/odishatv-khabar/media/post_attachments/uploadimage/library/16_9/16_9_0/s_1656826379.jpeg)
Unborn baby dies, family alleges medical negligence
ହସ୍ପିଟାଲ୍ରେ ପାଟିତୁଣ୍ଡ କରିବା ସହ ନର୍ସଙ୍କ କାର୍ଯ୍ୟରେ ବାଧା ଦେବାରୁ ଜଣେ ପ୍ରସୂତିଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ରାଜକିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି।
ଅଭିଯୋଗ ଅନୁସାରେ, ଧଉରାଗୋଠ ଗାଁର ଦିବ୍ୟାଙ୍ଗ ଫକୀର ବାଗଙ୍କ ପତ୍ନୀ ରୀନା ଷଣ୍ଢ ପ୍ରସବ ବେଦନା ଅନୁଭବ କରିବାରୁ ଗତ ୪ ତାରିଖରେ ତାଙ୍କୁ ରାଜକିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ନର୍ସ ଖୁଲଣା ମାଝୀ ତାଙ୍କର ଚିକିତ୍ସା କରୁଥିଲେ।
କୌଣସି କାରଣରୁ ସେହି ସମୟରେ ଜଣେ ବ୍ୟକ୍ତି ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ଧରି ସେଠାରେ ପହଞ୍ଚିଥିଲେ। ଲାଞ୍ଚ ନେଇଥିବା ଅଭିଯୋଗରେ ନର୍ସଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହି କାରଣରୁ ଠିକ୍ ସମୟରେ ପ୍ରସବ ହୋଇନପାରିବରୁ ଅଧା ଜନ୍ମିତ ଅବସ୍ଥାରେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ସରପଞ୍ଚ କିମ୍ବା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)