Advertisment

ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌; ବାଜି ମାରିନେଲେ ଲିଡ଼ର୍ସ ଟିମ୍‌...

ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ବାଜି ମାରିନେଲେ ରାଜନେତା। ଫାଇନାଲରେ ଅଫିସର ଟିମ୍‌ଙ୍କୁ ହରାଇ ଚାମ୍ପିୟନ ହୋଇଛି ଲିଡ଼ର୍ସ ଟିମ ।

author-image
Sujit kumar Swain
 Politicians Declared Champions

Politicians Declared Champions

ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ବାଜି ମାରିନେଲେ ରାଜନେତା। ଫାଇନାଲରେ ଅଫିସର ଟିମ୍‌ଙ୍କୁ ହରାଇ ଚାମ୍ପିୟନ ହୋଇଛି ଲିଡ଼ର୍ସ ଟିମ । ୪ଟି ଟିମକୁ ନେଇ ଏହା ଖେଳା ଯାଇଥିବା ବେଳେ ସମସ୍ତ ଦଳ ପକ୍ଷରୁ ଦେଖିବାକୁ ମିଳିଥିଲା ଦମଦାର ଫୁଟବଲ ଖେଳର ପ୍ରଦର୍ଶନ। ଫାଇନାଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗ ଦେଇ ସଫଳ ଟିମ୍‌ ଏବଂ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି।

Advertisment

ରାଜଧାନୀରେ ଟାଟାଷ୍ଟିଲର ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚରେ ରୋଚକ ଦୃଶ୍ୟ। ରାଜନୀତି ପଡ଼ିଆରୁ ଖେଳ ପଡିଆକୁ ଓହ୍ଲାଇଲେ ୩ ରାଜନୈତିକ ଦଳର ବିଧାୟକ ଓ ମନ୍ତ୍ରୀ। ଏଥି ସହିତ ଅଫିସର ଟିମ, ମିଡ଼ିଆ ଟିମ ସହ ଆୟୋଜକ ଟାଟାଷ୍ଟିଲର ଏକ ଟିମ ମଧ୍ୟ ଖେଳିଥିଲେ। ଖେଳୁଆଡ ମନୋଭାବ ନେଇ ସମସ୍ତେ ଖେଳିଥିଲେ। 

ଅଫିସର ଟିମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ସିନିୟର୍ ଆଇଏଏସ ଏବଂ ଆଇପିଏସ୍ ଅଫିସର୍ ଖେଳିଥିଲେ। ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଖାଇଛନ୍ତି ନିଜ ଫୁଟବଲ ଖେଳର କମାଲ। ଟାଟା ଷ୍ଟିଲ କତୃପକ୍ଷ ଏବଂ ସାମ୍ବାଦିକ ଟିମ ମଧ୍ୟ ପଛରେ ନଥିଲେ। ଟାଟା ଷ୍ଟିଲ ପକ୍ଷରୁ ଏହି ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ କପର ଫାଇନାଲରେ ଅଫିସର୍ସକୁ ହରାଇ ଚାମ୍ପିଆନ ହୋଇଛି ଲିଡର୍ସ ଟିମ୍। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ଦୁଇ ଉପ -ମୁଖ୍ୟମନ୍ତ୍ରୀ ସମସ୍ତେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Advertisment

ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା କାଣ୍ଟେ କା ଟକ୍କର। ରାଜନେତା ଏବଂ ଅଫିସର୍‌ଙ୍କ ମଧ୍ୟରେ ଖେଳାଯାଇଥିଲା ଫାଇନାଲ ମ୍ୟାଚ। ଟିମ ମଧ୍ୟରେ 1-1 ଗୋଲରେ ସ୍କୋର ଥିବା ବେଳେ ପେନାଲଟି ମ୍ୟାଚ ଜିତିଛନ୍ତି ଲିଡର୍ସ ଟିମ। ଗୋଲ ରକ୍ଷକ ଭାବେ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟ ଭେଟି ଦେବାରେ ମୁଖ୍ୟ ଭୂମିକା ନେଇଥିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଫାଇନାଲରେ ଶ୍ରେଷ୍ଠ ପ୍ଲେୟାର ଭାବେ ବିଧାୟକ ଫକୀର ନାୟକ, ଶ୍ରେଷ୍ଠ ଫରୱାର୍ଡ ଖେଳାଳି ଭାବେ ବିଧାୟକ ଅରୁଣ ସାହୁ, ଶ୍ରେଷ୍ଠ ଶୃଙ୍ଖଳିତ ଟିମ ଭାବେ ସାମ୍ବାଦିକ ଟିମ ପୁରସ୍କୃତ ହୋଇଛନ୍ତି।  ଭାଇଚାରାର ସନ୍ଦେଶ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ସମସ୍ତ ଟିମର ସଦସ୍ୟମାନେ ପ୍ରଶଂସା କରିଥିଲେ।

Football Football Match
Advertisment
Advertisment