/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709725513.jpg)
Automated Driving Testing System
ରାଜ୍ୟରେ ଆରମ୍ଭ ହେଲା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ । ଏଣିକି କମ୍ପ୍ୟୁଟର, କ୍ୟାମେରା ଓ AI ଦ୍ବାରା ହେବ ତଦାରଖ । ଆଜି ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଭଳି ୬ଟି ସ୍ଥାନରେ ଆରମ୍ଭ ହୋଇଛି ଏଭଳି ବ୍ୟବସ୍ଥା । ଆଗାମୀ ଦିନରେ ୩୮ଟି RTO ଅଫିସରେ ଏହି ବ୍ୟବସ୍ଥା ହେବ । ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଟୋମେଟେଡ ହେବ ।
ଅନେକ କ୍ୟାମେରା ଖଞ୍ଜାଯିବା ସହ ଆର୍ଟିଫିସିଆଲ ବା AI ଜରିଆରେ ସବୁକିଛିର ତଦାରଖ କରାଯିବ । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ହେଉଥିବାରୁ ଏଭଳି ପଦ୍ଧତି ଆପଣାଯାଇଛି । ଏଥିରେ କୌଣସି ମାନବ ହସ୍ତକ୍ଷେପ ରହିବନି ।
ଅଧିକ ପଢ଼ନ୍ତୁ: ଏଣକି ଡାକ୍ତରଙ୍କ ପାଖରେ ଲାଗିବନି ଲମ୍ବା ଲାଇନ୍, AI ଦେଖିବ ରୋଗୀ...
ଏପଟେ ରାସ୍ତାକଡ଼ରେ ଗାଡ଼ି ପାର୍କିଂ ଜନିତ ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟର ୨୩ଟି ସ୍ଥାନରେ ଟ୍ରକ୍ ଟର୍ମିନାଲ ହେବ । ଏଥିରେ ଡ୍ରାଇଭର ଓ ଟ୍ରାନ୍ସପୋର୍ଟରମାନଙ୍କ ପାଇଁ ସବୁ ସୁବିଧା ରହିବ । ଶହେରୁ ୩ଶହ ଟ୍ରକ ପାର୍କିଂ ବ୍ୟବସ୍ଥା ଥିବା ଏହି ଟ୍ରକ୍ ଟର୍ମିନାଲଗୁଡ଼ିକର କାମ ୧୨ରୁ ୧୮ ମାସ ମଧ୍ୟରେ ସରିବ ।
ସେହିପରି ରାଜ୍ୟରେ NCCର ୬୩ ହଜାର କ୍ୟାଡେଟ ହେବେ ଜୁନିଅର ରକ୍ଷକ । ଏଥିଲାଗି ଆଜି NCC ସହ MOU ସ୍ବାକ୍ଷର ହୋଇଛି । ୨ ବର୍ଷ ମଧ୍ୟରେ ସେମାନଙ୍କୁ ଦୁର୍ଘଟଣା ଜନିତ ସହାୟତା ପାଇଁ ଫାଷ୍ଟ ରେସପଣ୍ଡର ଭାବେ ପ୍ରଶିକ୍ଷଣ ଦିଆଯିବ । NCC କ୍ୟାଡେଟମାନେ ରୋଡ ସେଫଟି ଆମ୍ବାସଡର ହେବେ ଏବଂ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)