• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ହେଇଯିବ କି ମେଣ୍ଟ ? ବିଜେପି ବିଜେଡି ଭିତରେ ପୁଣି ଥରେ ମେଣ୍ଟ ହେବ କି ? ୧୫ ବର୍ଷ ପରେ ପୁଣି ଏକାଠି ହେବେ କି ବିଜେପି-ବିଜେଡି ? ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି । ଆଜି ଅପରାହ୍ନରେ ବସୁଛି  ବିଜେଡିର ମିଟିଂ ଆଉ ସଂଧ୍ୟାରେ ଦିଲ୍ଲୀରେ ବସୁଛି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ଚର୍ଚ୍ଚା ହେଉଛି ଉଭୟ ବୈଠକରେ ଆଗାମୀ ନିର୍ବାଚନ ପାଇଁ ଆଲୋଚନା ହେବ । 

ଅନ୍ୟପଟେ ଅପରାହ୍ନରେ ବସିବାକୁ ଯାଉଛି ବିଜେଡି ବୈଠକ । ସାଢ଼େ ୩ଟାରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବା ନେଇ ସୂଚନା ରହିଛି । ନବୀନ ନିବାସକୁ ବରିଷ୍ଠ ନେତାମାନଙ୍କୁ ଡକରା ନେଇ ସୂଚନା ମିଳିଛି । ନିର୍ବାଚନ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାସ, ଉଷା ଦେବୀ, ବିକ୍ରମ ଆରୁଖ, ରଣେନ୍ଦ୍ର ସ୍ବାଇଁଙ୍କୁ ଡକାଯାଇଥିବା ସୂଚନା ରହିଛି ।  । 

ବିଜେପି ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ହୋଇଛି । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା । ୨୪ ପାଇଁ ମିଶନ ଓଡ଼ିଶାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି। ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେ ନେଇ ଆଲୋଚନା ହେବ।

ଅଧିକ ପଢ଼ନ୍ତୁ: ବିଜେଡି ଟିକଟ ପାଇଁ ବିକଳ ନେତା..ଧମକ ଦେଲେଣି, ପ୍ରାର୍ଥୀ ନକଲେ ଦଳକୁ ବାଏ ବାଏ କରିବୁ !


ବିଜେପି-ବିଜେଡି: କିପରି ଥିଲା ପୁରୁଣା ମେଣ୍ଟ ?

୧୫ ବର୍ଷ ପରେ ବିଜେଡି-ବିଜେପି ଭିତରେ ପୁଣି ହୋଇପାରେ ମେଣ୍ଟ । ୧୫ ବର୍ଷ ତଳେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା ବିଜେଡି । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିଲା । ୧୯୯୮ରୁ ଆରମ୍ଭ ହୋଇଥିବା ମେଣ୍ଟ ୧୧ ବର୍ଷ ପରେ ଭାଙ୍ଗିଥିଲା । ମେଣ୍ଟ ଭାଙ୍ଗିବା ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର କରିଥିଲେ । ୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ ଉଭୟ । ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ୍‌ ବାଣ୍ଟି ନେଇଥିଲେ  । ପୁରୁଣା ମେଣ୍ଟରେ 4:3 ଅନୁପାତରେ ହୋଇଥିଲା ସିଟ୍ ସେୟାରିଂ ହୋଇଥିଲା । ବିଧାନସଭାରେ ବିଜେଡି ୮୪, ବିଜେପି ୬୩ ସିଟରେ ଲଢ଼ିଥିଲା  । ଲୋକସଭାରେ ବିଜେଡି ୧୨, ବିଜେପି ୯ ସିଟରେ ଲଢ଼ିଥିଲା ।