Advertisment

ଭାରତୀୟ ସେନାର ଗୌରବ ବଢେଇଥିବା ୫ ମହିଳା

ଭାରତୀୟ ସେନାରେ ଆଜି ଅନେକ ମହିଳା ଯୋଗ ଦେଇଛନ୍ତି। ଅନେକ ମହିଳା ଭାରତୀୟ ବାୟୁସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ଉଡ଼ାଇବାର ଦାୟିତ୍ୱ ତୁଲାଉଛନ୍ତି। ତେବେ ଏମିତି କିଛି ଆସନ୍ତୁ ସାହସୀ ମହିଳା ଅଛନ୍ତି ଯେଉଁମାନେ ଦେଶର ସୈନ୍ୟବାହିନୀରେ ଯୋଗ ଦେଇ ଦେଶକୁ ଗୌରବାନ୍ୱିତ କରିବା ସହ ପ୍ରତ୍ୟେକ ନାରୀ ପାଇଁ ଏକ ଆଦର୍ଶ ହୋଇଯାଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
These 5 women who made Indian army proud

These 5 women who made Indian army proud

ମହିଳାମାନେ ଆଉ ଅବଳା ନାହାନ୍ତି କି ଦୁର୍ବଳ ନାହାନ୍ତି। ଆଜିର ମହିଳାମାନେ ଭାବନାତ୍ମକ, ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ଶକ୍ତିଶାଳୀ ହୋଇଛନ୍ତି। ସେ କେବଳ ପରିବାରକୁ ଦେଖାଶୁଣା କଲା ଭଳି ମା, ପତ୍ନୀ କିମ୍ବା ବୋହୂ ହୋଇ ନାହାଁନ୍ତି ବରଂ ଦେଶ ତଥା ସମାଜର ରକ୍ଷକ ମଧ୍ୟ ହୋଇପାରିଛନ୍ତି। ଭାରତୀୟ ସେନାରେ ଯୋଗଦେଇ ସେ ଦେଶର ପ୍ରତିରକ୍ଷା ପାଇଁ ଲଢିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆଜିର ମହିଳାମାନଙ୍କ ମଧ୍ୟରେ ଏହି ଉତ୍ସାହ ଭରିବା ନେଇ କେବଳ ଅଳ୍ପ କେତେଜଣ ମହିଳାଙ୍କର ଏକ ବଡ଼ ଅବଦାନ ରହିଛି।

Advertisment

ଦେଶର ସେନାରେ ଆଜି ଅନେକ ମହିଳା ଯୋଗ ଦେଇଛନ୍ତି। ଅନେକ ମହିଳା ଭାରତୀୟ ବାୟୁସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ଉଡ଼ାଇବାର ଦାୟିତ୍ୱ ତୁଲାଉଛନ୍ତି। ନୌସେନା ୟୁନିଫର୍ମରେ ଥିବା ଅନେକ ମହିଳା ଭାରତର ଗର୍ବ ପାଲଟିଛନ୍ତି। ତେବେ ଆସନ୍ତୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ଭାରତର ସେହି ସାହସୀ ମହିଳାମାନଙ୍କ ବିଷୟରେ ଜାଣିବା ଯେଉଁମାନେ ଦେଶର ସୈନ୍ୟବାହିନୀରେ ଯୋଗ ଦେଇ ଦେଶକୁ କେବଳ ଗୌରବାନ୍ୱିତ କରି ନାହାନ୍ତି, ବରଂ ପ୍ରତ୍ୟେକ ନାରୀ ପାଇଁ ଏକ ଆଦର୍ଶ ମଧ୍ୟ ହୋଇଯାଇଛନ୍ତି।

ପୁନୀତା ଅରୋଡା – ପ୍ରଥମ ମହିଳା ଲେଫ୍ଟିନେଣ୍ଟ୍ ଜେନେରାଲ୍:

ଆଜି ଭାରତୀୟ ସେନାରେ ଅନେକ ମହିଳା ଅଧିକାରୀ ଥାଇପାରେ, କିନ୍ତୁ ଭାରତୀୟ ନୌସେନାର ପ୍ରଥମ ମହିଳା ଲେଫ୍ଟନାଣ୍ଟ୍‌ ଜେନେରାଲ ଥିଲେ ପୁନୀତା ଅରୋଡା। ସେ ୧୯୩୨ ଅକ୍ଟୋବର ୧୩ରେ ପାକିସ୍ତାନର ଲାହୋର ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ଭାରତୀୟ ନୌସେନାରେ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ପଦବୀରେ ପହଞ୍ଚିଥିବା ପୁନୀତା ଅରୋଡା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ସେ ୩୬ ବର୍ଷ ଧରି ଭାରତର ସେବା କରିଥିଲେ ଏବଂ ଏହି ସମୟ ମଧ୍ୟରେ ମୋଟ ୧୫ଟି ପଦକ ପାଇଥିଲେ।

