ଆଜି 'ବ୍ରହ୍ମପୁର-ଟାଟାନଗର' ଓ 'ହାୱଡ଼ା-ରାଉରକେଲା'ର ଶୁଭାରମ୍ଭ । ଆସନ୍ତାକାଲି ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର। ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୨ଶୀ ସନ୍ଧ୍ୟା ୦୬.୧୨ ଗତେ ୧୩ଶୀ। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୧୨ ଗତେ ୧ ପାଦ-କୃଷିହାନି ଭୂମିଦାନ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏଥିସହ ଶ୍ରୀମନ୍ଦିରରେ ଏକ ସମୟରେ ଯେପରି ୪ ହଜାରରୁ ସାଢ଼େ ୪ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି। ଦେଢ଼ ମାସରେ ଦର୍ ପାଖାପାଖି ସାଢ଼େ ୫ ହଜାର ଟଙ୍କା ବଢ଼ିଗଲାଣି।
ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି।
୧୭ ତାରିଖରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ହୋଇଛି ।
ରାଜ୍ୟର ଫିଲ୍ମ ହଲର ସ୍ଥିତିକୁ ନେଇ କିଛି ତଥ୍ୟ ହୋସ୍ ଉଡ଼ାଇ ଦେଲାଭଳି। ଗଲା ୧୦ ବର୍ଷରେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି ୪୦ଟି ହଲ୍, ବଞ୍ଚିଛି ମାତ୍ର ୫୨ଟି ।
ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ୧୩ ତାରିଖ ସୁଦ୍ଧା ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଅଧିକ ମହିଳା। ଏହାକୁ ଆଧାର କରି ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ପାଇଁ ବିଜେପି ସରକାରଙ୍କ ବଡ଼ ଆୟୋଜନ।
ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।
ରତ୍ନଭଣ୍ଡାରର ସମ୍ମୁଖ ଦ୍ବାରକୁ ସୁନା ଛାଉଣୀ କରିବା ପ୍ରସ୍ତାବ । ହୁଣ୍ଡିରେ ଗଚ୍ଛିତ ସୁନା ରୁପାକୁ ଉପଯୋଗ କରିବାକୁ ଅନୁରୋଧ ।
ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ବାଜି ମାରିନେଲେ ରାଜନେତା। ଫାଇନାଲରେ ଅଫିସର ଟିମ୍ଙ୍କୁ ହରାଇ ଚାମ୍ପିୟନ ହୋଇଛି ଲିଡ଼ର୍ସ ଟିମ ।
ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା।
ବ୍ରଜରାଜନଗରରେ ପହଞ୍ଚି ସେ ପ୍ରଥମେ ରାମଚଣ୍ଡୀ ମନ୍ଦିର ଓ ପରେ ଦୁର୍ଗା ମନ୍ଦିରକୁ ଯାଇ ମା' ଙ୍କ ଦର୍ଶନ କରିଥିଲେ। ପରେ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।
ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବଢ଼ୁଛି ପଞ୍ଜୀକରଣ । ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ କଲେଣି ଫର୍ମ ଦାଖଲ । ଆସନ୍ତା ୧୭ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନକୁ ଆସିଛି ନୂଆ ଅତିଥି। ପ୍ରଧାନମନ୍ତ୍ରୀଙ୍କ ୭-ଲୋକ କଲ୍ୟାଣ ମାର୍ଗ ବାସଭବନରେ ବାଛୁରୀ ଜନ୍ମ ହୋଇଛି।
ସାପକୁ କିଏ ମାରି ଖଣ୍ଡଖଣ୍ଡ କରିବା କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।
ଜଣେ ହେଉଛନ୍ତି ପାଣ୍ଡିଆନ ସାହେବ ଆଉ ଜଣେ ହେଉଛନ୍ତି ବବି ସାହେବ। ଉଭୟେ ଥିଲେ ବିଜେଡି ସରକାରର ଦୁଇ ନୟନ। ତେବେ ମୋହନ ସରକାରରେ ଦୁଇ ନୟନ କିଏ, ତାହା ଏଯାଏଁ ଜଣାପଡ଼ିନି।
ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି 'ପଞ୍ଚଶଖା ଶିକ୍ଷା ସେତୁ ଯୋଜନା' ରଖାଗଲା ।
ସାଉଦିରୁ ଫେରିବା ପରେ ଶ୍ରମିକ ବଖାଣିଲେ ଦୁର୍ଦ୍ଦଶା । ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଯାଇ ଫସିଥିଲେ ।
ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ । ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣଂ ।
ବିଜେଡିର ସମାଲୋଚନା ନେଇ ବିଜେପି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଭୁବନେଶ୍ୱରରେ ପହଞ୍ଚିଲା ୮ ଜଣିଆ SPG ଟିମ୍ । ଭୁବନେଶ୍ୱର ବିମାନ ବନ୍ଦର ସହ ବିଭିନ୍ନ ସ୍ଥାନରେ କରିବେ ଯାଞ୍ଚ ।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର- ମକର ଅହୋରାତ୍ର ତିଥି- ୧୧ଶୀ ରାତ୍ରି ୦୮.୪୧ ଗତେ ୧୨ଶୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।