six members of a family were critically injured after the car they were traveling in hit a tree
ଗଛ ସହ କାର ଧକ୍କା ହୋଇ ୬ ଆହତ । ଆହତମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ଅନୁଗୁଳ ପାଲଲହଡ଼ାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।
Advertisment
ସୂଚନା ଅନୁସାରେ, ଘଟଗାଁ ତାରିଣୀ ଦର୍ଶନ ପାଇଁ କାରଟି ଫୁଲବାଣୀରୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା କାରର ଆଗ ଚକ ଫାଟି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ଗଛକୁ ପିଟି ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପାଲଲହଡା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
ଅନ୍ୟପକ୍ଷେ, ଡ୍ରାଇଭରଙ୍କ ବେପାରୁଆ ଗାଡି ଚଲାଇବା ହେତୁ ବାରମ୍ୱାର ଦୁର୍ଘଟଣା ଘଟୁଛି । ଯାହା ପାଇଁ ଅନେକ ନିରୀହଙ୍କ ପ୍ରାଣ ଯାଉଛି । ସାମାନ୍ୟ ଅସାବଧାନ କାରଣରୁ ଲୋକେ ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)