Advertisment

ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯିବା ଚିଠି: ରତ୍ନଭଣ୍ଡାରର ସମ୍ମୁଖ ଦ୍ବାର ହେବ ସୁନା ଛାଉଣୀ !

ରତ୍ନଭଣ୍ଡାରର ସମ୍ମୁଖ ଦ୍ବାରକୁ ସୁନା ଛାଉଣୀ କରିବା ପ୍ରସ୍ତାବ । ହୁଣ୍ଡିରେ ଗଚ୍ଛିତ ସୁନା ରୁପାକୁ ଉପଯୋଗ କରିବାକୁ ଅନୁରୋଧ ।

author-image
Sujit kumar Swain
Srimandir Ratna Bhandar

Srimandir Ratna Bhandar

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମ୍ମୁଖ ଦ୍ବାରକୁ ସୁନା ଛାଉଣୀ କରିବା ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ଚିଠି ଲେଖାଯିବା ପାଇଁ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଏହା କହିଛନ୍ତି । 

Advertisment

ଶ୍ରୀମନ୍ଦିର ହୁଣ୍ଡିରୁ ଆୟ ହୋଇ ଗଚ୍ଛିତ ହୋଇ ରହିଥିବା ସୁନା ରୂପାକୁ ଉପଯୋଗ କରି ରତ୍ନଭଣ୍ଡାର ଦ୍ବାରକୁ ସୁନାଛାଉଣୀ କରିବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ହୁଣ୍ଡି ଆକ୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ହୁଣ୍ଡିରୁ ଆୟ ହୋଇ ଗଚ୍ଛିତ ହୋଇ ରହିଥିବା ସୁନା ରୂପା ଆଦିର ମୁଖ୍ୟ ଏବଂ ଅର୍ଥମନ୍ତ୍ରୀ ହେଉଛନ୍ତି ସମ୍ପାଦକ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରାଯିବ ବୋଲି ମାଧବ ମହାପାତ୍ର କହିଛନ୍ତି।

ଏପଟେ ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଉପରେ ରହିଛି ଅନେକ ପଥର ଖଣି। ଏହି ଖଣିଗୁଡିକରେ ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ପରିମାଣ ଉତ୍ତୋଳନ ହେଉଛି । ବେଆଇନ୍ ଉତ୍ତୋଳନ ବି ହେଉଛି, ଏଣୁ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବାକୁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । 

Advertisment

ପୂର୍ବରୁ ନୋଟିସ୍ କରାଯାଇଥିଲା, ହେଲେ ସେମାନଙ୍କ ମଧ୍ୟରୁ କେତେକ ଲିଜଧାରୀ ଜୋରିମାନା ଦାଖଲ କରିନାହାନ୍ତି । ରାଜସ୍ବ କ୍ଷତି ହେଉଥିବା ମୁଖ୍ୟ ପ୍ରଶାସକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ପୁରୀ ଜିଲ୍ଲାପାଳ ମଧ୍ୟ ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

Jagannath Temple Srimandir Ratna Bhandar
Advertisment
Advertisment