/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728369434.jpg)
Barfi sweet
ପାର୍ବଣ ସମୟରେ ଘରକୁ କୁଣିଆ ଆସିଲେ ଖାଇବା କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତାହେଲେ ଆଜିର ରେସିପିକୁ ଘରେ ବନେଇ ଅତିଥି ଚର୍ଚ୍ଚା କରିପାରିବେ । ଆଜି ଆମେ ଆପଣଙ୍କ ପାଇଁ ଏକ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ବରଫି’ । ଏହି ରେସିପଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
Advertisment
ଆବଶ୍ୟକ ସାମଗ୍ରୀ:
ସୁଜି, ଚିନି, ଗୁଆଘିଅ, ମିଲ୍କ ପାଉଡର, ଡ୍ରାଏ ଫ୍ରୁଟ୍ସ
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ରସାବଳୀ’
ପ୍ରସ୍ତୁତି ପ୍ରଣାଳୀ:
- ଏକ ପାତ୍ରକୁ ଗ୍ୟାସ୍ରେ ବସାଇ ତାହାକୁ ଗରମ କରନ୍ତୁ।
- ଏହାପରେ ସେଥିରେ ଗୁଆ ଘିଅ ପକାନ୍ତୁ। ଘିଅ ଗରମ ହେଲେ ସେଥିରେ ସୁଜି ପକାଇ ଧିମା ଆଞ୍ଚରେ ସୁଜିକୁ ଭାଜନ୍ତୁ।
- ଆସ୍ତେ ଆସ୍ତେ ସୁଜି ହାଲକା ଗୋଲଡେନ କଲର ହେବା ପର୍ଯ୍ୟନ୍ତ ତାହାକୁ ଭାଜନ୍ତୁ।
- ଏହାପରେ ସେଥିରେ ଚିନି ଓ ପାଣି ପକାଇ ଘାଣ୍ଟନ୍ତୁ। ଏହା ଫୁଟିବା ଆରମ୍ଭ କଲେ ଗ୍ୟାସ୍କୁ ସିମ୍ କରି ଦିଅନ୍ତୁ।
- ସେଥିରେ କିଛି ମିଲ୍କ ପାଉଡର ପକାଇ ପୂରା ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
- ଏକ ଟ୍ରେରେ ଘିଅ ଲଗାଇ ତାହାକୁ ଢାଳି ଦିଅନ୍ତୁ।
- ଉକ୍ତ ଟ୍ରେରେ ମିଶ୍ରଣକୁ ସେଟ୍ କରି ତାହା ଉପରେ ଡ୍ରାଏ ଫ୍ରୁଟ୍ସ ଦେଇ ସଜାଇ ଦିଅନ୍ତୁ।
- ଏହାପରେ ତାହାକୁ ପିସ୍ ପିସ୍ କରି କାଟି ଦିଅନ୍ତୁ । ଏହି ମିଶ୍ରଣକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ।
- ଅଧ ଘଣ୍ଟା ପରେ ତାହାକୁ ବାହାର କରି ପରିବାର ସଦସ୍ୟଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ବରଫି’। ନବରାତ୍ରୀରେ ମିଠାର ଏହି ସୁଆଦିଆ ରେସିପି ପ୍ରସ୍ତୁତ କରି ମାଆଙ୍କୁ ଭୋଗ ଲଗାନ୍ତୁ
Advertisment
/odishatv-khabar/media/post_attachments/wp-content/uploads/2023/01/1200-by-1200-images.jpg)
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)