Advertisment

Vastu Tips: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ପ୍ରତ୍ୟେକ ସ୍ଥାନ ଯାହା ଆବଧ କରାଯାଏ ତାହା ଗୋଟେ ଗୋଟେ ଏନର୍ଜି ଫିଲ୍‌ଡ୍ ତିଆରି କରେ ଯାହା ପଞ୍ଚମହାଭୁତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ଦ୍ୱାରା ପରିଚାଳିତ। ଏଣୁ ଗୃହକର୍ତ୍ତା ସ୍ୱୟଂ ନିଜେ ରୁହନ୍ତୁ କି ସେହି ଗୃହରେ କାହାକୁ ଭଡାରେ ରଖନ୍ତୁ, ବାସ୍ତୁର ପ୍ରଭାବ ଗୃହବାସୀଙ୍କ ଉପରେ ପଡିଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For Home

If the this part of the house is rented out the landlord will be ruined

ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସେ ଘର ହେଉ କି ମନ୍ଦିର ହେଉ, ନଗର ସ୍ଥାପନା ହେଉ କି ବିବାହ ମଣ୍ଡପ, ହସ୍ପିଟାଲ, ହୋଟେଲ, ଫ୍ୟାକ୍ଟ୍ରି, ଦୋକାନଘର ଆଦି ଯେତେ ପ୍ରକାର ନିର୍ମାଣ ହେଉ ସମସ୍ତ ସ୍ଥାନରେ ବାସ୍ତୁର ନିୟମ ରହିଛି। ଏହି ବାସ୍ତୁ ନିୟମରେ ଉଣା ଅଧିକ ଭୁଲ ଦ୍ୱାରା ମହାବିପତ୍ତି ଆସିପାରେ। ଏହା ଶାସ୍ତ୍ରମତ ସହିତ ବହୁଳଭାବରେ ପରିକ୍ଷିତ ମଧ୍ୟ।

Advertisment

ପ୍ରତ୍ୟେକ ସ୍ଥାନ ଯାହା ଆବଧ କରାଯାଏ ତାହା ଗୋଟେ ଗୋଟେ ଏନର୍ଜି ଫିଲ୍‌ଡ୍ ତିଆରି କରେ ଯାହା ପଞ୍ଚମହାଭୁତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ଦ୍ୱାରା ପରିଚାଳିତ। ଏଣୁ ଗୃହକର୍ତ୍ତା ସ୍ୱୟଂ ନିଜେ ରୁହନ୍ତୁ କି ସେହି ଗୃହରେ କାହାକୁ ଭଡାରେ ରଖନ୍ତୁ, ବାସ୍ତୁର ପ୍ରଭାବ ଗୃହବାସୀଙ୍କ ଉପରେ ପଡିଥାଏ।

ନିଜେ ରହିବା ପାଇଁ ହେଉ କି ଭଡା ଦେବା ପାଇଁ ହେଉ, ଗୃହ ନିର୍ମାଣ ସବୁବେଳେ ବାସ୍ତୁ ନିୟମରେର ହବା ଦରକାର। ଗୃହଟିକୁ ସମ୍ପୂର୍ଣ୍ଣ ଭାବରେ ଭଡ଼ା ଦିଆଯାଏ କିମ୍ବା ଆବଶ୍ୟକ ସ୍ଥଳରେ ଆଂଶିକ ଭଡା ମଧ୍ୟ ଦିଆଯାଇଥାଏ। ସମ୍ପୂର୍ଣ୍ଣ ବିଲିଡିଂ ଭଡା ଦେବା କଥା କିମ୍ବା ଗୋଟେ ଫ୍ଲୋର୍ ଭଡା ଦେବା କଥାର ନିୟମ ଅଲଗା।

Advertisment

ଆମେ ଆଜି ଜାଣିବା ଯେ ଗୋଟେ ଗ୍ରାଉଣ୍ଡ୍‌ ଫ୍ଲୋର୍‌ର କିଛି ଅଂଶ ଭଡା ଦେଇ ଅନ୍ୟ ଅଂଶରେ ନିଜେ ଗୃହକର୍ତ୍ତା ଯଦି ରହୁଥାନ୍ତି ତେବେ କିପରି ସେହି ସ୍ଥାନର ବାସ୍ତୁ ଗୃହବାସୀ ଓ ଗୃହକର୍ତ୍ତାଙ୍କୁ ପ୍ରଭାବିତ କରିଥାଏ।

