• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍ । ୧୫ଶହ ଟଙ୍କା ଆଡଭାନ୍ସ ଦେଇ ବିଶ୍ୱାସ ଜନ୍ମାଇଲେ, ସିଗାରେଟ୍ ଓ କୋଲଡ୍ରିଙ୍କସ୍ ପିଆଇଲେ, ତା ପରେ ବସରୁ ୯୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ଢେଙ୍କାନାଳ ଜିଲ୍ଲା ଭୁବନ କଲେଜ ରୋଡରେ ଥିବା ନୀଳମାଧବ ପେଟ୍ରୋଲ ପମ୍ପ ପାଖରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, ଦାସ୍ ଆଣ୍ଡ୍ ଦାସ୍ ନାମକ ବସଟି ଯାଜପୁରରୁ ଭୁବନ ଯାଉଥିଲା । ଏହା ପ୍ରଥମେ ଯାତ୍ରୀମାନଙ୍କୁ ଭୁବନରେ ଓହ୍ଲାଇବା ପରେ, ସେଥିରେ ୪ ରୁ ୫ ଜଣ ଦୁର୍ବୃତ୍ତ ଚଢ଼ିଥିଲେ । ତାଙ୍କର ୩୦ ଜଣ ଲେବର୍ ଯାଜପୁର ଯିବେ କହି ୧୫ଶହ ଟଙ୍କା ଆଡଭାନ୍ସ ଦେଇଥିଲେ।

ପରେ ସିଗାରେଟ୍ ପିଆଇ ନିଶା ଦ୍ରବ୍ୟ ମିଶା କୋଲଡ୍ରିଙ୍କସ ପିଆଇଥିବା ଅଭିଯୋଗ ହୋଇଛି । ଭୁବନର ଜଣେ ବ୍ୟବସାୟୀ ମୋବିଲ କିଣା ବାବଦକୁ ବସ୍ କର୍ମଚାରୀଙ୍କ ହାତରେ ୯୦ ହଜାର ଟଙ୍କା ଯାଜପୁରର ଜଣେ ଡିଲରଙ୍କ ପାଖକୁ ପଠାଇଥିଲେ । ଦୁର୍ବୃତ୍ତମାନେ ସେହି ଟଙ୍କାକୁ ନେଇ ଚମ୍ପଟ ମାରିଛନ୍ତି ।

ଅଧିକ ପଢ଼ନ୍ତୁ: ମାତ୍ର ୭ ମିନିଟରେ ATM ସଫା, ୧୨ ଲକ୍ଷ ଲୁଟ୍

ସ୍ଥାନୀୟ ଲୋକେ ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି । ସେପଟେ ଏହି ଘଟଣାକୁ ନେଇ ବସ୍ ମାଲିକ ଭୁବନ ଥାନାରେ ଅଭିଯୋଗ କରିବା ପରେ, ତଦନ୍ତ କରୁଛି ପୋଲିସ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।