• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ହେବ କି ମେଣ୍ଟ ସରକାର ? ଏକାଠି ହେବେ କି BJD-BJP ? ୧୫ ବର୍ଷ ପରେ ପୁଣି ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି ? କାରଣ ହେଉଛି ଆଜିର ବୈଠକ । କିଛି ସମୟ ପରେ BJD ଆଉ ସଞ୍ଜ ବେଳକୁ ଦିଲ୍ଲୀରେ ବସୁଛି BJP ବୈଠକ । ଯେଉଁଥିପାଇଁ ଏ ମେଣ୍ଟ ପ୍ରସଙ୍ଗ ଜୋର ଧରିବାରେ ଲାଗିଛି । ନିର୍ବାଚନ ଯେତେ ପାଖଉଛି ମେଣ୍ଟକୁ ନେଇ ଚର୍ଚ୍ଚା ସେତେ ବଢ଼ୁଛି ।

୧୫ ବର୍ଷ ତଳେ BJP  ସହ ମେଣ୍ଟ ଭାଙ୍ଗିଥିଲା ବିଜୁ ଜନତା ଦଳ । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିବାବେଳେ ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର ଗଢ଼ିଥିଲେ । ୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ BJD-BJP । ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ୍‌ ବାଣ୍ଟି ନେଇଥିଲେ । BJDକୁ ୮୪ ବିଧାନସଭା ଓ ୧୨ ଲୋକସଭା ସିଟ୍‌ ଛାଡ଼ିଥିଲା BJP । ସେହିପରି BJPକୁ ୬୩ ବିଧାନସଭା ଓ ୯ ଲୋକସଭା ସିଟ୍‌ ଛାଡ଼ିଥିଲା BJD। ଯାହାଫଳରେ ଉଭୟ ମିଶି ସରକାର ଗଢ଼ିଥିଲେ ।

୨୦୦୯ରେ ମେଣ୍ଟ ଭାଙ୍ଗିଥିଲା BJD । ସେ ସମୟରେ BJP ପ୍ରଭାରୀ ଚନ୍ଦନ ମିତ୍ର ଏ ନେଇ ନବୀନ ନିବାସକୁ ଆଲୋଚନା ପାଇଁ ଆସିଥିଲେ ବି ଆଲୋଚନା ବିଫଳ ହୋଇଥିଲା । କିନ୍ତୁ ଏଥର ସମିକରଣ ବଦଳିଛି । ସମ୍ଭବତଃ BJDର ଗୋଷ୍ଠି କନ୍ଦଳ ଓ ଏକାଧିକ ଆଶାୟୀଙ୍କ ଆଶା ମଉଳିବାକୁ ଯାଉଛି । ଏମିତି ବି କୁହାଯାଇପାରେ କ୍ରାଇସେସ୍ ମ୍ୟାନେଜମେଣ୍ଟରେ ବିଫଳ ହେବାର ଆଶା ଆଶଙ୍କା ଭିତରେ ମେଣ୍ଟ ପାଇଁ ବାଟ କଢାଉଛନ୍ତି BJD ନେତୃତ୍ୱ ।

ଆଗାମୀ ନିର୍ବାଚନ ୨୦୨୪ ପାଇଁ ରାଜ୍ୟରେ BJD-BJP ମଧ୍ୟରେ ମେଣ୍ଟ ହୋଇପାରେ । ଆଜି ଅପରାହ୍ନରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁଥିବାବେଳେ ନବୀନ ନିବାସ ବୈଠକକୁ ବରିଷ୍ଠ BJD ନେତାମାନଙ୍କୁ ଡକରା ହୋଇଛି । ସେପଟେ ଦିଲ୍ଲୀରେ ବି ରାଜ୍ୟ BJP ନେତାଙ୍କୁ ନେଇ ଏକ ବୈଠକ ହେବ । ଆଉ ଏଥି ପାଇଁ ଦିଲ୍ଲୀ ଯାଇଛନ୍ତି BJPର ବରିଷ୍ଠ ନେତା ।

ତେବେ ହଠାତ୍‌ ଉଭୟ ଦଳର ନେତାମାନଙ୍କ ଏହି ବୈଠକ ରାଜ୍ୟରେ ମେଣ୍ଟ ହେବାନେଇ ଆଶା ବଢ଼ାଇଛି । ୨୦୦୦ ଓ ୨୦୦୪ ପରି ୨୦୨୪ରେ BJD-BJP ମେଣ୍ଟ ସରକାର ଗଢ଼ିବେ ବୋଲି କୁହାଯାଉଛି ।

  • Reported by:
  • RASHMIRANJAN DAS