• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବଢୁଛି ଏନଡିଏର କଳେବର । ମୋଦିଙ୍କ ମିଶନ ଅବ୍ କି ବାର୍ ଚାର୍ ସୋ ପାର୍‌କୁ ପୂରଣ କରିବା ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି । ଜାତୀୟ ସ୍ତରରେ ନୂଆ ପାର୍ଟନର ଖୋଜିବା ସହିତ ପୁରୁଣା ସହଯୋଗୀଙ୍କୁ ମଧ୍ୟ ନିଜ କ୍ୟାଂପକୁ ଟାଣୁଛି ବିଜେପି । ଏହି କ୍ରମରେ ଏବେ ବିଜେଡିକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଜୋରଦାର ଚର୍ଚ୍ଚା । କୁହାଯାଉଛି, ବିଜେଡି ଏନଡିଏରେ ସାମିଲ ହେବା ଏକ ପ୍ରକାର ପକ୍କା । କେବଳ ଆନୁଷ୍ଠାନିକ ଘୋଷଣା ବାକି । ଯେକୌଣସି ମୁହୂର୍ତ୍ତରେ ଏହି ଘୋଷଣା ହୋଇପାରେ। ଯଦି ବିଜେଡି ଏନ୍ଡିଏକୁ ଫେରେ ତାହେଲେ ୨୪ ଲଢ଼େଇ ପୂର୍ବରୁ ଆହୁରି ଶକ୍ତିଶାଳୀ ହେବ ବିଜେପି । 

ବିଜେପି ଏବେ ଦେଶର ୬ଟି ରାଜ୍ୟରେ ଏକାକୀ ଶାସନ କରୁଛି । ସେଗୁଡ଼ିକ ହେଲା ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼ ଓ ଗୋଆ। ଉତ୍ତର ପ୍ରଦେଶ, ଆସାମ ପରି କେତେକ ରାଜ୍ୟରେ ବିଜେପିର ନିଜର ସଂଖ୍ୟା ଥିଲେ ମଧ୍ୟ ସହଯୋଗୀ ଦଳ ସହିତ ସରକାର ଚାଲିଛି । ସେହିପରି ବିହାର, ମହାରାଷ୍ଟ୍ର ସମେତ ମୋଟ୍ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଛି ବିଜେପିର ମେଣ୍ଟ ସରକାର। ଲୋକସଭା ନିର୍ବାଚନରେ ଛୋଟ ଛୋଟ ସହଯୋଗୀ ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଓ ବିଜେପିକୁ ଅଧିକ ସିଟ୍ ହାସଲ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଦକ୍ଷିଣରେ ଦେଖିବାକୁ ଗଲେ ତାମିଲନାଡୁ ଓ ଆନ୍ଧ୍ରରେ ବିଜେପିର ଆନୁଷ୍ଠାନିକ ମେଣ୍ଟ ନ ଥିଲେ ମଧ୍ୟ ଉତ୍ତମ ସଂପର୍କ ରହିଛି। ଗତ ବର୍ଷ ତାମିଲନାଡୁରେ ଯଦିଓ ବିଜେପି ସହିତ ମେଣ୍ଟ ଭାଙ୍ଗିଥିଲା ଏଆଇଏଡିଏମକେ, କିନ୍ତୁ ପୁଣି ଥରେ ଯେ ଆଲାଏନ୍ସ ନ ହେବ, ସେକଥା କହି ହେବ 
ନାହିଁ ।

 ସେହିପରି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନ ମୋହିନ ରେଡ୍ଡିଙ୍କ ସହିତ ବିଜେପିର ଔପଚାରିକ ମେଣ୍ଟ ନାହିଁ । କିନ୍ତୁ ରହିଛି ଉତ୍ତମ ସଂପର୍କ । ତେଣୁ ଦକ୍ଷିଣର ଦୁଇ ବଡ଼ ଦଳ ଜଗନଙ୍କ ୱାଇଏସଆର୍ କଂଗ୍ରେସ ଓ ତାମିଲନାଡୁର ଏଆଇଏଡିଏମକେ ମଧ୍ୟ ଏନଡିଏ ସାମିଲ ହେବାରେ ପ୍ରାୟତଃ କିଛି ଅସୁବିଧା ନାହିଁ । ଯଦି ଏପରି ହୁଏ, ତେବେ ସାରା ଦେଶରେ ଏନଡିଏର ଆହୁରି ଶକ୍ତି ବଢ଼ିବ ଓ ମୋଦିଙ୍କ ମିଶନ ୪୦୦ରୁ ଅଧିକ ସିଟ୍ ହାସଲ କରିବାରେ ବିଶେଷ କିଛି ଅସୁବିଧା ହେବନାହିଁ ।