Advertisment

ଆସିଲା ପାର୍ବଣ, ଟୁଇନସିଟିରେ ମାତିଲେ ଫ୍ଲାଟ୍ ଲୁଟେରା; ୩ ଦିନରେ ୨ଟି ଲୁଟ୍...

ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।

author-image
Sujit kumar Swain
undefined

Gold Jewellery Stolen

ଆଉ ସୁରକ୍ଷିତ ମନେହେଉନି ଟୁଇନ୍ ସିଟିର ଆପାର୍ଟମେଣ୍ଟ। କ୍ରମାଗତ ଭାବେ ଯେଭଳି ଦଳ ବଳ ଧରି ଫ୍ଲାଟରେ ପଶି ଲୁଟପାଟ୍ କରୁଛନ୍ତି ଲୁଟେରା, କୌଣସି ମାଲିକ ସୁରକ୍ଷିତ ମଣୁନାହାନ୍ତି। ପାର୍ବଣ ଆସୁ ଆସୁ ଗତ ୩ ଦିନ ଭିତରେ ଟୁଇନ୍ ସିଟିରେ ୨ଟି ଆପାର୍ଟମେଣ୍ଟରେ ଦୁର୍ବୃତ୍ତଙ୍କ ଲୁଟପାଟ୍ ପରେ ଚିନ୍ତାରେ ଫ୍ଲାଟ୍ ମାଲିକ। 

Advertisment

ଦିନ କେଇଟାର ନିରବତା ପରେ ପୁଣି ସକ୍ରିୟ ଫ୍ଲାଟ୍ ଲୁଟେରା। ବେଧଡ଼କ୍ ପଶୁଛନ୍ତି । ଭାଙ୍ଗୁଛନ୍ତି ତାଲା । ତାଡ଼ୁଛନ୍ତି ଆଲମାରି । ଘର ସାରା ବିଛାଇ ହୋଇ ପଡ଼ିଛି ଗହଣା ଗାଣ୍ଠି ବକ୍ସ । ଏବେ କରିବେ ତ କ’ଣ  ଘର ମାଲିକ। ହଜିଯାଇଛି ବୁଦ୍ଧିବାଟ । ଲୁହ ଗଡ଼ାଇବା ଛଡ଼ା ପାଖରେ ଆଉ କିଛି ବି ନାହିଁ । ଚନ୍ଦକା ଥାନା ଗୋଠପାଟଣା ଆକ୍ରୋପଲିସ୍ ଆପାର୍ଟମେଣ୍ଟ। ଫ୍ଲାଟ୍ ନମ୍ବର E-506। ମାଲିକ ନାରାୟଣ ପରିଡ଼ା ଓ ପତ୍ନୀଙ୍କ ପାଦତଳୁ ଖସିଯାଇଛି ମାଟି । ଚୋରଙ୍କ ହାତକୁ ଚାଲିଯାଇଛି ଜୀବନ ତମାମ ଅର୍ଜିଥିବା ସମ୍ପତ୍ତି । ଲୁଟ୍ ହୋଇଛି ୫୦ ଭରି ସୁନା ଗହଣା। ଯେଉଁଥିରେ ଥିଲା ପିଢ଼ି ପରେ ପିଢ଼ିର ସନ୍ତକ। 

ଜାମସେଦପୁର ନ୍ୟାସନାଲ୍ ମେଟ୍ରୋଲଜିକାଲ୍ ଲାବ୍ରୋଟୋରୀର ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ଅବସର ପରେ  ଫ୍ଲାଟ୍ କିଣି ରହୁଥିଲେ। ଗତ ଜୁଲାଇରେ ବିଦେଶରେ ରହୁଥିବା ପୁଅ ପାଖକୁ ଯାଇଥିଲେ। ଫେରିଥାନ୍ତେ ଆସନ୍ତା ଅକଟୋବରରେ। କିନ୍ତୁ, ଗତ ୧୨ ତାରିଖରେ ପଡ଼ୋଶୀଙ୍କ ପାଖରୁ ଖବର ପାଇଲେ ତାଙ୍କ ଘରୁ ଚୋରି ହୋଇଛି। ସାଙ୍ଗେ ସାଙ୍ଗେ ବିଦେଶରୁ ଆସି ଆଜି ସକାଳେ ପହଞ୍ଚିଥିଲେ ଭୁବନେଶ୍ବର। ଆଉ ଦୃଶ୍ୟ ଦେଖି ହତବାକ୍ ନାରାୟଣ। ଚୋରି ପରେ ଏବେ ପୋଲିସ ତଦନ୍ତ କରୁଥିବାବେଳେ ନିଜ ନିଜ ସୁରକ୍ଷାକୁ ନେଇ ଆଶଙ୍କାରେ ଆପାର୍ଟମେଣ୍ଟବାସୀ।  

