ସେୟାର କରିବା ସହ “ଟାଇଗ୍ରେସ ବ୍ୟାକ୍‌”, “ଜୋୟା ରିଟର୍ନ୍ସ” କ୍ୟାପସନ୍‌ ଦେଉଥିବାର ଦେଖିବାକୁ ମିଳିଛି ।

Advertisment

ବହୁଚର୍ଚ୍ଚିତ ଫିଲ୍ମ ଟାଇଗର୍‌-୩ ଆଗାମୀ ବର୍ଷ ଏପ୍ରିଲ ୨୧ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ଫିଲ୍ମ ଟିଜର୍‌ରେ କ୍ୟାଟ୍ରିନା ଦମଦାର ଆକ୍ସନ କରୁଥିବାର ଦେଖିବାକୁ ମିଳିଛି । ଟାଇଗର-୩ ବ୍ୟତୀତ କ୍ୟାଟ୍ରିନା ଏବଂ ସଲମାନ ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ, ମେନେ ପ୍ୟାର୍ କ୍ୟୁନ୍ କିୟା ଏବଂ ପାର୍ଟନରଙ୍କ ଭଳି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିସାରିଛନ୍ତି। ଏହି ଯୋଡିଙ୍କୁ ଶେଷ ଥର ୨୦୧୯ରେ “ଭାରତ” ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ମିଳିଥିଲା ।

Advertisment

କ୍ୟାଟ୍ରିନା ଶେଷ ଥର ପାଇଁ ଅକ୍ଷୟ କୁମାରଙ୍କ ସହ ରୋହିତ ଶେଟ୍ଟୀଙ୍କ କପ୍‌ ଡ୍ରାମା ଫିଲ୍ମ ସୁର୍ୟବଂଶୀରେ ଦେଖିବାକୁ ମିଳିଥିଲା। ସେ ଆଗକୁ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ସହ “ଫୋନ୍ ଭୁତ୍‌” ଫିଲ୍ମରେ ମଧ୍ୟ ଅଭିନୟ କରିବେ। ଏହାପରେ ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କ ସହ “ଜି ଲେ ଜାରା”ରେ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଫରହାନ ଅଖତର ଏବଂ ଏହାକୁ ଲେଖିଛନ୍ତି ଜୋୟା ଅଖତର ଏବଂ ରିମା କାଗ୍ତି ।

ନିକଟରେ କ୍ୟାଟ୍ରିନା ଅଭିନେତା ବିକି କୌଶଲ୍‌ଙ୍କୁ ୨ ବର୍ଷ ଡେଟିଂ କରିବା ପରେ ଡିସେମ୍ବର ୯ ରେ ବିବାହ କରିଥିଲେ ସେମାନେ ରାଜସ୍ଥାନର ସାୱାଇ ମାଧୋପୁରରେ ବଡ ଆଡମ୍ବରରେ ବିବାହ ଉତ୍ସବ ଆୟୋଜନ କରିଥିଲେ । ପରିବାର ସଦସ୍ୟ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁତ କମ ବନ୍ଧୁଙ୍କ ଉପସ୍ଥିତିରେ ସେମାନେ ଏକ ଘରୋଇ ବିବାହର ଆୟୋଜନ କରିଥିଲେ ।

Bollywood Tiger 3
Advertisment
Advertisment