• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁକ୍ରେନ୍‌କୁ ନେଇ ପୁଣି ବଡ଼ ବୟାନ ଦେଲେ ପୁଟିନ୍ । କହିଲେ ବିଦେଶୀ ନାଗରିକଙ୍କୁ ୟୁକ୍ରେନ୍ ବନ୍ଧକ କରି ରଖୁଛି ୟୁକ୍ରେନ୍‌ । ସୁରକ୍ଷା ପରିଷଦ ବୈଠକ ପରେ ଏହି ଦାବିକୁ ଦୋହରାଇଲେ । ରୁଷ ଆକ୍ରମଣରୁ ବର୍ତ୍ତିବା ଲାଗି ଭାରତୀୟଙ୍କୁ ବନ୍ଧକ ରଖୁଛି ୟୁକ୍ରେନ ! ଏହି କଥାକୁ ପୁଣି ଦୋହରାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଳାଦିମିର୍ ପୁଟିନ୍ । ଭାରତ ସମେତ ଚୀନ୍ ଏବଂ ଅନ୍ୟ କିଛି ବିଦେଶୀ ରାଷ୍ଟ୍ରର ନାଗରିକକୁ ୟୁକ୍ରେନ୍ ସେନା ବନ୍ଧକ ରଖିଥିବା ପୁଟିନ କହିଛନ୍ତି । ସୁରକ୍ଷା ପରିଷଦ ବୈଠକ ପରେ ପୁଟିନ ଏନେଇ ସୂଚନା ଦେଇଛନ୍ତି । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ୟୁକ୍ରେନ୍ ଉପରେ ବିଷୋଦଗାର କରି ପୁଟିନ୍ କହିଛନ୍ତି ଯେ, ରୁଷ ସେନା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ବାହାରିବା ପାଇଁ ସହଯୋଗ କରୁଥିବା ବେଳେ ସେମାନଙ୍କୁ ଢାଲ ଭାବେ ବ୍ୟବହାର କରୁଛି ୟୁକ୍ରେନ୍‌ । କେବଳ ସେତିକି ନୁହେଁ ବିଦେଶୀ ନାଗରିକଙ୍କ ସହ ୟୁକ୍ରେନ୍‌ ଖରାପ ବ୍ୟବହାର କରୁଥିବା ମଧ୍ୟ ପୁଟିନ୍ କହିଛନ୍ତି ।

ଏହା ପୂର୍ବରୁ କିନ୍ତୁ ରୁଷ ଆକ୍ରମଣରୁ ବର୍ତ୍ତିବା ଲାଗି ଭାରତୀୟଙ୍କୁ ବନ୍ଧକ ରଖାଯାଉଥିବା ଖବରକୁ ଖଣ୍ଡନ କରିଛି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ଏନେଇ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯୁକ୍ରେନରେ ଭାରତୀୟଙ୍କୁ ବନ୍ଧକ ରଖାଯିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ । ଅନ୍ୟପକ୍ଷରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାରେ ୟୁକ୍ରେନ ଖୁବ୍ ସହଯୋଗ କରୁଛି ବୋଲି ମନ୍ତ୍ରାଳୟ କହିଛି ।

ଗତ ୨୪ ଘଣ୍ଟାରେ ୟୁକ୍ରେନ୍ ଯୁଦ୍ଧଭୂମିରୁ ଭାରତ ଫେରିଛନ୍ତି ୩ ହଜାରରୁ ଅଧିକ ଭାରତୀୟ । ଯୁକ୍ରେନ୍ ସୀମାକୁ ଲାଗିଥିବା ପଡ଼ୋଶୀ ରାଷ୍ଟ୍ରରୁ ଅପରେସନ୍ ଗଙ୍ଗା ଜରିଆରେ ସ୍ୱଦେଶ ଫେରିଛନ୍ତି ଏତେ ସଂଖ୍ୟକ ଭାରତୀୟ । ସେପଟେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬ ହଜାର ୪ଶହ ଭାରତୀୟ  ଫେରିଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି । ଅପରେସନ୍ ଗଙ୍ଗାରେ ଭାରତୀୟ ବାସୁସେନାର ସ୍ୱତନ୍ତ୍ର ବିମାନ  ସମେତ ୧୫ଟି ବିମାନ ଭାରତୀୟଙ୍କୁ ନୂଆଦିଲ୍ଲୀ ଫେରାଇ ଆଣିବା କାମରେ ଲାଗିଛନ୍ତି । ୟୁକ୍ରେନ୍ ଯୁଦ୍ଧିସ୍ଥିତି ନେଇ ଭାରତ ସରକାରଙ୍କ ପକ୍ଷରୁ ଆଡଭାଇଜାରୀ ଜାରି ହେବା ପରେ ପ୍ରାୟ ୧୮ ହଜାର ଭାରତୀୟ ୟୁକ୍ରେନ୍ ଛାଡ଼ିଛନ୍ତି ।

ୟୁକ୍ରେନ୍ ବିରୋଧରେ ଋଷ ଯୁଦ୍ଧଂ ଦେହୀ ଡାକରା ସହ ଘନ ଘନ ଆକ୍ରମଣ ପରଠାରୁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଭାରତ ସରକାରଙ୍କ ବୈଦେଶୀକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଭାବେ ୨୪ ଘଣ୍ଟିଆ ଜରୁରୀକାଳିନ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଗତକାଲି ସୁଦ୍ଧା ଏମଇଏର କଣ୍ଟ୍ରୋଲ ରୁମ୍‌କୁ ୧୦ ହଜାରରୁ ଉର୍ଦ୍ଧ୍ୱ କଲ୍ ଏବଂ ପାଖାପାଖି ୮ ହଜାରରୁ ଅଧିକ ଇମେଲ୍ ଆସିଛି ।