ଗୃହଟି ପୂର୍ବ ମୁଖା, ପଶ୍ଚିମ ମୁଖା, ଉତ୍ତର ମୁଖା, ଦକ୍ଷିଣ ମୁଖା, ଉତ୍ତର -ପୂର୍ବ (ଐଶାନ୍ୟ) ମୁଖା, ଆଗ୍ନେୟ (ଦକ୍ଷିଣ-ପୂର୍ବ) ମୁଖା, ବାୟବ୍ୟ (ଉତ୍ତର-ପଶ୍ଚିମ) କିମ୍ବା ନୈଋତ୍ୟ (ଦକ୍ଷିଣ-ପଶ୍ଚିମ) ମୁଖା ହୋଇପାରେ। ଗୃହ ଯେଉଁ ମୁଖା ହେଇଥାଉ, ଗୃହର ଗୋଟେ ଫ୍ଲୋର୍‌କୁ ଏହିପରି ଭାବରେ ପାର୍ଟିସନ୍ କରିକି ଭଡା ଦେବା କଥା ଯେମିତି ଗୃହକର୍ତ୍ତା ରହୁଥିବା ସ୍ଥାନଟି ବର୍ଗାକାର କିମ୍ବା ଆୟତ୍ତାକାର ହେବ।

କେବେବି ‘ଖ’ ସେପ୍‌ରେ ରହିବେ ନାହିଁ। ଏଥିପ୍ରତି ବିଶେଷ ଧ୍ୟାନ ଦେବେ। ଗୃହ ଯେଉଁ ମୁଖୀ ହେଉନା କାହିଁକି ଐଶାନ୍ୟ (ଉତ୍ତର-ପୂର୍ବ) ଭାଗ କିମ୍ବା ନୈଋତ ଭାଗ (ଦକ୍ଷିଣ-ପଶ୍ଚିମ) ଭାଗ ଭଡା ଦେବା କଥା ନୁହେଁ। ତେବେ ଦକ୍ଷିଣ, ପଶ୍ଚିମ ଏରିଆଟି ଭଡା ନବା ସହିତ ଦକ୍ଷିଣ-ପଶ୍ଚିମ(ନୈଋତ) ଏରିଆ ଭଡା ଦେଲେ କୌଣସି ଅସୁବିଧା ନାହିଁ।

ଗୃହର କେବଳ ଦକ୍ଷିଣ-ପଶ୍ଚିମ (ନୈଋତ) ଭାଗଟି ଯଦି ଭଡା ଦିଆଯାଏ ତେବେ ସେହି ଭାଗରେ ଯେଉଁ ବ୍ୟକ୍ତି ୩ ବର୍ଷରୁ ଅଧିକ ରହିଯାଏ ତେବେ ସେହି ବ୍ୟକ୍ତିର ମାନସିକ ସ୍ଥିତି ଏହିପରି ପ୍ରଭାବିତ ହେବ ଯେ ଗୃହକର୍ତ୍ତା ବା ଘର ମାଲିକ ସହ ସମ୍ପର୍କ ଦିନକୁ ଦିନ ଖରାପ ହେବାକୁ ଲାଗିବ ଏବ ପରିସ୍ଥିତି ଏମିତି ବି ହୋଇପାରେ ଯେ ଯାହା ଶତୃତା ପରିସ୍ଥିତି ସୃଷ୍ଟି କରିବ।

ଏନେଇ ଭଡା ଦେଲାବେଳେ ଏଥିପ୍ରତି ସତର୍କ ରହିବା ଉଚିତ। ଗୃହର ଏହି ଭାଗଟି ଅତି ଗୁରୁତ୍ୱପୂର୍ଣ୍ଣ। ଯଦି ଐଶାନ୍ୟ (ଉତ୍ତର ପୂର୍ବ) ଭାଗଟି ଭଡା ଦେଇ ଦିଆଯାଏ ତେବେ ଗୃହକର୍ତ୍ତାଙ୍କ ସୁଖ ସମୃଦ୍ଧି ଉପରେ ଖରାପ ପ୍ରଭାବ ପଡିଥାଏ। ମାନସିକ ଏବଂ ଶାରିରୀକ ସ୍ଥିତି ଦିନକୁ ଦିନ ଖରାପ ହେବାକୁ ଲାଗେ। ଏଣୁ ମନେରଖିବା ଦରକାର, ନିଜେ ରହିବା ପାଇଁ ବାସ୍ତୁର ନିମୟ ଯେତିକି ଉପଯୋଗୀ ଠିକ୍ ସେମିତି ବାସ୍ତୁରେ ଗୃହକୁ ଭଡା ଦେବାର ନିୟମ ମଧ୍ୟ ସେତିକି ଉପଯୋଗୀ। ଏଣୁ ସଦାସର୍ବଦା ବାସ୍ତୁର ନିୟମକୁ ମାନନ୍ତୁ ଏବଂ ହସଖୁସିରେ ଜୀବନ ଅତିବାହିତ କରନ୍ତୁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips Vastu Tips In Odia Vastu Bichar Vastu Tips For Home Vastu Shastra
Advertisment
Advertisment