/odishatv-khabar/media/post_attachments/uploadimage/library/16_9/16_9_0/Politics_1709778287.jpg)
Politics
ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ । ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରେ ହୋଇଥିବା ବିଜେପିର କୋର୍ କମିଟି ବୈଠକ ପରେ ସୂଚନା ମିଳିଛି ଯେ, ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ ।
ସେତେବେଳେ ହୁଏତ ଗୋଟିଏ ମଞ୍ଚରେ ବିଜେଡି ଓ ବିଜେଡି ମିଳିତ ଭାବେ ମେଣ୍ଟ ହେବାର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ସିଟ୍ ଭାଗବଣ୍ଟା ମଧ୍ୟ ପ୍ରାଥମିକ ସ୍ତରରେ ଛିଣ୍ଡିଛି । ବିଜେପି ଭାଗରେ ୧୪ରୁ ଅଧିକ ଲୋକସିଟ୍ ପଡ଼ିପାରେ । ମୋଦିଙ୍କ ମିଶନ ୪୦୦ ପାର୍ କୁ ଲକ୍ଷ୍ୟ ରଖି ଏପରି ରଣନୀତି ହୋଇଥିବା ସୂଚନା ମିଳିଛି ।
ବିଜେଡିକୁ ମିଳିବ ୭ଟି । ସେହିପରି ବିଧାନସଭାରେ ବିଜେଡି ଅଧିକ ଆସନରେ ଲଢ଼ିବ। ବୈଠକରେ ଉପସ୍ଥିତ ଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଛନ୍ତି, ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଆମେ ଏକାକୀ ଲଢ଼ିବା ସପକ୍ଷରେ ମତ ଦେଇଛୁ। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ରୀୟ ନେତୃତ୍ୱ ।
ସେହିପରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦୁଇ ରାଉଣ୍ଡ ବୈଠକ ପରେ ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି । ରାଜ୍ୟର ସ୍ୱାର୍ଥ ପାଇଁ ଯାହା ଦରକାର, ସବୁ କିଛି କରିବ ବିଜେଡି । ବିଧାୟକ ଅରୁଣ ସାହୁ ମଧ୍ୟ କହିଛନ୍ତି, ରାଜ୍ୟର ସ୍ୱାର୍ଥ ପାଇଁ ଦଳର ମୁଖିଆ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)