/odishatv-khabar/media/post_attachments/uploadimage/library/16_9/16_9_0/Accident_1646104831.jpg)
Accident
ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକାଥରେ ୫ ଜଣଙ୍କ ଜୀବନ ଚାଲିଗଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟି ଅନୁଗୁଳ ଜିଲ୍ଲା ଖମାର ଥାନା କଣ୍ଟିଆପସି ନିକଟ । ମିଳିଥିବା ସୂଚନା ଅନୁଯାୟୀ ଏନ୍ଏଚ୍-୧୪୯ରେ ଏକ ଟ୍ରକ୍ ଛିଡ଼ା ହୋଇଥିଲା । ଆଉ ଏହି ସମୟରେ ଏକ ଦ୍ରୁତଗାମୀ କାର୍ ଆସି ଟ୍ରକ୍କୁ ଧକ୍କା ଦେଇଥିଲା ।
ତେବେ କାରରେ ଥିବା ଲୋକଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ପରେ ଅନ୍ୟ ଦୁଇ ଜଣଙ୍କୁ ମେଡିକାଲ ନିଆଯାଇଥିଲା । ଆଉ ସେଠାରେ ଚିକିତ୍ସା ଚାଲିଥିବା ବେଳେ ହିଁ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ଡକ୍ତର କହିଛନ୍ତି । କାର୍ଟି ଅନୁଗୁଳ ଇଞ୍ଜିଡ଼ିକୁ ଫେରୁଥିଲା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ସମସ୍ତ ମୃତକ ଖମାର ଥାନା ଅନ୍ତର୍ଗତ ଇଂଜିଡି ଗ୍ରାମର ବୋଲି ଜଣାପଡ଼ିଛି । ସେମାନେ ହେଲେ ଗୌର ଚନ୍ଦ୍ର ସାହୁ, ଦିଲୀପ ସାହୁ, ବାପୁନ ସାହୁ, ରାନୁ ପ୍ରଧାନ ଓ ପିନୁ ସାହୁ । ଘଟଣା ପରେ ସେହି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ସେପଟେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନାକୁଣିଆ ଛକରେ ବି ଦୁର୍ଘଟଣା ଘଟିଛି । ଟ୍ରକ୍କୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଗୁରୁତର । ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)