Advertisment

କିରଣ ଶେଖାୱତ୍ - ପ୍ରଥମ ମହିଳା ସହିଦ:

ଯଦି ଭାରତୀୟ ସେନାର ମହିଳାମାନଙ୍କ କଥା କୁହାଯାଏ, ତେବେ ରାଜସ୍ଥାନର ସେଫରାଗୁଆରରେ ୧୯୮୮ ମେ ୧ରେ ଜନ୍ମ ହୋଇଥିବା କିରଣ ଶେଖାୱତଙ୍କ ନାମ ନିଶ୍ଚିତ ଭାବରେ ନିଆଯିବ। ବିବାହ ପରେ ହରିୟାଣାର ବୋହୂ ଲେଫ୍ଟନାଣ୍ଟ କିରଣ ଶେଖାୱତ୍ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ ଯିଏକି ଦେଶ ପାଇଁ ଶହୀଦ ହୋଇଥିଲେ। ୨୦୧୫ ମାର୍ଚ୍ଚ ୨୪ ରାତିରେ ଗୋଆରେ ଡର୍ନିୟର ସିସିଟିଭି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଲେଫ୍ଟନାଣ୍ଟ କିରଣ ଶେଖାୱତ୍ ଶହୀଦ ହୋଇଥିଲେ। ସେ ୨୦୧୦ରେ ଭାରତୀୟ ନୌସେନାରେ ନିଯୁକ୍ତ ହୋଇଥିଲେ।

ପଦ୍ମାବତୀ ବନ୍ଦୋପାଧ୍ୟାୟ - ପ୍ରଥମ ମହିଳା ଏୟାର ମାର୍ଶଲ:

ପଦ୍ମାବତୀ ବନ୍ଦୋପାଧ୍ୟାୟଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଏୟାର ମାର୍ଶଲ ହେବାର ଗୌରବ ମିଳିଛି। ପଦ୍ମାବତୀ ୧୯୬୮ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ୩୪ ବର୍ଷ ସେବା କରିବା ପରେ, ସେ ୨୦୦୨ରେ ଏୟାର ଭାଇସ ମାର୍ଶଲ ଭାବରେ ପୋଷ୍ଟ୍‌ ହୋଇଥିଲେ।

ଦିବ୍ୟା ଅଜିତ କୁମାର – ସ୍କ୍ୱାର୍ଡ ଅଫ୍‌ ଅନର୍ ପ୍ରାପ୍ତ ପ୍ରଥମ ମହିଳା କ୍ୟାଡେଟ୍:

ଦିବ୍ୟା ଅଜିତ କୁମାର ହେଉଛନ୍ତି ପ୍ରଥମ ମହିଳା କ୍ୟାଡେଟ୍ ଯିଏକି ୨୧ ବର୍ଷ ବୟସରେ ସେନାର ସ୍କ୍ୱାର୍ଡ ଅଫ୍‌ ଅନର୍ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୨୦୧୦ରେ କ୍ୟାପ୍‌ଟେନ୍‌ ଦିବ୍ୟା ଅଜିତ କୁମାରଙ୍କୁ ଆର୍ମି ଏୟାର ଡିଫେନ୍ସ କର୍ପସ୍‌ରେ ନିଯୁକ୍ତ କରାଯାଇଥିଲା।

ଗୁଞ୍ଜନ ସାକ୍ସେନା – କାର୍ଗିଲ୍‌ ଗାର୍ଲ:

କାର୍ଗିଲ୍‌ ଗର୍ଲ ନାମରେ ଲୋକପ୍ରିୟ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଗୁଞ୍ଜନ ସାକ୍ସେନା କାର୍ଗିଲ୍‌ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ଦମଦାର ଜବାବ ଦେଇଥିଲେ। ଗୁଞ୍ଜନ ସାକ୍ସେନା ହେଉଛନ୍ତି ପ୍ରଥମ ମହିଳା ପାଇଲଟ୍ ଯିଏକି କାର୍ଗିଲ୍‌ ଯୁଦ୍ଧରେ ଭାରତ ପକ୍ଷରୁ ପାକିସ୍ତାନ ସହ ଲଢିଥିଲେ। ତାଙ୍କୁ ଶୌର୍ଯ୍ୟ ଭୀର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

International Women Day-2022
Advertisment
Advertisment