Advertisment

ରାଜଧାନୀରେ ଖୋଲିବ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ସେଣ୍ଟର...

ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖା ବଢାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀକେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇଛି ।

author-image
Satyendu Shekher Mishra
Dengue

Dengue

ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଉ ଦୁଇଟି ଟେଷ୍ଟିଂ ସେଣ୍ଟର ଖୋଲାଯିବ। ଦୁଇ ତିନି ଦିନ ମଧ୍ୟରେ ଆଇଆରସି ଭିଲେଜ ଅର୍ବାନ ପିଏଚସିରେ ଡେଙ୍ଗୁ ପରୀକ୍ଷା ହେବ । ଏହାପରେ ପଟିଆ ସିଏଚସିରେ ଡେଙ୍ଗୁ ପରୀକ୍ଷା ପାଇଁ ଲାବୋରେଟରି ଖୋଲାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

Advertisment

ସାଧାରଣତଃ ସେପ୍ଟେମ୍ବର ଯାଏଁ ଡେଙ୍ଗୁ ରୋଗୀ ଦେଖାଦେଇଥାଏ । କିନ୍ତୁ ବର୍ଷା ହେଉଥିବାରୁ କେତେଦିନ ଡେଙ୍ଗୁ ରହିବ ତାହା ଆକଳନ କରିବା କଷ୍ଟକର । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖା ବଢାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀକେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଓଡ଼ିଶାରେ ଏବେ ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ D-2 ଭାରିଆଣ୍ଟ। ୨୮ ପ୍ରତିଶତ D-1 ଭାରିଏଣ୍ଟର। ନିକଟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଡେଙ୍ଗୁ ରୋଗୀଙ୍କ ନମୂନାର ସିରୋଟାଇପ୍‌ ପରୀକ୍ଷାରୁ ଏହା ଜାଣିବାକୁ ପାଇଛି RMRC ଭୁବନେଶ୍ଵର। ଏନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ଟର ସଂଘମିତ୍ରା ପତି।

Advertisment

ଡାକ୍ତର ପତି କହିଛନ୍ତି କହିଛନ୍ତି RMRC ହସ୍ପିଟାଲରେ ଏବେ ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସିରୋଟାଇପିଙ୍ଗ୍ କରାଯାଉଛି। ଯେଉଁଥିରୁ କେଉଁ ଭାରିଆଣ୍ଟ ଡେଙ୍ଗୁ ରୋଗୀ ଅଧିକ ଗୁରୁତର ହେଉଛନ୍ତି, ତାହା ଜଣାପଡ଼ିବ ବୋଲି RMRC ନିର୍ଦ୍ଦେଶିକା କହିଛନ୍ତି।

ସେ ଆହୁରି କହିଛନ୍ତି, ସାଧାରଣତଃ ଭାବେ ସେପ୍ଟେମ୍ବର ଯାଏଁ ଡେଙ୍ଗୁ ରୋଗ ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତବର୍ଷ ଯେହେତୁ ବର୍ଷା ଚାଲିଛି, ତେଣୁ କେତେଦିନ ପର୍ଯ୍ୟନ୍ତ ଡେଙ୍ଗୁ ରହିବ ତାହା ଆକଳନ କରିବା କଷ୍ଟକର। ସେପଟେ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖ୍ୟା ବଢ଼ାଯାଇଛି। ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଵତନ୍ତ୍ର ବେଡ଼ ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କର ରୋଗ ସାମାନ୍ୟ ରହିଛି, ସେମାନେ ସେଠାରେ ଚିକିତ୍ସିତ ହୋଇପାରିବେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Dengue Dengue In Odisha
Advertisment
Advertisment