Advertisment

ସାଉଦିର ସତ କାହାଣୀ ! ନିର୍ଯାତନା-ଅତ୍ୟାଚାର-ବର୍ବରତାର ଛାତିଥରା ଅନୁଭୂତି

ସାଉଦିରୁ ଫେରିବା ପରେ ଶ୍ରମିକ ବଖାଣିଲେ ଦୁର୍ଦ୍ଦଶା । ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଯାଇ ଫସିଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Saudi Arab

Saudi Arab

ପାନ୍ ଇଣ୍ଡିଆର ହିଟ୍ ଫିଲ୍ମ ‘ଗୋଟ୍ ଲାଇଫ୍’ କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। କେରଳରୁ ଯାଇଥିବା ଯୁବକ କିପରି ସାଉଦୀ ଆରବରେ ଫସିଲା ଓ ସେଠୁ ଘରକୁ ଫେରିବାର ସତ ସଂଘର୍ଷର କାହାଣୀକୁ ପରଦାରେ ଉତରା ଯାଇଛି। ହେଲେ ସେହି ସାଉଦୀରୁ ଜୀବନ ବଞ୍ଚାଇ ଫେରିଛନ୍ତି ଓଡ଼ିଶାର ୬ ଜଣ ଯୁବକ। କାମ ସନ୍ଧାନକୁ ଯାଇ ତାଙ୍କ ସହ ବି ସେମିତି କିଛି ଅତ୍ୟାଚାର ଆଉ ନିର୍ଯାତନା ଘଟିଥିଲା। ନିଜ ଜନ୍ମମାଟିକୁ ଫେରିବା ପରେ ସେମାନେ ବଖାଣିଛନ୍ତି ନିଜ ଅନୁଭୂତି ।

Advertisment

ସାଉଦୀର ସତ କାହାଣୀ। ନିର୍ଯାତନା, ଅତ୍ୟାଚାର, ବର୍ବରତାର ଛାତି ଥରା ଅନୁଭୂତି। ସକାଳୁ ଉଠିଲେ ଜୀବନ ବଞ୍ଚିବା ଓ ସଂଘର୍ଷ କରିବାକୁ ଯେଉଁ କସରତ ତାହା ସହିବା ଯେତେ କଷ୍ଟ ବଖାଣିବା ବି ତାଠୁ ଅଧିକ। ଆଖିରେ ଆଖିଏ ସ୍ୱପ୍ନ, ମନରେ ମେଞ୍ଚାଏ ଆଶା ଧରି ବିଦେଶକୁ କାମ କରିବାକୁ କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଯାଇଥିଲେ। ଏଜେଣ୍ଟ ଜରିଆରେ ସିନା ପହଞ୍ଚିଲେ ହେଲେ ସେଠି ଯାଇ ଦିଗହରା ହୋଇଗଲେ। ନା କାମ ମିଳିଲା ନା ଭଲରେ ଦିଗୁଣ୍ଡା ଖାଇବାକୁ ମିଳିଲା। ସକାଳୁ ଉଠିଲେ କଣ ଖାଇବେ ଆଉ କେମିତି ଦିନ କଟିବ ତାକୁ ନେଇ ଚିନ୍ତା ମାଡ଼ି ବସିଥିଲା । ଏମିତିକି ୪ ଦିନ ପରେ ଭିକ ମାଗି ପେଟର କ୍ଷୁଧା ମେଣ୍ଟାଇଥିଲେ। 

୬ ଓଡ଼ିଆଙ୍କ ଭଳି ୧୯୯୩ ମସିହାରେ କେରଳରୁ ସାଉଦି ଯାଇଥିବା ନଜୀବଙ୍କ ଜୀବନରେ ଘଟିଥିଲା ୟାଠୁ ଆହୁରି ଭୟଙ୍କର ଘଟଣା। ଯେଉଁଠି ସପିଂ ମଲରେ କାମ କରିବାକୁ ଯାଇ ଏକ ଦଲାଲର କବଜାରେ ଫସି ଯାଇଥିଲେ ନଜୀବ୍। ୭୦୦ ମେଣ୍ଢାଙ୍କ ଭିତରେ ୩ ବର୍ଷ କଟିଥିଲା, ମେଣ୍ଢାଙ୍କ ସହ ରହି ନିଜେ ବି ପଶୁଙ୍କ ଭଳି ବ୍ୟବହାର କରିବାକୁ ଲାଗିଥିଲେ ନଜୀବ। ନା ଘର ସହ ସମ୍ପର୍କ ନା ଦୁନିଆ ସହ କୌଣସି ଯୋଗାଯୋଗ। ଶେଷରେ ବହୁ କଷ୍ଟରେ ନିଜ ଜୀବନ ବଞ୍ଚାଇ ଫେରଥିଲେ ନଜୀବ। ଏ କାହାଣୀକୁ ନେଇ ନିର୍ମାଣ ହୋଇଛି ପାନ୍ ଇଣ୍ଡିଆ ଫିଲ୍ମ ‘ଗୋଟ୍ ଲାଇଫ୍’।

Advertisment

ଫିଲ୍ମ ଓସ୍କାର ରେସରେ ଥିବା ବେଳେ ଏହାକୁ ନେଇ ସାଉଦି ଆରବରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଉଦିର ଛବି ଏପରି ନୂଆ ବୋଲି ସେଠାକାର ସରକାର ଓ ବ୍ୟବସାୟୀ ମାନେ ସଫେଇ ରଖିଛନ୍ତି।

୬ ଜଣ ଓଡ଼ିଆଙ୍କ ସମେତ ୮ ଭାରତୀୟଙ୍କୁ ଫେରାଇ ଆଣିବାରେ ବଡ଼ ଭୂମିକା ନେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ପରିବାରଲୋକଙ୍କ ନିବେଦନ ପରେ ସହାୟତାର ହାତ ବଢ଼ାଇ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ ପରେ ସମସ୍ତେ ସୁରକ୍ଷିତ ଫେରିଛନ୍ତି। ଏମାନେ ସିନା ଫେରି ଆସିଲେ କିନ୍ତୁ ସାଉଦୀ ସମେତ ଅନେକ ରାଷ୍ଟ୍ରରେ ଏବେ ବି ଅନେକ ଲୋକ ଏମିତି ଦହଗଞ୍ଜରେ ଜୀବନ କାଟୁଛନ୍ତି।

Bonded Labor Saudi
Advertisment
Advertisment