Advertisment

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଖେଳ ସାର୍‌ଙ୍କ ଘରେ ପହଞ୍ଚିଲା ପୋଲିସ

ଭାଇରାଲ ଅଡିଓ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଏସ୍‌ପି । ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mahanaga Minor Girl Death Case

Mahanaga Minor Girl Death

ମାହାଙ୍ଗା ନାବାଳିକା ସନ୍ଦେହଜନକ ମୃତ୍ୟୁ ଘଟଣା ନେଇ ଗୋକନ ସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଘରେ ପହଞ୍ଚିଲା ପୋଲିସ । ଜଗତସିଂହପୁର ଥାନା ଛେଳିଆଗଡ଼ ଗାଁରେ ପହଞ୍ଚିଛି କଟକ ପୋଲିସ । କ୍ରୀଡ଼ା ଶିକ୍ଷକ ଓ ତାଙ୍କ ମା ଙ୍କୁ ପୋଲିସ ପଚରାଉଚରା ଆରମ୍ଭ କରିଛି । ଏହି ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଆଉ ସେହି ମୃତ୍ୟୁ ପରେ ଏକ ଚିଠି ଓ ଅଡିଓ ଭାଇରାଲ ହୋଇଥିଲା । ଆଡିଓରେ ମାହାଙ୍ଗାର ଜଣେ ବିଜେଡି ନେତାଙ୍କ ସ୍ୱର ରହିଥିଲା । ସେହି ଭାଇରାଲ ଅଡିଓ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଏସ୍‌ପି । ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

Advertisment

ପୂର୍ବରୁ ଏହି ଘଟଣାରେ ସ୍ଥାନୀୟ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବିନା ପୋଷ୍ଟମର୍ଟମରେ କାହିଁକି ପୋଡ଼ି ଦିଆଯାଇଥିଲା। ଆଉ ପ୍ରମାଣ ନଷ୍ଟ ପାଇଁ ତାଙ୍କ ଅର୍ଦ୍ଧଦଗ୍ଧ ଶରୀର ଓ ପାଉଁଶକୁ କାହିଁକି ନଦୀରେ ଭସାଇ ଦିଆଯାଇଥିଲା, ତାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି।

ଏହି ଘଟଣାକୁ ରଫାଦଫା କରିବା ପାଇଁ ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କ ନାଁ ଉଠିଥିଲା। ଶରତଙ୍କୁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ସମର୍ଥନ କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଥିଲା। ନାବାଳିକା ଛାତ୍ରୀ ପଢୁଥିବା ଗୋକନ ହାଇସ୍କୁଲର ଖେଳ ଶିକ୍ଷକଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ସେପଟେ ଏହି ସ୍ପର୍ଶକାତର ଘଟଣାର ତଦନ୍ତ ପାଇଁ କଟକ ଗ୍ରାମାଞ୍ଚଳ ଏସପି ନିର୍ଦ୍ଦେଶ ଦେବା ପରେ ତଦନ୍ତର ଦିଗ କେଉଁ ଆଡକୁ ଯିବ, ତା ଉପରେ ସମସ୍ତଙ୍କ ନଜର ।

Advertisment

ଅଭିଯୋଗ ଅନୁଯାୟୀ, ଗତ ଜୁନ୍ ୧୮ ତାରିଖରେ ଗାଁର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ ନାବାଳିକା ଜଣକ ପଢୁଥିବା ସ୍କୁଲ୍‌ର ଜଣେ ଶିକ୍ଷକଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। ଏପରିକି ଶିକ୍ଷକଙ୍କ ସହ ପ୍ରେମ ସଂପର୍କ ଥିବା ନାବାଳିକାଙ୍କ ପରିବାର ଲୋକେ ଜାଣିପାରିଥିଲେ । ଏହି କାରଣରୁ ଝିଅଟି ଆତ୍ମହତ୍ୟା କରିଥିବା ନେଇ ସଂପୃକ୍ତ ଶିକ୍ଷକଙ୍କ ମାଆଙ୍କ ସହ ମାହାଙ୍ଗାର ପୂର୍ବତନ ଚେୟାରମ୍ୟାନ ତଥା ବିଜେଡି ନେତା ଶରତ ନାୟକ ଫୋନ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଛି ।

Odisha Crime Minor Death
Advertisment
Advertisment