Advertisment

ରହସ୍ୟ ଘେରରେ ନାବାଳିକାଙ୍କ ମୃତ୍ୟୁ: ଭାଇରାଲ୍‌ ହେଉଛି ବିଜେଡି ନେତାଙ୍କ ଟଙ୍କା ମାଗିବାର ଅଡିଓ...

ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଡିଓ ଏବଂ ଏକ ଚିଠି ଭାଇରାଲ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଶିକ୍ଷକଙ୍କ ସହ ପ୍ରେମ ଜନିତ କାରଣରୁ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
Mystery over Mahanga minor girl death case

Mystery over Mahanga minor girl death case

କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଡିଓ ଏବଂ ଏକ ଚିଠି ଭାଇରାଲ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଶିକ୍ଷକଙ୍କ ସହ ପ୍ରେମ ଜନିତ କାରଣରୁ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ଶବ ବ୍ୟବଚ୍ଛେଦ କରାନଯାଇ ତରବରିଆ ଭାବେ ତାକୁ ପୋଡ଼ି ଦିଆଯାଇ ପ୍ରମାଣ ନଷ୍ଟ ପାଇଁ ପାଉଁଶ ନଦୀକୁ ଫୋପାଡ଼ି ଦିଆଯାଇଥିବା ନେଇ ଏକ ଅଡିଓ ବାର୍ତ୍ତାଳାପ ଭାଇରାଲ୍‌ ହେଉଛି। କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଶୁଖୁଆପଡା ଗାଁରୁ ଏଭଳି ଅଭିଯୋଗ ଆସିଛି।

Advertisment

ଅଭିଯୋଗ ଅନୁଯାୟୀ, ଗତ ଜୁନ୍ ୧୮ ତାରିଖରେ ଗାଁର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ ନାବାଳିକା ଜଣକ ପଢୁଥିବା ସ୍କୁଲ୍‌ର ଜଣେ ଶିକ୍ଷକଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। ଏପରିକି ଶିକ୍ଷକଙ୍କ ସହ ପ୍ରେମ ସଂପର୍କ ଥିବା ନାବାଳିକାଙ୍କ ପରିବାର ଲୋକେ ଜାଣିପାରିଥିଲେ । ଏହି କାରଣରୁ ଝିଅଟି ଆତ୍ମହତ୍ୟା କରିଥିବା ସଂପୃକ୍ତ ଶିକ୍ଷକଙ୍କ ମାଆଙ୍କ ସହ ମାହାଙ୍ଗାର ପୂର୍ବତନ ଚେୟାରମ୍ୟାନ ତଥା ବିଜେଡି ନେତା ଶରତ ନାୟକ ଫୋନ ବାର୍ତ୍ତାଳପ କରୁଥିବା ଅଡିଓ ଭାଇରାଲ ହୋଇଛି ।

Advertisment

ଖାଲି ସେତିକି ନୁହଁ, ମୃତ ନାବାଳିକା ଶବ ବ୍ୟବଚ୍ଛେଦ ନକରାଇ ପୋଲିସ ସହ ପରାମର୍ଶ କରି ତାକୁ ପୋଡ଼ି ପ୍ରମାଣ ନଷ୍ଟ କରାଯାଇଥିବା କହୁଛନ୍ତି ଶରତ ନାୟକ। ଯାହାକି ଭାଇରାଲ୍‌ ଅଡିଓରେ ଶୁଣିବାକୁ ମିଳିଛି। ଏଥିପାଇଁ ସେ ଶିକ୍ଷକଙ୍କ ମାଆଙ୍କୁ ୭୦ ହଜାର ଟଙ୍କା ମାଗୁଥିବା ଅଡିଓ ଭାଇରାଲ୍‌ ହେଉଛି । ମୃତ ନାବାଳିକାଙ୍କ ଆଉ ଏକ ଚିଠି ମଧ୍ୟ ଭାଇରାଲ ହେଉଛି।

ସେପଟେ ମୃତ୍ୟୁ ପରେ ଝିଅକୁ ସୋସିଆଲ ମିଡିଆରେ ବଦନାମ କରାଯାଉଛି ଏବଂ ପରିବାରକୁ ମାନସିକ ଯନ୍ତ୍ରଣା ଦିଆଯାଉଛି ବୋଲି ପୀଡିତାଙ୍କ ବାପା ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି। 

Advertisment
Advertisment