Advertisment

ୟୁପି ଲକ୍ଷ୍ନୌରେ ଟିକଟ୍ କସରତ; ବୈଜୟନ୍ତଙ୍କ ନେତୃତ୍ୱରେ ବସିବ ବୈଠକ

ବିଜେପି ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଓ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଲକ୍ଷ୍ନୌ ଗସ୍ତରେ ଯାଉଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Baijayant Panda

Baijayant Panda

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଟିକଟ୍ କସରତ। ଲୋକସଭା ନିର୍ବାଚନକୁ ନେଇ ଆଜି ବସୁଛି କୋର୍ କମିଟି ବୈଠକ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ବସିବ ଏହି ବୈଠକ। ଏଥିପାଇଁ ଲକ୍ଷ୍ନୌରେ ପହଂଚିଛନ୍ତି ବୈଜୟନ୍ତ ପଣ୍ଡା।

Advertisment

ଏଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ, ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ସମେତ ବରିଷ୍ଠ ନେତା ଉପସ୍ଥିତ ରହିବେ। ୟୁପିର ଅବଶିଷ୍ଟ ୨୮ଟି ଲୋକସଭା ଆସନ ଟିକେଟ୍ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ।

୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏ ୪୦୦ ପାର୍‌ ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କୁ ୧୦୧ ଲୋକସଭା ଆସନର ଗୁରୁଦାୟିତ୍ୱ କେନ୍ଦ୍ର ନେତୃବୃନ୍ଦ ଦେଇଛନ୍ତି। ସେହି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବୈଜୟନ୍ତ ମାରାଥନ୍‌ ବୈଠକ କରି ପ୍ରାର୍ଥୀ ଚୟନ ଓ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆଜିର ବୈଠକରେ ଉତ୍ତରପ୍ରଦେଶରେ ଅବଶିଷ୍ଟ ୨୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯିବ। ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀ ଉପସ୍ଥିତ ରହିବେ।

Advertisment

BJP Baijayant Panda
Advertisment
Advertisment