/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646313652.jpg)
Who is Russian president Vladimir Putin’s famous girlfriend
ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବା ଭଳି ମନେ ହେଉ ନାହିଁ। ଋଷ୍ର ସୈନ୍ୟମାନେ କ୍ଷେପଣାସ୍ତ୍ର ସହିତ ୟୁକ୍ରେନ୍ର ଅନେକ ସହର ଉପରେ ଆକ୍ରମଣ କରୁଛନ୍ତି। ଏହା ବ୍ୟତୀତ ୟୁକ୍ରେନ୍ର ରାଜଧାନୀ କିଭ୍କୁ ଋଷ୍ ଘେରାବନ୍ଦୀ କରୁଛି। ୟୁକ୍ରେନ୍ ଉପରେ ହୋଇଥିବା ଆକ୍ରମଣ ପରେ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ସବୁଆଡେ ଆଲୋଚନା। ତାଙ୍କ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ରୁକ୍ଷ ଶାସନ ଭାବେ ପରିଚିତ ପୁଟିନ୍ ଯେ ଜଣେ ରୋମାଣ୍ଟିକ୍ ଲୋକ ଏହା ହୁଏତ କମ ଜାଣିଥିବେ। ତେବେ ଆସନ୍ତୁ ତାଙ୍କ ରୋମାଣ୍ଟିକ୍ ଜୀବନକୁ ନେଇ କିଛି ଜାଣିନେବା।
ବ୍ରିଟିଶ ଗଣମାଧ୍ୟମ ପୁଟିନଙ୍କ ଗର୍ଲଫ୍ରେଣ୍ଡକୁ ନେଇ ଖୁଲାସା କରିଛି। ପୁଟିନ, ଯିଏ ଅତ୍ୟଧିକ ଆକ୍ରମଣାତ୍ମକ ଦେଖାଯାଆନ୍ତି ବ୍ୟକ୍ତିଗତ ଜୀବନରେ ସେ ବହୁତ ରୋମାଣ୍ଟିକ୍। ଅନେକ ବର୍ଷ ଧରି ଋଷ୍ର ରାଷ୍ଟ୍ରପତିଙ୍କ ନାମ ଏଲିନା କାବଏଭାଙ୍କ ସହ ଜଡିତ ଥିଲା। କାବଏଭାଙ୍କୁ ଏବେ ୩୮ ବର୍ଷ ହୋଇଥିବ ବେଳେ ସେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ମଧ୍ୟ କୁହାଯାଏ ଯେ ଏଲିନା ଏବେ ଯାଆଁଳା ଶିଶୁଙ୍କ ମା’, ଯାହାଙ୍କର ପିତା ହେଉଛନ୍ତି ରାଷ୍ଟ୍ରପତି ପୁଟିନ।
ପ୍ରଥମ ଥର ପାଇଁ, ଭ୍ଲାଦିମିର ପୁଟିନଙ୍କ ନାମ ୨୦୦୮ ମସିହାରେ ଏଲିନା ସହିତ ଜଡିତ ହୋଇଥିଲା। ମସ୍କୋରୁ ପ୍ରକାଶିତ ଏକ ଖବରକାଗଜ ଏହା ଦାବି କରିଛି। ୨୦୧୩ରେ, ଋଷ୍ର ରାଷ୍ଟ୍ରପତି ପୁଟିନ ଏବଂ ତାଙ୍କ ପତ୍ନୀ ଲ୍ୟୁଡମିଲାଙ୍କ ଛାଡପତ୍ର ହୋଇଥିଲା। ଏହା ପରେ ଏଲିନାଙ୍କୁ 'ଋଷ୍ର ପ୍ରଥମ ମହିଳା' ଭାବରେ ଲୋକେ ମାନିନେଲେ। କିନ୍ତୁ ସେହି ସମୟରେ ସେ ସର୍ବସାଧାରଣରେ ଋଷ୍ର ରାଷ୍ଟ୍ରପତିଙ୍କ ସହଭାଗୀ ହେବାକୁ ମନା କରିଦେଇଥିଲେ।
ଏହା ପରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଥାଏ। କୁହାଯାଇଥିଲା ଯେ ପୁଟିନ ଏବଂ ଏଲିନା ବିବାହ କରିନେଇଛନ୍ତି। ୨୦୧୬ରେ ଏଲିନା ଏକ ମୁରି ପିନ୍ଧିଥିବାର ଦେଖାଯାଇଥିଲା ଏବଂ ସେହି ସମୟରେ ସେ କ୍ୟାମେରା ସାମ୍ନାକୁ ଆସିବାକୁ ଏଡ଼ାଉଥିଲେ। ଯେତେବେଳେ ସେ ଅନେକ ବାର ବିବାହ ମୁଦି ସହିତ ଦେଖାଦେଲେ ସେତେବେଳେ ଗୁଜବ ବୃଦ୍ଧି ପାଇଲା।
କିଏ ଏହି ଏଲିନା:
ଏଲିନା ମରାଟୋଭନା କାବଏବା ଋଷ୍ର ଜଣେ ରାଜନେତା। ଏହା ବ୍ୟତୀତ ସେ ଜଣେ ଅବସରପ୍ରାପ୍ତ ରିଦ୍ମିକ୍ ଜିମ୍ନାଷ୍ଟ ଏବଂ ମିଡିଆ ମ୍ୟାନେଜର ଭାବରେ ମଧ୍ୟ କାମ କରନ୍ତି। ଏଲିନା ୧୯୮୩ ମେ ୧୨ରେ ଉଜ୍ବେକିସ୍ତାନରେ ଜନ୍ମଗ୍ରହଣ କରିଥିଲେ, ଯାହା ସେତେବେଳେ ସୋଭିଏତ୍ ୟୁନିଅନର ଏକ ଅଂଶ ଥିଲା। ଏଲିନାଙ୍କ ବାପା ମରାଟ କାବାଏବା ଜଣେ ଫୁଟବଲ୍ ଖେଳାଳି ଥିଲେ। ଏଲିନା ମଧ୍ୟ କ୍ରୀଡ଼ାରେ ନିଜର କ୍ୟାରିଅର୍ କରିଥିଲ। ୨୦୦୦ରେ ସେ ସିଡନୀରେ ହୋଇଥିବା ଏଥେନ୍ସ ଗେମ୍ସରେ ରିଦ୍ମିକ୍ ଜିମ୍ନାଷ୍ଟରେ ବ୍ରୋଞ୍ଜ୍ ପଦକ ଜିତିଥିଲେ।
ଏହା ପରେ ସେ ୨୦୦୪ ମସିହାରେ ଏଥେନ୍ସ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ୨ଟି ଅଲିମ୍ପିକ୍ ପଦକ, ୧୪ଟି ବିଶ୍ୱ ଚାମ୍ପିଅନ୍ସିପ୍ ଏବଂ ୨୧ଟି ୟୁରୋପୀୟ ଚାମ୍ପିଅନ୍ସିପ୍ ପଦକ ଜିତିଛନ୍ତି। କ୍ରୀଡ଼ାରୁ ଅବସର ନେବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ୟୁନାଇଟେଡ୍ ଋଷ୍ ପାର୍ଟିର ସାଂସଦ ହୋଇଥିଲେ। ଏହା ପରେ ସେ ଋଷ୍ର ସର୍ବବୃହତ ମିଡିଆ କମ୍ପାନୀ ନ୍ୟାସ୍ନାଲ୍ ମିଡିଆ ଗ୍ରୁପ୍ର ଚେୟାରମ୍ୟାନ୍ ମଧ୍ୟ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)