Advertisment

କଟକ ତ୍ରିଶୁଳିଆ ନିକଟ ଡିଅନ୍ ଆପାର୍ଟମେଣ୍ଟରେ ଲୁଟେରା ଗ୍ୟାଙ୍ଗ ପଶୁଥିବାର ଦୃଶ୍ୟ ଦେଖିଲେ ହେବେ ତାଜୁବ । ଲୁହା ରଡ୍ ଆଉ କଟୁରୀ ବ୍ୟବହାର କରି ତାଡ଼ିଲେ ଗେଟ୍ । ପଶିଲେ ଜଣଙ୍କ ପରେ ଜଣେ। କିନ୍ତୁ ସାଇରନ୍ ବାଜିବାରୁ ଫେଲ୍ ମାରିଲା ତାଙ୍କ ମିଶନ୍। କିନ୍ତୁ ବାରଙ୍ଗ ଥାନା ଅନ୍ତର୍ଗତ ଶାନ୍ତିବନ ଆପାର୍ଟମେଣ୍ଟର ଏକ ଫ୍ଲାଟରୁ ଗତ ଗୁରୁବାର ରାତିରେ ୩୦ ଭରି ସୁନା ଗହଣା ନେଇ ବୁଲାଇଦେଇଛନ୍ତି କଳାକନା। ଯାହାର ଖୋଳତାଡ଼ କରୁଛି ପୋଲିସ। ଅର୍ଥାତ ଟ୍ବିନସିଟିରେ ୩ ଦିନ ଭିତରେ ତିନି ତିନିଟି ଘଟଣା। ଯାହାକୁ ନେଇ ଆତଙ୍କିତ ଡିଅନ୍ ଆପାର୍ଟମେଣ୍ଟବାସୀ ସୁରକ୍ଷା ଲୋଡ଼ି ଆନ୍ଦୋଳନକୁ ଓହ୍ଲାଇଛନ୍ତି। 

ଗତବର୍ଷ ପାର୍ବଣ ବେଳେ କେବଳ ରାଜଧାନୀର ପ୍ରାୟ ୧୬ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟରେ ପଶି କଳାକନା ବୁଲାଇଥିଲେ ଲୁଟେରା। ବିଶେଷ କରି ବରିଷ୍ଠ ନାଗରିକ ରହୁଥିବା କିମ୍ବା ତାଲା ବନ୍ଦ ଥିବା ଫ୍ଳାଟ୍ ହିଁ ରହୁଛି ଏମାନଙ୍କ ଟାର୍ଗେଟରେ। ତେବେ ଏହି ଫ୍ଲାଟ୍ ସଂପର୍କରେ କେମିତି ସୂଚନା ପାଉଛନ୍ତି ଲୁଟେରା ? ଏହା ପଛରେ ଫ୍ଲାଟର ଘରୋଇ ସୁରକ୍ଷାକର୍ମୀ କିମ୍ବା କର୍ମଚାରୀଙ୍କ ହାତ ରହୁନି ତ ? ଫ୍ଲାଟ୍ ମାଲିକମାନେ ସୋସାଇଟି ଚାର୍ଜେସ୍ ଗଣୁଥିଲେ ବି କିଛି ସୋସାଇଟି କର୍ତ୍ତୃପକ୍ଷ ଢିଲା ଛାଡୁଛନ୍ତି କାହିଁକି ? ତାହା ସବୁଠୁ ବଡ଼ ପ୍ରଶ୍ନ। 

Gang Of Robbers Robbery Robbers Attempt Money Stolen
Advertisment
Advertisment