ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନକୁ ଆସିଛି ନୂଆ ଅତିଥି। ପ୍ରଧାନମନ୍ତ୍ରୀଙ୍କ ୭-ଲୋକ କଲ୍ୟାଣ ମାର୍ଗ ବାସଭବନରେ ବାଛୁରୀ ଜନ୍ମ ହୋଇଛି। ଏହି ବାଛୁରୀ ସହ ବୁଲିଲେ ମୋଦି, ପୂଜା କଲେ, ଗେହ୍ଲା କଲେ ।
ବାଛୁରୀର କପାଳରେ ଏକ ଧଳା ଓ କଳା ଗୋଲେଇ ଚିହ୍ନ ରହିଛି। ଯାହା ଦୀପର ଜ୍ୟୋତି ଭଳି ଦେଖା ଯାଉଛି। ଏଥିପାଇଁ ଏହି ବାଛୁରୀର ନାଁ ଦୀପଜ୍ୟୋତି ବୋଲି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
Also Read
ସୋସିଆଲ୍ ମିଡିଆରେ ବାଛୁରୀ ସହ ନିଜ ଭିଡିଓକୁ ପୋଷ୍ଟ କରି ଖୁସି ସେୟାର କରିଛନ୍ତି। ଛୋଟ ବାଛୁରୀ ସହ ଖୋଦ୍ ପ୍ରଧାନମନ୍ତ୍ରୀ ବେଶ୍ କିଛି ସମୟ ବିତାଇଛନ୍ତି। ଏହାପୂର୍ବରୁ ବି ପ୍ରଧାନମନ୍ତ୍ରୀଙ୍କ ଆବାସରେ ଗାଈଙ୍କୁ ପୂଜା କରାଯାଉଥିବା, ସେମାନଙ୍କୁ ଆଶ୍ରୟ ବ୍ୟବସ୍ଥା ବି ହୋଇଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ ନୂଆ ଅତିଥି...ଦୀପଜ୍ୟୋତି#PMModi #Deepjyoti #OTV pic.twitter.com/2l0rLLrpMB
— ଓଟିଭି (@otvkhabar) September 14, 2024
हमारे शास्त्रों में कहा गया है - गाव: सर्वसुख प्रदा:'।
— Narendra Modi (@narendramodi) September 14, 2024
लोक कल्याण मार्ग पर प्रधानमंत्री आवास परिवार में एक नए सदस्य का शुभ आगमन हुआ है।
प्रधानमंत्री आवास में प्रिय गौ माता ने एक नव वत्सा को जन्म दिया है, जिसके मस्तक पर ज्योति का चिह्न है।
इसलिए, मैंने इसका नाम 'दीपज्योति'… pic.twitter.com/NhAJ4DDq8K
ଏପଟେ ଆଉ ୨ ଦିନ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୭ରେ ମୋଦି ଭୁବନେଶ୍ୱର ଆସିବେ। ଏଥିପାଇଁ ଚଳଚଞ୍ଚଳ ପ୍ରଶାସନିକ କଳ। ତା’ପୁର୍ବରୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା SPG ଟିମ୍ ଭୁବନେଶ୍ୱର ପହଞ୍ଚିସାରିଛନ୍ତି। ବିମାନ ବନ୍ଦରରେ ୮ ଜଣିଆ SPG ଟିମ୍ ସଦସ୍ୟ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍।