Advertisment

ମାତିଛି କରୋନା ! କଟକ ପରେ ଅନୁଗୋଳ କୋର୍ଟ ସିଲ୍‌

ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଆଜି ସକାଳ ୭ଟାରୁ ଜାନୁୟାରୀ ୩୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ନେଇ ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି ।

author-image
Satyendu Shekher Mishra
Sealed

Sealed

କଟକ କୋର୍ଟ ପରେ ଅନୁଗୋଳ କୋର୍ଟ ସିଲ୍‌ । ଅନୁଗୋଳ ଜିଲ୍ଲା କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ ଘୋଷଣା । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ କୋର୍ଟ ପରିସରରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଆଜି ସକାଳ ୭ଟାରୁ ଜାନୁୟାରୀ ୩୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ନେଇ ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ, ସଂକ୍ରମଣ ବଢୁଥିବାରୁ ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଥିଲା । ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସମେତ ଏହାର ସମସ୍ତ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭବେ ସଟଡାଉନ୍‌ ଘୋଷଣା କରାଯାଇଥିଲା । କୋଭିଡ ସଂକ୍ରମଣ ବୃଦ୍ଧି ପରେ ହାଇକୋର୍ଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

ଏପଟେ କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ ଯେ, ରାଜ୍ୟରେ ଆହୁରି ୨ ମାସ ସଂକ୍ରମଣ ବଢିବା ଅବସ୍ଥାରେ ରହିବ । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧିକ ରହିଛି । ଆଗକୁ ରୋଗୀ ସଂଖ୍ୟା ଦେଖି ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ମହାମାରୀର ତୃତୀୟ ଲହରକୁ ପ୍ରଶମିତ କରିବା ପାଇଁ, ଅତି କମ୍‌ରେ ୨ ମାସ ଲଢ଼ିବାକୁ ହେବ ସତର୍କତାର ଲଢ଼େଇ ବୋଲି ସେ କହିଛନ୍ତି ।

Advertisment
COVID-19 Corona
Advertisment
Advertisment