/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709794725.jpg)
paneer cutlet
ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ପନିର କଟ୍ଲେଟ୍ ।' ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ପନିର କଟ୍ଲେଟ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ପନିର, ମକା, ବେସନ, କଟା ପିଆଜ ,ଅଦା-ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଲେମ୍ବୁ ରସ, ଧନିଆ ପତ୍ର, ଚାଟ୍ ମସଲା ,ରିଫାଇନ୍ ତେଲ, ବ୍ରେଡ କ୍ରମ୍ବ ଓ ସ୍ୱାଦନୁସାରେ ଲୁଣ ।
ଅଧିକ ପଢ଼ନ୍ତୁ: ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ କଙ୍କଡ଼ା କୋର୍ମା
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ କିଛି ମକାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।
- ମନେ ରଖନ୍ତୁ ମକାର ମିଶ୍ରଣକୁ ଚିକ୍କଣ କରି ନବାଟି ଖଣ୍ଡ ଖଣ୍ଡ ମକା ରଖିବେ ।
- ଏହାପରେ ଏହି ମିଶ୍ରଣରେ ପନିର, ବେସନ, କଟା ପିଆଜ, କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଅଦା-ରସୁଣ ପେଷ୍ଟ, ଲେମ୍ବୁ ରସ, ଧନିଆ ପତ୍ର,ଚାଟ୍ ମସଲା ଓ ଅଲ୍ପ ଲୁଣ ମିଶାଇ ଗୋଳାଇ ଏକ ପାତ୍ରରେ ରଖନ୍ତୁ।
- ଏହି ମିଶ୍ରଣକୁ ହାତରେ ଗୋଲ ଗୋଲ ଆକାରର ବଲ୍ ପ୍ରସ୍ତୁତ କରନ୍ତୁ ।
- ଏହାପରେ ଏହି ବଲ୍ ଗୁଡିକ ବ୍ରେଡ କ୍ରମ୍ବ୍ ରେ କୋଟିଂ କରି ଏକ ପାତ୍ରରେ ରଖନ୍ତୁ ।
- ଏହାପରେ କଡେଇରେ ତେଲ ଗରମ କରନ୍ତୁ।
Advertisment
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ଡାଲ୍ ମିଟ୍
- ତେଲ ଗରମ ହୋଇଗଲା ପରେ ପନିର ଓ ମକାରେ ତିଆରି ବଲ୍ ଗୁଡିକୁ ଛାଣନ୍ତୁ।
- କମ୍ ଆଞ୍ଚରେ ପନିର ବଲ୍ ଗୁଡିକ ଛାଣନ୍ତୁ।
- ପନିର କର୍ଣ୍ଣ କଟଲେଟ୍ ରଙ୍ଗ ବାଦାମୀ ହୋଇଆସିଲେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଚଟପଟା ‘ପନିର କଟଲେଟ୍’। ଏହାକୁ ଆପଣ ସଂଧ୍ୟା କିମ୍ବା ସକାଳର ଟିଫିନ୍ ଓ ବ୍ରେକଫାଷ୍ଟରେ ଖାଇପାରିବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)