• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମୟରେ ଡ୍ୟୁଟିରେ ଥିବା ପୋଲିସଙ୍କ ବନ୍ଧୁକ ଚୋରି ହୋଇଥିବା ଅଭିଯୋଗ । ଭୁବନେଶ୍ୱର ସପ୍ତମ ବାଟାଲିୟନରେ ରହି ଡ୍ୟୁଟି କରୁଥିବା ପି.ଲଛମୟାଙ୍କ ଇନ୍ସାସ ରାଇଫଲ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଭୁବନେଶ୍ୱର ମୈତ୍ରୀବିହାର ଥାନାରେ ଏତଲା ଦେଇଛନ୍ତି ଲଛମୟା ।

ରାଷ୍ଟ୍ରପତିଙ୍କ ଗସ୍ତରେ ଡ୍ୟୁଟି କରୁଥିବା ବେଳେ କେହି ତାଙ୍କ ରାଇଫଲ ଚୋରି କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ରାଇଫଲଟି ଚୋରି ହୋଇଛି, ସେନେଇ ଅଭିଯୋଗକାରୀ ଯବାନ ପି.ଲଛମୟାଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଏ ସଂପର୍କରେ ମାମଲା ରୁଜୁ କରି କମିଶନରେଟ୍ ପୋଲିସ ଘଟଣାର ଖୋଳତାଡ଼ କରୁଛି ।

ସୂଚନାଯୋଗ୍ୟ ଗତ ୨୮ ତାରିଖରେ ଚାରିଦିନିଆ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଥିଲା । ତୃତୀୟ ଥର ପାଇଁ ନିଜ ଜିଲ୍ଲା ତଥା ନିଜ ଘରକୁ ଗସ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ।

ଦୁଇ ଥାକିଆ ବାଇପାସରୋଡ, ରାଇରଙ୍ଗପୁରର ସ୍ପୋର୍ଟସ କଂପ୍ଲେକ୍ସର ଶିଳାନ୍ୟାସ କରିଥିଲେ । ଭର୍ଚୁଆଲରେ ବାରସାହିରେ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲର ଶିଳାନ୍ୟାସ କରିଥିଲେ । ରାତିରେ ମହୁଲଡିହାସ୍ଥିତ ଡାକବଙ୍ଗଳାରେ ରାତ୍ରୀଯାପନ କରିବା ସହ କେନ୍ଦୁଝର, ଭୁବନେଶ୍ୱର ଭଳି ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ।